Advertisment

Odia Youth Missing at Sea: କେଉଁଠି ଓଡ଼ିଆ ଯୁବ ନାବିକ ସାର୍ଥକ, ସପ୍ତାହେ ପରେ ବି ମିଳୁନି ପତ୍ତା

ଏବେ କେଉଁଠି ଓଡ଼ିଆ ଯୁବ ନାବିକ ସାର୍ଥକ ମହାପାତ୍ର। ମରିସସ୍ ନିକଟରେ ଗଭୀର ସମୁଦ୍ରରୁ ନିଖୋଜ ପରେ ସାର୍ଥକଙ୍କ ମିଳୁନି ପତ୍ତା। ମଝି ସମୁଦ୍ରରେ ରହସ୍ୟମୟ ଭାବେ ନିଖୋଜ ହୋଇଯାଇଛନ୍ତି।

author-image
Chinmayee Sahoo
Odia Youth Missing

Odia Youth Missing Photograph: (OTV)

ଏବେ କେଉଁଠି ଓଡ଼ିଆ ଯୁବ ନାବିକ ସାର୍ଥକ ମହାପାତ୍ର। ମରିସସ୍ ନିକଟରେ ଗଭୀର ସମୁଦ୍ରରୁ ନିଖୋଜ ପରେ ସାର୍ଥକଙ୍କ ମିଳୁନି ପତ୍ତା। ମଝି ସମୁଦ୍ରରେ ରହସ୍ୟମୟ ଭାବେ ମର୍ଚଣ୍ଟ ନେଭି କାଡେଟ ସାର୍ଥକ ମହାପାତ୍ର ଗାୟବ ଘଟଣାକୁ ସପ୍ତାହରୁ ଅଧିକ ଦିନ ବିତିଲାଣି। ଏପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳୁନି। 

Advertisment

ଗୋଟିଏ ପଟେ ସେ ଜୀବିତ ନା ମୃତ ତାକୁ ନେଇ ଦ୍ବନ୍ଦ ରହିଥିବା ବେଳେ ଆଜି ସାର୍ଥକଙ୍କ ନିଖୋଜକୁ ନେଇ ସଠିକ, ନିର୍ଭୁଲ ଏବଂ ନିରପକ୍ଷ ତଦନ୍ତ ଦାବି କରିଛନ୍ତି ସି ଫେୟାର ଆସୋସିଏସନ ଓଡ଼ିଶା ସଙ୍ଘ। ବାରମ୍ବାର ଏଭଳି ଘଟଣା ମର୍ଚଣ୍ଟ ନେଭିର ଜୁନିୟର କାଡେଟଙ୍କ ସହ ହେଉଥିବାରୁ ଏହା ଉପରେ ଗୁରୁତ୍ୱାରୋପ କରିବାକୁ ଦାବି କରିଛନ୍ତି। 

ଘଟଣାକୁ ସପ୍ତାହେରୁ ଅଧିକ ଦିନ ବିତିଥିଲେ ମଧ୍ୟ କେଉଁଭଳି ତଦନ୍ତ କରାଯାଉଛି ତାକୁ ନେଇ ମଧ୍ୟ ପ୍ରଶ୍ନ କରୁଛି ସଂଘ। ସାର୍ଥକଙ୍କୁ ଉପରିସ୍ଥ କର୍ମଚାରୀ ଅଧିକ ମାନସିକ ଚାପ ପକାଉଥିଲେ କି। ସାର୍ଥକ ନିଖୋଜ ହେବାର କେତେ ସମୟ ପରେ କ୍ରିଉ ମେମ୍ବର ସୂଚନା ପାଇ ତାଙ୍କୁ ଖୋଜାଖୋଜି କଲେ ବୋଲି ପ୍ରଶ୍ନ କରିଛନ୍ତି।

Advertisment

ଏହା ସହ ସାର୍ଥକଙ୍କ ମୋବାଇଲ ହିଷ୍ଟ୍ରି ଯାଞ୍ଚ କରିବାକୁ ଦାବି ହୋଇଛି। ସେହିଭଳି ସାର୍ଥକ ଥିବା ସିପରେ ଉପସ୍ଥିତ ସମସ୍ତ କ୍ରିଉ ସଦସ୍ୟଙ୍କୁ ଭାରତ ଅଣାଯାଇ ସେମାନଙ୍କ ବୟାନ ରେକର୍ଡ ପାଇଁ ମଧ୍ୟ ସଙ୍ଘ ଦାବି କରିଛି। 

୨୩ ବର୍ଷୀୟ ସାର୍ଥକ ଗତବର୍ଷ ଜୁଲାଇରେ ଆଙ୍ଗଲୋ ଇଷ୍ଟର୍ଣ୍ଣ ସିପିଂ କମ୍ପାନୀର ସିପ୍ EA Jersey ରେ କ୍ୟାଡେଟ ଭାବେ ଯୋଗ ଦେଇଥିଲେ। ସିଙ୍ଗାପୁରରୁ ଚାଇନକୁ ସିପ୍ ଫେରିବା ସମୟରେ ମଝି ସମୁଦ୍ରରେ ଗତ ୩ ତାରିଖରେ ରହସ୍ୟମୟ ଭାବେ ଗାୟବ ହୋଇଥିଲେ ସାର୍ଥକ।

Odia Youth Missing
Advertisment