Advertisment

Historic Surrender: ନଦୀ ଡେଇଁ ଆସୁଛନ୍ତି ମାଓବାଦୀ

ସବୁଠାରୁ ବଡ଼ ନକ୍ସଲ ସରେଣ୍ଡର। ଛତିଶଗଡ଼ରେ ଇନ୍ଦ୍ରାବତୀ ଡିଭିଜନ ଓ ମାଡ୍ ଡିଭିଜନର ୧୫୦ ମାଓବାଦୀ କରିବେ ଆତ୍ମସମର୍ପଣ। ଇନ୍ଦ୍ରାବତୀ ନଦୀ ଡେଇଁ ଚାଲି ଚାଲି ବିଜାପୁର ପହଞ୍ଚୁଛନ୍ତି ମାଓବାଦୀ।

author-image
Chinmayee Sahoo
Maoists

Maoists Photograph: (OTV)

ସବୁଠାରୁ ବଡ ନକ୍ସଲ ଆତ୍ମସମର୍ପଣ I ସେଣ୍ଟ୍ରାଲ କମିଟି ମେମ୍ବର ରୁପେଶ ନେତୃତ୍ବରେ ୧୭୦ ନକ୍ସଲଙ୍କ ଆତ୍ମସମର୍ପଣ I ମାଲକାନଗିରି ସୀମାନ୍ତ ଛତିଶଗଡରେ ସବୁଠାରୁ ବଡ ନକ୍ସଲ ଆତ୍ମସମର୍ପଣକୁ ନେଇ ପୁଲିସ ସଜବାଜ ହେଉଛି। ଇନ୍ଦ୍ରାବତୀ ଡିଭିଜନ ଏବଂ ମାଡ୍ ଡିଭିଜନର ୧୫୦ରୁ ଉର୍ଦ୍ଧ୍ବ ନକ୍ସଲ ଆତ୍ମସମର୍ପଣ ପାଇଁ ଇନ୍ଦ୍ରାବତୀ ନଦୀ ଡେଇଁ ଚାଲି ଚାଲି ବିଜାପୁର ପହଞ୍ଚୁଛନ୍ତି। 
ଏନେଇ ପୁଲିସ ଏବଂ ବିଏସଏଫ ତରଫରୁ କଡା ସୁରକ୍ଷାର ବ୍ୟବସ୍ଥା କରାଯାଇଛି। ଛତିଶଗଡର ବିଜାପୁର ଜିଲ୍ଲାରେ ହେବାକୁ ଥିବା ଏହି ଆତ୍ମସମର୍ପଣ ଇତିହାସରେ ପ୍ରଥମ ବଡ ଆତ୍ମସମର୍ପଣ ହେବ। ପାଖାପାଖି ୧୦୦ରୁ ଉର୍ଦ୍ଧ୍ବ ବନ୍ଧୁକ ନେଇ ଏମାନେ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ପହଞ୍ଚିବାକୁ ଇନ୍ଦ୍ରାବତୀ ନଦୀ ତଟରେ ଏକତ୍ରିତ ହେଉଛନ୍ତି। 
ତେବେ ସମସ୍ତ ନକ୍ସଲଙ୍କୁ ବସ ଯୋଗେ ଜଗଦଲପୁର ନିଆଯିବ ବୋଲି ଜଣାପଡିଛି। ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଏବଂ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମାଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିବେ ବୋଲି ସୂଚନା ମିଳିଛି। ‘ମାଡ୍’ ଡିଭିଜନର ସକ୍ରିୟ ନେତା ହେଉଛନ୍ତି ରୁପେଶ। ରୂପେଶ ନାମରେ ସରକାର ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଂକାର ପୁରସ୍କାର ରାଶି ଘୋଷଣା କରାଯାଇଛି।

Advertisment

ଅଧିକ ଦେଖନ୍ତୁ:

Maoists Surrender
Advertisment
Related Articles
Advertisment