/odishatv-khabar/media/media_files/2026/02/10/amazon-2026-02-10-12-42-46.jpg)
Amazon Photograph: (OTV)
ଗ୍ରାହକଙ୍କୁ ଠକିବା ମହଙ୍ଗା ପଡ଼ିଲା। ଇ-କମର୍ସ ସଂସ୍ଥା ଆମାଜନକୁ ଲାଗିଛି ଝଟ୍କା। ଲାପଟପ୍ ବଦଳରେ ମାର୍ବଲ ପଥର ପଠାଇବା ଘଟଣାରେ ଖାଉଟି ଅଦାଲତରେ ଦଣ୍ଡିତ ହୋଇଛି ଆମାଜନ୍। ଲାପଟପ୍ ମୂଲ୍ୟ ସାଙ୍ଗକୁ ମକଦ୍ଦମା ବାବଦ ଖର୍ଚ୍ଚ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସମ୍ବଲପୁର ଖାଉଟି ଅଦାଲତ ।
ସମ୍ବଲପୁରର ଡାକ୍ତର ଚୌବର୍ଗ ନାୟକ ଗତବର୍ଷ ଫେବ୍ରୁଆରି ୪ ତାରିଖରେ ଆମାଜନରୁ ଏକ ଲାପଟପ୍ ଅର୍ଡର୍ କରିଥିଲେ । ଅର୍ଡର ତାଙ୍କୁ ୧୨ ଦିନ ପରେ ଡେଲିଭରୀ ହୋଇଥିଲା। ଓପନ ବକ୍ସ ଡେଲିଭରୀ ଥିବାରୁ ଡେଲିଭରୀ ବୟ ପାର୍ସଲ ଓପନ କରିବା ବେଳେ ଲାପଟପ୍ ବଦଳରେ ମାର୍ବଲ ପିସ୍ ବାହାରିଥିଲା।
ଏହାପରେ ଡାକ୍ତର ବାବୁ ତୁରନ୍ତ ଆମାଜନକୁ ଆଭିଯୋଗ କରିଥିଲେ । ପୋଲିସରେ ରିପୋର୍ଟ କରିଥିଲେ ମଧ୍ୟ ପୋଲିସ ଅଭିଯୋଗ ଶୁଣିନଥିଲା। ସବୁଆଡୁ ନିରାଶ ହେବାପରେ ଡାକ୍ତର ଚୌବର୍ଗ ନାୟକ ଖାଉଟି ଅଦାଲତରେ ମାମଲା ଦାୟର କରିଥିଲେ। ଆମାଜନ୍ ମଧ୍ୟ କୋର୍ଟରେ ହାଜିର ହୋଇ ମାମଲା ଲଢିଥିଲା।
ଖାଉଟି ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ଆମାଜନ୍ ଲାପଟପ୍ ମୂଲ୍ୟ ବାବଦରେ ୬୦ ହଜାର ୭ ଶହ ୯୯ ଟଙ୍କା ଓ ଗ୍ରାହକ ସେବାର ଅବହେଳା ପାଇଁ ୨୫ ହଜାର ଟଙ୍କା ଓ ମକଦ୍ଦମା ପରିଚାଳନା ବାବଦରେ ୫ ହଜାର ଟଙ୍କା ଦେବ। ମାସକ ଭିତରେ ଏ ସମସ୍ତ ଟଙ୍କା ନ ଦେଲେ ବାର୍ଷିକ ୯ ପ୍ରତିଶତ ସୁଧ ହାରରେ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଖାଉଟି ଅଦାଲତ।
Marriage Announcement Amid Controversy: ବଢୁଛି ସାଇ-`ତୁଳସୀ' ବିବାଦ, ପାୟଲଙ୍କ ସହ ସମ୍ପର୍କକୁ ନେଇ ସ୍ପଷ୍ଟ କଲେ ସାଇ

Live Sea Snails Spotted on Puri Beach: ସମୁଦ୍ର କୂଳରେ ହଜାର ହଜାର ଜୀବନ୍ତ ଶାମୁକା, ଦେଖିବାକୁ ଲାଗୁଛି ପର୍ଯ୍ୟଟକଙ୍କ ଭିଡ଼

ICU Negligence at SCB Medical: ଏସସିବି ମେଡିକାଲରେ ରୋଗୀ ଅବହେଳାର ନଗ୍ନ ଚିତ୍ର, କର୍ତ୍ତୃପକ୍ଷଙ୍କ ଖାମଖିଆଲି; ଭାଇରାଲ ହେଉଛି ଭିଡିଓ

School girl Goes Missing: ଛାତ୍ରୀଙ୍କୁ ୫ ଘଣ୍ଟା ପାଇଁ ଅପହରଣ! କ୍ୟାପିଟାଲ ହସ୍ପିଟାଲରୁ ମିଳିଲେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)