Advertisment

Youth Missing: ବ୍ରିଜ୍ ଉପରେ କାର୍ ରଖି ଯୁବକ ନିଖୋଜ

ମୁଣ୍ଡଳୀ ବ୍ରିଜ୍ ଉପରେ କାର୍ ରଖି ଯୁବକ ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଯୁବକ ଭୁବନେଶ୍ୱର ନୟାପଲ୍ଲୀ ଅଂଚଳର। ଗୋଡିସାହି ଫାଣ୍ଡି ପୋଲିସ୍ ଓ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରୁଛନ୍ତି।

author-image
Chinmayee Sahoo
MISSING

MISSING Photograph: (OTV)

କଟକ ମୁଣ୍ଡଳୀ ମହାନଦୀ ପୋଲ ଉପରେ କାର ଥୋଇ ଯୁବକ ନିଖୋଜ। ଗତକାଲି ରାତିରୁ ଏକ କାର ସନ୍ଦେହ ଜନକ ଭାବରେ ପୋଲ ଉପରେ ଥୁଆହୋଇଥିବା ସ୍ଥାନୀୟ ଲୋକ ଦେଖି ପୋଲିସ୍ କୁ ଖବର ଦେଇଥିଲେ। ପରେ କାର ନମ୍ୱର୍ ରୁ ଏହା ଭୁବନେଶ୍ୱର ଅଞ୍ଚଳର ହୋଇଥିବା ଜାଣିବା ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। 
ଯୁବକ ଜଣଙ୍କ ନାଁ ଶକ୍ତିକାନ୍ତ ସାହୁ,ଘର ଭୁବନେଶ୍ୱର ନୂଆ ପଲ୍ଲୀ ଅଞ୍ଚଳରେ ବୋଲି ଜଣାପଡିଛି।  ଯୁବକ ଜଣଙ୍କ ନଦୀକୁ ଡେ଼ଇଁ ପଡ଼ିଛନ୍ତି ନା କେଉଁଆଡେ ନିଖୋଜ ହୋଇଯାଇଛନ୍ତି ତାହା ଏବେ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ଗୋଡିସାହି ଫାଣ୍ଡି ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନଦୀରେ ଖୋଜାଖୋଜି ଜାରି ରଖିଛନ୍ତି।

Advertisment

ଅଧିକ ଦେଖନ୍ତୁ:

Youth Missing
Advertisment
Related Articles
Advertisment