/odishatv-khabar/media/media_files/2025/11/22/chili-chana-2025-11-22-17-06-37.jpg)
chili chana Photograph: (OTV)
ସାଧାରଣତଃ ପିଲାମାନଙ୍କୁ ଚଟପଟା ରେସିପି ବେଶୀ ସୁଆଦିଆ ଲାଗିଥାଏ । ପିଲାମାନଙ୍କ ପାଇଁ ସଂଧ୍ୟା ଟିଫିନ୍ ପାଇଁ ପ୍ରସ୍ତୁତ କରନ୍ତୁ ଏକ ଚଟପଟା ରେସିପି । ଆଜି ଆମେ ଆପଣଙ୍କ ପାଇଁ କାବୁଲି ଚଣାରେ ଏକ ଚଟପଟା ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଚିଲି ଚଣା’ । ଏହି ରେସିପିଟିକୁ ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଆବଶ୍ୟକୀୟ ସାମଗ୍ରୀ
କାବୁଲି ଚଣା, କର୍ଣ୍ଣଫ୍ଲୋର୍, ମଇଦା, କ୍ୟାପ୍ସିକମ୍, କଟା ପିଆଜ,କଟା ରସୁଣ,ଅଦା ରସୁଣ ପେଷ୍ଟ,ଶୋୟା ସସ୍, ଟମାଟୋ ସସ୍, ଭିନେଗାର,ରିଫାଇନ ତେଲ, ସ୍ୱାଦନୁସାରେ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ
-ପ୍ରଥମେ କାବୁଲି ଚଣାକୁ ୬ରୁ ୭ ଘଣ୍ଟା ପାଣିରେ ଭିଜାଇ ରଖନ୍ତୁ । ଏହାପରେ ଅଳ୍ପ ଲୁଣ ଦେଇ ଏହାକୁ ପ୍ରେସର କୁକରରେ ସିଝାଇ ଦିଅନ୍ତୁ । କାବୁଲି ଚଣା ସିଝିଗଲା ପରେ ସେଥିରେ କର୍ଣ୍ଣଫ୍ଲୋର ଓ ମଇଦା ପକାନ୍ତୁ । ଏହାପରେ ଅଳ୍ପ ଅଦା ରସୁଣ ପେଷ୍ଟ ପକାଇ ଭଲ ଭାବେ ଗୋଳାଇ ଏକ ପାତ୍ରରେ କିଛି ସମୟ ପାଇଁ ରଖି ଦିଅନ୍ତୁ ।
-ଏହାପରେ ଚୁଲିରେ କଡେଇ ବସେଇ ତେଲ ଗରମ କରନ୍ତୁ ।ତେଲ ଗରମ ହୋଇଗଲା ପରେ ଚଣାର ମିଶ୍ରଣକୁ ତେଲରେ ପକାଇ ଛାଣନ୍ତୁ । ଚଣାର ରଙ୍ଗ ଗୋଲ୍ଡେନ ବ୍ରାଉନ୍ ହୋଇଗଲା ପରେ ଏହାକୁ ଛାଣି ଏକ ପାତ୍ରରେ ରଖନ୍ତୁ । ଏହାପରେ ଆଉ ଏକ କଡେଇରେ ଅଳ୍ପ ତେଲ ପକାନ୍ତୁ ।
-ତେଲ ଗରମ ହୋଇଗଲା ପରେ କଟା ପିଆଜ,କଟା କ୍ୟାପସିକମ,କଟା ରସୁଣକୁ ପକାଇ ଭାଜନ୍ତୁ । ଏହା ଭାଜି ହେଲା ପରେ ଛଣା ହେଇଥିବା ଚଣାକୁ ପକାନ୍ତୁ ।ଏହାପରେ ସେଥିରେ ଟମାଟୋ ସସ୍,ଶୋୟା ସସ୍,ଭିନେଗାର ଓ ସ୍ୱାଦନୁସାରେ ଲୁଣ ପକାନ୍ତୁ । ଏହାପରେ ୧ ଚାମୋଚ କର୍ଣ୍ଣଫ୍ଲୋରକୁ ଅଳ୍ପ ପାଣିରେ ପକାଇ ଗୋଳାଇ କଡେଇରେ ପକାନ୍ତୁ । ଏହାପରେ ଏହାକୁ ଅଳ୍ପ ସମୟ ଭାଜି ଚୁଲିକୁ ବନ୍ଦ କରି ଦିଅନ୍ତୁ ।
ଏବେ ପ୍ରସ୍ତୁତ ହୋଇଗଲା ଚଟପଟା ‘ଚିଲି ଚଣା’ । ଏହି ରେସିପିଟିକୁ ରୁଟି କିମ୍ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।
Humane Sagar Death Case: ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣା: ଦୁଇ ମ୍ୟାନେଜରଙ୍କ ନାଁରେ ବଢୁଛି ଅଭିଯୋଗର ଫର୍ଦ୍ଦ

Shock Revelation: ହ୍ୟୁମାନଙ୍କୁ କେବେ ରୋଗ ହେଲା ଜାଣିନଥିଲେ ମାଆ ଶେଫାଳୀ, ସବୁ ସେଇ…

Kuru Court Chaos: ଗାନ୍ଧାରୀଙ୍କ ଉପଦେଶ ଓ ଦୁର୍ଯ୍ୟୋଧନଙ୍କ ଭୟଙ୍କର ଯୋଜନା, କଣ ଘଟିଥିଲା କୁରୁସଭାରେ

Human Sagar Death: ହ୍ୟୁମାନଙ୍କ ମୃତ୍ୟୁ ପଛରେ ବଡ଼ ଷଡ଼ଯନ୍ତ୍ର , ଦେହ ଖରାପ ସତ୍ତ୍ବେ ଦିଆଯାଉଥିଲା ନିଶା !

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)