Advertisment

Satiyaa Community: ମରିଗଲେ ଉତ୍ସବ ପାଳନ୍ତି , ଜନ୍ମ ହେଲେ ଦୁଃଖ କରନ୍ତି...ଜାଣନ୍ତୁ କେଉଁଠି

ଆପଣ ଜୀବନରେ ବହୁତ କିଛି ଦେଖି ଥିବେ, କିନ୍ତୁ କେବେ କି ଆପଣ କାହାକୁ ମୃତ୍ୟୁର ଖୁସି ମନାଉଥିବାର ଦେଖିଛନ୍ତି ଓ କେବେ ଲୋକମାନଙ୍କୁ କାହାର ଜନ୍ମକୁ ଦୁଃଖ ସହିତ ଗ୍ରହଣ କରୁଥିବାର ଦେଖିଛନ୍ତି?

author-image
Manas Ranjan Mohanty
TRADITION

TRADITION Photograph: (OTV)

ଆପଣ ଜୀବନରେ ବହୁତ କିଛି ଦେଖି ଥିବେ, କିନ୍ତୁ କେବେ କି ଆପଣ କାହାକୁ ମୃତ୍ୟୁର ଖୁସି ମନାଉଥିବାର ଦେଖିଛନ୍ତି ଓ କେବେ ଲୋକମାନଙ୍କୁ କାହାର ଜନ୍ମକୁ ଦୁଃଖ ସହିତ ଗ୍ରହଣ କରୁଥିବାର ଦେଖିଛନ୍ତି? ରାଜସ୍ଥାନର ସାତିଆ (Satiyaa) ସମ୍ପ୍ରଦାୟର ଏହି ଅନନ୍ୟ ପରମ୍ପରା ଆମକୁ ବାଧ୍ୟ କରୁଛି ଯେ, ଜୀବନ ଓ ମୃତ୍ୟୁ ମଧ୍ୟରେ ସେମାନଙ୍କର ଦୃଷ୍ଟିକୋଣ କେତେ ଭିନ୍ନ ତାହା ଉପରେ ଚିନ୍ତା କରିବାକୁ । ଏହି ସମ୍ପ୍ରଦାୟରେ ଯେତେବେଳେ କେହି ମରି ଯାଆନ୍ତି, ସାରା ଗାଁ ଉତ୍ସବ ମନାଏ… ଢୋଲ-ନଗାଡ଼ା ବାଜେ, ମିଠାଇ ବଣ୍ଟାଯାଏ, ନାଚ-ଗୀତ ହୁଏ, କିନ୍ତୁ ଯେତେବେଳେ କୌଣସି ଶିଶୁ ଜନ୍ମ ହୁଏ ସେଠାରେ ଶୋକର ମାହୋଲ ଛାଇଯାଏ । ଏହି ପରମ୍ପରା ଶୁଣିବାକୁ ଆଶ୍ଚର୍ଯ୍ୟଜନକ ଲାଗୁଛି । କିନ୍ତୁ ଏହା ପଛରେ ରହିଛି କିଛି ଭିନ୍ନ ବିଶ୍ବାସ ।

Advertisment

ସାତିଆ ସମ୍ପ୍ରଦାୟ, ଯାହା ରାଜସ୍ଥାନରେ ପ୍ରାୟ ୨୪ଟି ପରିବାରରେ ସୀମିତ । ସେମାନେ ମୃତ୍ୟୁକୁ ଆତ୍ମାର ମୁକ୍ତି ବୋଲି ମାନନ୍ତି । ସେମାନଙ୍କ ମତରେ ଯେତେବେଳେ କେହି ମରେ, ତା’ର ଆତ୍ମା ‘ଭୌତିକ ଜେଲ୍‌’ ଅର୍ଥାତ୍ ଏ ଦୁନିଆର ବନ୍ଧନରୁ ମୁକ୍ତ ହୋଇଯାଏ, ତେଣୁ ସେହି ମୁହୂର୍ତ୍ତକୁ ସେମାନେ ଉତ୍ସବ ଭଳି ଅନୁଭବ କରନ୍ତି । ସେମାନେ ପରିଷ୍କାର କପଡ଼ା ପିନ୍ଧନ୍ତି । ମିଠା, ଶୁଖିଲା ମେବା ଓ ସ୍ଥାନୀୟ ମଦ କିଣନ୍ତି । ଆଉ ଜୁଇ ନଲିଭିବା ଯାଏ ସେମାନେ ନାଚିଥାଆନ୍ତି ଓ ଉତ୍ସବ ମନାନ୍ତି । ଶେଷରେ ଏକ ଭୋଜିର ମଧ୍ୟ ଆୟୋଜନ କରାଯାଇଥାଏ । 

ଏହି ସମ୍ପ୍ରଦାୟର ବିଶ୍ୱାସ ଅନୁସାରେ ଜୀବନ ଏକ ‘ପାପପୂର୍ଣ୍ଣ ଦଣ୍ଡ’ । ଯେତେବେଳେ କୌଣସି ଶିଶୁ ଜନ୍ମ ହୁଏ, ସେମାନେ ତାହାକୁ ଆତ୍ମିକ ବୋଝର ଆରମ୍ଭ ବୋଲି ଭାବନ୍ତି । ନବଜାତ ଶିଶୁ ଆସିଲେ ସେମାନେ ଶୋକ କରନ୍ତି, କହନ୍ତି ଆତ୍ମା ପୁଣି ଦୁଃଖ ଓ ବନ୍ଧନର ଦୁନିଆକୁ ଫେରି ଆସିଛି । ସେଦିନ ଶିଶୁର ପରିବାରରେ ଖାଦ୍ୟ ରନ୍ଧାଯାଏ ନାହିଁ ଏବଂ ଅନେକ ଥର ଲୋକେ ତାକୁ ‘ଅଭିଶପ୍ତ’ ବୋଲି ଭାବନ୍ତି । 

Advertisment

ଏହି ପରମ୍ପରା କେବଳ ସାଂସ୍କୃତିକ ଭାବେ ଅନନ୍ୟ ନୁହନ୍ତି, ବରଂ ଚିନ୍ତା ଓ ବିଶ୍ୱାସର ଏକ ଝଲକ ମଧ୍ୟ ଦେଇଥାଏ । ଏହି ଦର୍ଶନ କ’ଣ ଆମକୁ କହୁଛି ଯେ କେତେକ ଲୋକ ମୃତ୍ୟୁରେ ମୁକ୍ତି ଦେଖନ୍ତି ଆଉ ଜନ୍ମରେ ଯନ୍ତ୍ରଣା? କେତେକ ରିପୋର୍ଟ କହୁଛି ଯେ ସାତିଆ ସମ୍ପ୍ରଦାୟର ଲୋକେ ଅଧିକ ଶିକ୍ଷା ଗ୍ରହଣ କରନ୍ତି ନାହିଁ ଏବଂ ମଦ୍ୟପାନର ଅଭ୍ୟାସରେ ରହନ୍ତି, କିନ୍ତୁ ଏହା ମଧ୍ୟ ସତ୍ୟ ଯେ ସେମାନଙ୍କର ଏହି ପରମ୍ପରା ବାକି ଦୁନିଆ ପାଇଁ ଏକ ବଳିଷ୍ଠ ଚେତାବନୀ ହୋଇପାରେ… ଆମର ସାଧାରଣ ବୁଝାମଣା ‘ଜୀବନ = ଖୁସି, ମୃତ୍ୟୁ = ଦୁଃଖ’ ସବୁବେଳେ ସତ୍ୟ ନୁହେଁ।

Advertisment
Related Articles
Advertisment