/odishatv-khabar/media/post_attachments/uploadimage/library/16_9/16_9_0/Gen_z_1757331761.jpg)
Gen z
ନେପାଳରେ ରାସ୍ତାକୁ ଓହ୍ଲାଇ ଜୋରଦାର ବିକ୍ଷୋଭ କରୁଛନ୍ତି Gen-Z । ସଂସଦ ଭିତରେ ପଶି ଜୋରଦାର ନାରାବାଜି କରିଛନ୍ତି । ଫଳରେ ନେପାଳ ଅଶାନ୍ତ ହୋଇପଡିଛି । ସରକାର ସେନା ମୁତୟନ କରିବା ସହ ଅନେକ ସ୍ଥାନରେ କର୍ଫ୍ୟୁ ଜାରି କରିଛନ୍ତି । ଏହି ବିକ୍ଷୋଭରେ ୧୬ଜଣଙ୍କ ମୃତ୍ୟୁ ଘଟିଛି । ଏଥର ଆନ୍ଦୋଳନର ନେତୃତ୍ୱ Gen-Z ମାନ ନିଜ ହାତରେ ନେଇଛନ୍ତି। ନେପାଳର ସରକାର ଫେସବୁକ, ୟୁଟ୍ୟୁବ, ଇନଷ୍ଟାଗ୍ରାମ ଓ ଏକ୍ସ ପରି ୨୬ଟି ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ନିଷେଧାଜ୍ଞା ଲଗାଇବାର ନିଷ୍ପତ୍ତି ନେବା ପରେ ସମଗ୍ର ଦେଶ ଅଶାନ୍ତ ହୋଇପଡିଛି ।
ଏବେ ସବୁଠି Gen-Zକୁ ନେଇ ଚର୍ଚ୍ଚା । କାର୍ଯ୍ୟଶୈଳୀ ହେଉ କି ଭିନ୍ନ ଚିନ୍ତାଧାରା ଯାହାକୁ ନେଇ ସୋସିଆଲ ମିଡିଆରେ ବିତର୍କ ଚାଲିଛି । କେହି କେହି ସେମାନଙ୍କୁ ପ୍ରଶଂସା କରୁଥିବା ବେଳେ କେହି କେହି ବିରକ୍ତ ହେଉଛନ୍ତି ।
କିଛି ବର୍ଷ ପୂର୍ବେ ଆପଣ ଜାଣି ନଥିଲେ ଆପଣ କେଉଁ ଜେନେରେସନରେ ଜନ୍ମ ହୋଇଛନ୍ତି, କିନ୍ତୁ ଆଜି ସମସ୍ତଙ୍କ ଜିଭରେ ବିଭିନ୍ନ ଜେନେରେସନର ନାଁ ରହିଛି । କେହି କାହାକୁ ମିଲେନିଅଲ କହୁଛନ୍ତି ତ କାହାକୁ Gen-Z କହୁଛନ୍ତି । ଏବେ ତ ଆଲଫାରୁ ଆରମ୍ଭ କରି ବିଟା ଜେନେରେସନ ମଧ୍ୟ ଆସିଛନ୍ତି, ଯାହାଙ୍କ ବିଷୟରେ ଆଗାମୀ କିଛି ବର୍ଷରେ Gen-Z ପରି ନିଶ୍ଚିତ ଭାବେ ଚର୍ଚ୍ଚା ହେବ।
ଆପଣ ନିଶ୍ଚିତ କେବେ ନା କେବେ ଭାବିଥିବେ ଯେ ଏହି ବିଭିନ୍ନ ଜେନେରେସନର ନାମ କେଉଁଠୁ ଆସିଛି ଏବଂ ଏହାକୁ କିପରି ରଖାଯାଇଛି।
ଆଜି ଯଦି କୌଣସି ବୟସର ଲୋକଙ୍କ ବିଷୟରେ କଥା ହେବାକୁ ହୁଏ, ତେବେ ସେମାନଙ୍କ ପାଇଁ କିଶୋର, ଯୁବକ କିମ୍ବା ବୃଦ୍ଧ ଶବ୍ଦର ବ୍ୟବହାର କମ୍ ହୁଏ ବରଂ ଲୋକେ ସେମାନଙ୍କୁ ସେମାନଙ୍କ ଜେନେରେସନ ବା ପିଢ଼ିର ନାମରେ ଜାଣନ୍ତି।
-ଯେମିତି ଯଦି ପୁରୁଣା ଯୁଗର କଥା ହେଉଛି, ତେବେ ସାଇଲେଣ୍ଟ ଜେନେରେସନ କିମ୍ବା ବେବି ବୁମର୍ସର ନାମ ଆସେ
-୧୯୮୧ରୁ ୧୯୯୬ ମଧ୍ୟରେ ଜନ୍ମ ହୋଇଥିବା ଲୋକଙ୍କ ପାଇଁ ମିଲେନିଅଲ ଶବ୍ଦ ବ୍ୟବହାର ହୁଏ
- ୧୯୯୭ରୁ ୨୦୧୨ମଧ୍ୟରେ ଜନ୍ମ ହୋଇଥିବା ଲୋକଙ୍କୁ Gen-Z କୁହାଯାଏ
-୨୦୧୩ରୁ ୨୦୨୪ ମଧ୍ୟରେ ଜନ୍ମ ହୋଇଥିବା ପିଲାମାନଙ୍କୁ ଜେନେରେସନ ଆଲଫା କୁହାଯାଏ। ଏମାନେ ସେହି ପିଲାମାନେ ଯେଉଁମାନେ ଜନ୍ମ ହେବା ସଙ୍ଗେ ସଙ୍ଗେ ସମସ୍ତ ଟେକ୍ନୋଲୋଜି ପାଇଛନ୍ତି
-ଏବେ ୨୦୨୫ରେ ଜନ୍ମ ହୋଇଥିବା ପିଲାମାନଙ୍କୁ ବିଟା ଜେନେରେସନ କୁହାଯାଉଛି । ୨୦୩୯ ପର୍ଯ୍ୟନ୍ତ ଜନ୍ମ ହେଉଥିବା ଲୋକେ ଏହି ଜେନେରେସନର ଅଂଶ ହେବେ
ପ୍ରକୃତରେ ସେହି ସମୟର ପରିସ୍ଥିତି ଓ ଅବସ୍ଥାକୁ ଦେଖି ପିଢ଼ିର ନାମକରଣ କରାଯାଏ। ଯେମିତି ଯେଉଁମାନେ ବିଶ୍ୱଯୁଦ୍ଧ ସମୟରେ ଜନ୍ମ ହୋଇଥିଲେ ଏବଂ ସେସମୟର ସଂଘର୍ଷ ଦେଖିଥିଲେ, ସେମାନଙ୍କୁ ଗ୍ରେଟେଷ୍ଟ ଜେନେରେସନ (୧୯୦୧-୧୯୨୭) କୁହାଗଲା।
ସେହିପରି ଯୁଦ୍ଧରେ କ୍ଷତିଗ୍ରସ୍ତ, ବେରୋଜଗାରୀ ଓ ଅବସାଦ ଭଳି ଜିନିଷ ଦେଖିଥିବା ପିଢ଼ିକୁ ସାଇଲେଣ୍ଟ ଜେନେରେସନ୧୯୨୮-୧୯୪୫) କୁହାଗଲା। ଠିକ୍ ସେହିପରି ଯେଉଁ ସମୟରେ ସବୁଠୁ ଅଧିକ ପିଲା ଜନ୍ମ ହୋଇଥିଲେ, ତାହାକୁ ବେବି ବୁମର ଜେନେରେସନ (୧୯୪୬-୧୯୬୪) କୁହାଗଲା। ଟେକ୍ନୋଲୋଜିର ଯୁଗରେ ପ୍ରଥମ ପାଦ ଥାପିଥିବା ଲୋକଙ୍କୁ ଜେନେରେସନ X (୧୯୬୫-୧୯୮୦) ନାମରେ ଜଣାଗଲା। ଏହି ନାମ ‘କ୍ଲାସ: ଏ ଗାଇଡ ଥ୍ରୁ ଦ ଆମେରିକାନ ଷ୍ଟେଟସ ସିଷ୍ଟମ’ ନାମକ ପୁସ୍ତକରୁ ନିଆଗଲା।
ଏକ ରିପୋର୍ଟ ଅନୁଯାୟୀ, ବିଂଶ ଶତାବ୍ଦୀରେ ହିଁ ଜେନେରେସନର ନାମ ରଖିବା ଆରମ୍ଭ ହୋଇଥିଲା। ଏହି ନାମଗୁଡ଼ିକ ଅଧିକାଂଶ ପୁସ୍ତକ କିମ୍ବା କୌଣସି ପ୍ରସିଦ୍ଧ ଗୀତରୁ ନିଆଯାଇଥିଲା। ସମାଜ ବିଜ୍ଞାନୀ ଓ ଡେମୋଗ୍ରାଫି ବିଶେଷଜ୍ଞମାନେ ଏହାକୁ ନିର୍ଦ୍ଧାରଣ କରନ୍ତି। ସେହିପରି ଆଗାମୀ ପିଢ଼ିମାନଙ୍କର ନାମ ମଧ୍ୟ ନିର୍ଦ୍ଧାରଣ କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)