Advertisment

Daily Horoscope 7th November 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

ଅଶ୍ୱନୀ –  ପୁରୁଣା ରୋଗରୁ ଆରୋଗ୍ୟ ଲାଭ କରିବେ । ବନ୍ଧୁଙ୍କ ସହ କଥାବାର୍ତାରେ ଭଲ ପରାମର୍ଶ ପାଇବେ । ଖଣିଜ , ଧାତବ ଦ୍ରବ୍ୟ ,ଖାଦ୍ୟଦ୍ରବ୍ୟ ବ୍ୟବସାୟରୁ ଲାଭ ମିଳିବ । ଦ୍ୱିଜା – ଦକ୍ଷତା ପାଇଁ ପ୍ରଶଂସିତ ହେଲେ ମଧ୍ୟ ପଦୋନ୍ନତି ମିଳି ନପାରେ ।

author-image
Deepak Acharya
Horoscope

Horoscope Photograph: (OTV)

ମେଷ

ଅଶ୍ୱନୀ –  ପୁରୁଣା ରୋଗରୁ ଆରୋଗ୍ୟ ଲାଭ କରିବେ । ବନ୍ଧୁଙ୍କ ସହ କଥାବାର୍ତାରେ ଭଲ ପରାମର୍ଶ ପାଇବେ । ଖଣିଜ , ଧାତବ ଦ୍ରବ୍ୟ ,ଖାଦ୍ୟଦ୍ରବ୍ୟ ବ୍ୟବସାୟରୁ ଲାଭ ମିଳିବ ।
ଦ୍ୱିଜା – ଦକ୍ଷତା ପାଇଁ ପ୍ରଶଂସିତ ହେଲେ ମଧ୍ୟ ପଦୋନ୍ନତି ମିଳି ନପାରେ । ସାମାଜିକ ଗଣ ମାଧ୍ୟମରେ ଦୀର୍ଘଦୀନ ଧରି ରହିବେ । ସରକାରୀ ଚାକିରିଆଙ୍କୁ ଭଲ କାମ ପାଇଁ ପ୍ରୋତ୍ସାହନ ମିଳିବ । 
କୃତିକା –  ବିଦ୍ୟାର୍ଥୀ  କୈାଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଫର୍ମ ଭରିବେ । ମହିଳା ମାନଙ୍କର ଜୀବନ ସୁଖ ସନ୍ତୋଷରେ କଟିବ । ରାଜନିତିଜ୍ଞ ମାନେ ବାସ୍ତବତା ହୃଦୟଙ୍ଗମ କରି ଦରିଦ୍ର ଜନତାଙ୍କ ସେବା କରିବେ ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯    
ପ୍ରତିକାର -  କୌଣସି ଲାଲ୍ ବର୍ଣ୍ଣର କୁକୁରକୁ ଖାଇବାକୁ ଦିଅନ୍ତୁ 

Advertisment

ବୃଷ

କୃତିକା- କମ୍ ପରିଶ୍ରମ କରି ନିଜର ଉଦେଶ୍ୟ ହାସଲ କରିନେବେ । ନିଜର ଲକ୍ଷ୍ୟ ହାସଲ ଲାଗି ଯୋଜନା  ପ୍ରସ୍ତୁତ କରିପାରନ୍ତି । ପେସାଦାର ବ୍ୟବସାୟଙ୍କୁ ଅଚାନକ ଧନଲାଭ ହୋଇପାରେ । ଅଫିସ କାମରେ ମନ୍ଥର ଗତିରେ ପୂରା ହେବ
ରୋହିଣୀ- ଅତ୍ୟଧିକ ଭାବ ପ୍ରବଣ ହୋଇ ଅପଦସ୍ତ ହେବେ । ବିଶ୍ୱାସ ସହ ଆଗକୁ ମାଡି ଚାଲିବେ । ବାକି ପଡିଥିବା ଅର୍ଥକୁ କୈାଶଳରେ ଆଦାୟ କରିବାକୁ ସମର୍ଥ  ହେବେ । ଇଶ୍ୱରଙ୍କ ସାଧନାରେ ଲିପ୍ତ ରହିବେ ।
ମୃଗଶିରା- ରାଜନୈତିକ କ୍ଷେତ୍ରରେ ପ୍ରବଳ ଲୋକ ସମର୍ଥନ ମିଳିବ । ଗୃହବାହନ ସମ୍ବନ୍ଧୀୟ ସମସ୍ୟା ସମାଧାନ ହୋଇଯିବ । ମନକୁ ଆଘାତ ଲାଗିଲାପରି କଥା ଶୁଣିବାକୁ ପାଇ ପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ମୂଳମନ୍ତ୍ର  ପାଠ  କରନ୍ତୁ

ମିଥୁନ

ମୃଗଶିରା  -  ପରିସ୍ରା ଜନିତ ରୋଗ ଦେଖା ଦେଇପାରେ । ଆପଣଙ୍କ ଆର୍ଥୀକ ସ୍ଥିତି ସୁଦୃଢ ରହିବ ।  ନିର୍ଦ୍ଧାରିତ ସମୟ ମଧ୍ୟରେ କାମ କରନ୍ତୁ ଆପଣଙ୍କୁ ଲାଭ ମିଳିବ । ଉତମ ବୁଝାବଣା ମାଧ୍ୟମରେ ପରିବାରିକ ଜୀବନ ମଧୁମୟ ରହିବ ।
ଆଦ୍ରା -  ସନ୍ତାନ ମାନଙ୍କର ସଫଳତା ଯୋଗୁଁ ମାନସିକ ସ୍ଥିତି ଭଲ ରହିବ । ବ୍ୟବସାୟରେ ନୂଆ ଶାଖା ଖୋଲିବା ପାଇଁ ଚେଷ୍ଟା କରିବେ । କର୍ମଚାରୀ ମାନେ ପରିଶ୍ରମର ଫଳ ପ୍ରାପ୍ତ କରିବେ । 
ପୁନର୍ବସୁ –  ଶିକ୍ଷାକ୍ଷେତ୍ରରେ ଉନ୍ନତି କରିବା ସହିତ ସାସ୍କୃତିକ କାର୍ଯ୍ୟରେ ଲୋକପ୍ରିୟତା ଅର୍ଜନ କରିବେ ।  ସାମାଜିକ ସଂସାର କାମରେ ସହଯୋଗ କରିବେ । ଗୃହସୀମା ବିବାଦ ଦେଖାଦେଇ ପାରେ । ମହିଳା ମାନଙ୍କର ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ ହେତୁକ ମନ ଉଦ୍‌ବିଗ୍ନ ରହିବ । 
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

Advertisment

କର୍କଟ

ପୁନର୍ବସୁ- ଅନ୍ୟର ପରାମର୍ଶ ଆପଣଙ୍କର ଲାଭ ଦାୟକ ହୋଇପାରେ ।  ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ । କାମରେ ନୂଆ ପ୍ରଦର୍ଶନ କରିବେ । କଳାକ୍ଷେତ୍ରରେ ଥିବା ଲୋକ କିଛି ନୂଆ କରିବେ । ଅଫିସରେ ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ ।
ପୁଷ୍ୟା- କର୍ମ କ୍ଷେତ୍ରରେ  ଶତୃତା ବୃଦ୍ଧି  ହୋଇପାରେ । ପ୍ରିୟ ବନ୍ଧୁଙ୍କ ସହିତ ଗପସପରେ ସମୟ ବିତାଇବେ । ଭାବନା  ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ । ମାଙ୍ଗଳିକ କାର‌୍ୟ୍ୟରେ ଯୋଗ ଦେଇ ଅଶେଷ ସୁଖ ଲାଭ କରିବେ
ଅଶ୍ଲେଷା- ଧନଲାଭର ସୁଯୋଗ ପାଇବେ । କୈାଣସି କଥାକୁ ନେଇ ଆପଣ ଉତ୍ସାହିତ ରହିବେ । ଚାକିରିରେ ଭଲ ଶୁଭ ଖବର ପାଇବେ । ସମସ୍ତଙ୍କ ନଜରରେ ଭଲ ହୋଇ ରହିବେ
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଭୂବନେଶ୍ୱରୀ  ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ 

ସିଂହ

ମଘା –  ଶ୍ୱାସ ଓ ହୃଦ ରୋଗୀ ମାନେ ବିଶେଷ ସତର୍କତା ରହିବା ଦରକାର । ଏଭଳି ବ୍ୟକ୍ତିଙ୍କ ସହ ମିଶିବେ, ଯିଏ ଆପଣଙ୍କ ନୂଆ କାମରେ ସାହାଯ୍ୟ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବା ଫଳରେ ବ୍ୟବସାୟରେ ପରିବର୍ତ୍ତନ କରିବାର ଇଚ୍ଛା ହେବ ।
ପୂ , ଫାଲଗୁନୀ -  ଅଫିସ୍ କାମ କରିବା ବେଳେ ମନକୁ ବିଭିନ୍ନ ପ୍ରକାର ଯୋଜନା ଆସିବ । ରାଜନୀତିଜ୍ଞ ମାନେ ଉଭୟ ସଂଗଠନ ଓ ଶାସନ କ୍ଷେତ୍ରରେ ସ୍ଥିତି ସାମାନ୍ୟ ଉନ୍ନତ ହେବ । ପରୀକ୍ଷାରେ ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବେ ।
ଉ ,ଫାଲଗୁନୀ – ଆୟନ୍ ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରଦେବ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ ।  ବୈଜ୍ଞାନିକ ମାନେ ଗବେଷଣା କ୍ଷେତ୍ରରେ ଦୃତ ଅଗ୍ରଗତି କରିବେ ।
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – କୁଳ ଦେବତାଙ୍କ ପୂଜା କରନ୍ତୁ

କନ୍ୟା

ଉ,ଫଳଗୁନି- ସ୍ୱାସ୍ଥ୍ୟ ପ୍ରାୟତଃ ଭଲ ରହିବ । କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ନେଇ ବ୍ୟସ୍ତ ରହିପାରନ୍ତି । ଜରୁରୀ କାମକୁ ମିତ୍ରଙ୍କ ସହାୟତାରେ ପୂରଣ ହେବ । ବ୍ୟକ୍ତିଙ୍କ ମନଭାବକୁ ଶୀଘ୍ର ବୁଝିନେବେ  
ହସ୍ତା- ବାପା , ମାଙ୍କ ପରାମର୍ଶ ଆପଣଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ । ଅଫିସ୍‌ରେ ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ । ସାଙ୍ଗ ସାଥି ମାନଙ୍କ ପାଇଁ ଅଧିକ ଖର୍ଚ୍ଚ କରି ପାରନ୍ତି ।
ଚିତ୍ରା- ନୂଆ ଘର ବା ଜମି କିଣିବାରେ ଦିନଟି ଶୁଭ ରହିବ । ପୁରୁଣା କରଜ ଆପଣଙ୍କୁ ଫେରସ୍ତ  ମିଳିପାରେ । ପ୍ରେମ କ୍ଷେତ୍ରରେ ସନ୍ଦେହ ମନଭାବ ଦେଖାଦେବ । କୌଣସି ମହିଳାଙ୍କ ଦ୍ୱାରା ଉପକୃତ ହୋଇ ପାରନ୍ତି ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -  ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ

ତୁଳ

ଚିତ୍ରା –  ଦୁର୍ଘଟଣା ନେଇ  ମନରେ ଭୟ ରହିବ ।  ପାରିବାରିକ ସମସ୍ୟା ଚିନ୍ତାର କାରଣ ହୋଇପାରେ । ଦୂରେଇ ଚାଲି ଯାଇଥିବା ବନ୍ଧୁ ଆପଣଙ୍କ ସହ ମିଶିବା ପାଇଁ ଚେଷ୍ଟା କରିବେ । ନୂଆ ବେପାର ଆରମ୍ଭ କରିବା ପାଇଁ ଭାବିବେ ।
ସ୍ୱାତୀ –  କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କୁ ସହଜରେ ନିଜ କଥାରେ ପ୍ରଭାବିତ କରିବେ ।  ଶିକ୍ଷା କ୍ଷେତ୍ରରେ ଉଚ୍ଚ ଶ୍ରେଣୀ ପାଇବା ସହ ବିଦ୍ୟାର୍ଥି ମାନେ ନିଜ କ୍ୟାରିୟର ପାଇଁ ଭଲ ସୁଯୋଗ ପାଇବେ । 
ବିଶାଖା –  ଖେଳାଳି ମାନେ ପରିଶ୍ରମ କରି କୃତିତ୍ୱ ହାସଲ କରିବେ । ଆୟନୀର ଆଶ୍ରୟ ନେଇ ପାରନ୍ତି । ମହିଳା ମାନେ ନିଜ ହାତ ପାହାନ୍ତାରେ ଥିବା ସୁଯୋଗ ହରାଇ ପାରନ୍ତି । ବିଭିନ୍ନ ଦିଗରୁ ଆଶାତୀତ  ଫଳ ପାଇବେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶନିଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ବିଛା

ବିଶାଖା- ପାରିବାରିକ ଜୀବନ ସୁଖମୟ ରହିବ । ଆପଣଙ୍କ ପଥରେ ଲାଗି ରହିଥିବା ବାଧା ଦୂର ହେବ । ଅଫିସ୍‌ରେ ବଡ ଅଧିକାରୀ ମାନଙ୍କର ସହଯୋଗ ପାଇବେ । ଆମଦାନି ବୃଦ୍ଧି ହେବାର ସମ୍ଭାବନା ରହିଛି । କୈାଣସି କାର‌୍ୟ୍ୟରେ ସାହାସିକ ପଦକ୍ଷପ ନେବେ
ଅନୁରାଧା- ରାଜନୀତିରେ ଚାପରେ ଗତିକରିବେ । ଚାକିରୀ କ୍ଷେତ୍ରରେ ବିରୋଧି ଦଳଙ୍କ ସଂଖ୍ୟା ବଢିପାରେ । ପିଲାମାନେ ଦ୍ୱନ୍ଦ୍ବ ଭିତରକୁ ପ୍ରବେଶ କରିବେ । ଅଜଣା ବ୍ୟକ୍ତିଙ୍କ ସହଯୋଗରୁ , ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ ।
ଜ୍ୟେଷ୍ଠା- ବିଦ୍ୟାର୍ଥୀ ମାନେ ବିଦ୍ୟାପ୍ରେମୀ ହୋଇପାରନ୍ତି । ବିବାଦରେ ମଧ୍ୟସ୍ଥି କରିବାରେ ନିବୃତ ରୁହନ୍ତୁ । ସମାଜ ସେବାରେ ସ୍ୱନାମ ପାଇବେ । ମହିଳା ମାନେ ଭ୍ରମଣର ସୁଯୋଗ ପାଇବେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯    
ପ୍ରତିକାର – ଓଁ ନୃଂ ନୃଂ ନୃଂ ନୃସିଂହାୟ ନମଃ  ପାଠ କରନ୍ତୁ

ଧନୁ

ମୂଳା –   ନୂଆ ବ୍ୟବସାୟରେ ପୁଞି ଲଗାଇଲେ ଆପଣଙ୍କୁ ଦିଗୁଣା ଲାଭ ମିଳିବ । ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ଅଧିକ ଖର୍ଚ୍ଚ ହୋଇପାରେ । ଅନେକ ସମସ୍ୟାର ସମାଧାନ ହୋଇଯିବ । ବଜାରରେ ଦୃତ ପରିବର୍ତନ ସହ ବ୍ୟବସାୟୀ ମାନେ ଆଗକୁ ଆଗେଇବେ ।
ପୂ , ଷାଢା –  କର୍ମକ୍ଷେତ୍ରରେ ଆପଣଙ୍କ ପ୍ରତି ଉଚ୍ଚ ଅଧିକାରୀଙ୍କ ବ୍ୟବହାର ସକାରାତ୍ମକ ରହିବ । ଶିକ୍ଷାର୍ଥୀ ମାନେ ନିଜର ପ୍ରତିଭାକୁ ବିକଶିତ କରିବା ଲାଗି ଅବସର ପାଇବେ । ବୈାଜ୍ଞାନିକ ମାନେ ନୂତନ ତଥ୍ୟ ହାସଲରେ ଚେଷ୍ଟିତ ରହିବେ ।
ଉ , ଷାଢା – କୋର୍ଟର ନିଷ୍ପତି ଆପଣଙ୍କ ପକ୍ଷରେ ହେବ । ମହିଳା ମାନଙ୍କର ଦିନଟି ଶୁଭ ରହିବ । ସରକାରୀ କ୍ଷେତ୍ରରେ ସମ୍ମାନ ଜନକ କାର୍ଯ୍ୟ କରି ବିଦେଶ ଯାତ୍ରା କରିପାରନ୍ତି । ସଙ୍ଗୀତକାର ମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡିପାରେ ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଓଁ ହ୍ରୀଂ ସ୍ରୀଂ ହୁଁ ଫଟ ମନ୍ତ୍ରକୁ ପାଠ କରନ୍ତୁ

ମକର

ଉ,ଷାଢା- ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ବ୍ୟବସାୟରେ କ୍ରମଶଃ ଲାଭ ପାଇବେ । ସଭା ସମିତିରେ କୈାଣସି କଥାରେ ଆପଣଙ୍କ ସପକ୍ଷରେ ଯିବ ନାହିଁ । ପାଖରେ ଥିବା ଲୋକଟିର କଥା ସନ୍ଦେହଜନକ ରହିପାରେ     
ଶ୍ରବଣା- ଜରୁରୀ କାମରେ ଦୂର ସ୍ଥାନକୁ ଯାଇପାରନ୍ତି ।  ପରିସି୍ଥତିରେ ପଡି ଅନ୍ୟମାନଙ୍କୁ ଭୁଲ ବୁଝିବେ । ପ୍ରସାଶନିକ ସ୍ତରରେ ଅଭିଯୋଗ ଆସିପାରେ । ଅଚାନକ କୈାଣସି ପୁରୁଣା ବନ୍ଧୁ ଦେଖାହେବେ
ଧନିଷ୍ଠା- କ୍ୟାରିୟରରେ ମୋଡ ପରିବର୍ତନ ଲାଗି ଦିନଟି ଶୁଭ ରହିବ । ଜମିଜମାକୁ ନେଇ ଗଣ୍ଡେଗୋଳ ସୃଷ୍ଟି ହୋଇପାରେ । ଘରର ବୟୋଜ୍ୟେଷ୍ଠଙ୍କର ପାରାମର୍ଶ ନେଇ କାର‌୍ୟ୍ୟ କରିଲେ ସଫଳତା ପାଇବେ 
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଦେବଙ୍କର  ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ

ଧନିଷ୍ଠା –  ଜୀବନ ଶୈଳୀରେ ସାବଧାନତା ଅବଲମ୍ବନ କଲେ ସବୁ ପୁରୁଣା ରୋଗରୁ ମୁକ୍ତି ମିଳିବ ।  ପରିବାରରେ ହସଖୁସିର ବାତାବରଣ ଖେଳିଯିବ । ଆଜି ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳତା ମିଳିବ । 
ଶତଭିଷା –  ଶିକ୍ଷାରେ ଉତୀର୍ଣ୍ଣ ହୋଇ ଉଚ୍ଚଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ ।  ବଡ କଂପାନିରୁ ଚାକିରି ପାଇଁ ଡାକରା ଆସିବ । ସାମାଜିକ କାର‌୍ୟ୍ୟରେ ଭାଗନେଇ ଗଠନ ମୂଳକ କାର‌୍ୟ୍ୟପାଇଁ ପ୍ରସ୍ତୁତି ଆରମ୍ଭ କରିବେ ।
ପୂ , ଭାଦ୍ରପଦ  – ନିର୍ବାଚନ କ୍ଷେତ୍ରରେ ଶତୃମାନଙ୍କୁ ମୁକାବିଲା କରି ପାରିବେ ।  ସମ୍ପତ୍ତି ବଢାଇବାର ଯୋଜନା ସଫଳ ହେବ । ମହିଳା ମାନେ ଅଳ୍ପ ପ୍ରୟାସରେ  କାମ ପୂର୍ଣ୍ଣ କରିବେ 
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ମନ୍ତ୍ର ପାଠ କରି ଦିନ ଆରମ୍ଭ କରନ୍ତୁ

ମୀନ

ପୂ,ଭାଦ୍ରପଦ- କର୍ମ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ । କୈାଣସି ମାଙ୍ଗଳିକ କାର‌୍ୟ୍ୟରେ ଯୋଗ ଦେଇ ଆନନ୍ଦ ପାଇବେ । ଦୀର୍ଘ ଦିନର ସମସ୍ୟା ଦୂର ହୋଇଯିବ । ଆପଣ ନିଜ କଥାରେ ଲୋକଙ୍କ ମନ ଜିତି ପାରିବେ । ଚାକିରି ପରିବର୍ତ୍ତନ ପାଇଁ ଦିନଟି ଭଲ
ଉ,ଭାଦ୍ରପଦ- ସହକର୍ମୀ ମାନେ ସାହାଯ୍ୟକାରୀ ସାବ୍ୟସ୍ତ ହେବେ । ଶିକ୍ଷାର୍ଥୀ ଏକାନ୍ତରେ ପାଠ ପଢିବା ପାଇଁ ଚେଷ୍ଟା କରନ୍ତୁ । ଅତୀତ ସ୍ମୃତି ତାଜା ହୋଇପାରେ । ସରକାରି କ୍ଷେତ୍ରରେ ପ୍ରୋତ୍ସାହନ  ମିଳିପାରେ
ରେବତୀ- ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଚ୍ଚ ଶିକ୍ଷାର ସୁଯୋଗ ଆସିପାରେ । ଜମିଜମା କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ସ୍ୱାକ୍ଷର କରିପାରନ୍ତି । ସାହିତ୍ୟ, ସଙ୍ଗୀତ ଓ ସୃଜନାଶୀଳତା ବୃଦ୍ଧି ପାଇବ 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ

Advertisment