Advertisment

Live Sea Snails Spotted on Puri Beach: ସମୁଦ୍ର କୂଳରେ ହଜାର ହଜାର ଜୀବନ୍ତ ଶାମୁକା, ଦେଖିବାକୁ ଲାଗୁଛି ପର୍ଯ୍ୟଟକଙ୍କ ଭିଡ଼

ପୁରୀ ସମୁଦ୍ର କୂଳରେ ହଜାର ହଜାର ଜୀବନ୍ତ ଶାମୁକା। ବାଲିରେ ବିଚରଣ କରି ସକାଳୁ ସମୁଦ୍ରକୁ ଫେରି ଯାଉଛନ୍ତି। ନିଳାଦ୍ରୀ ଓ ବ୍ଲୁ ଫ୍ଲାଗ୍ ବିଚ୍ କୁ ଆସୁଛନ୍ତି ଜୀବନ୍ତ ଶାମୁକା।

author-image
Chinmayee Sahoo
Sea Snails

Sea Snails Photograph: (OTV)

ପୁରୀ ସମୁଦ୍ର କୂଳରେ ବିଚରଣ କରୁଛନ୍ତି ହଜାର ହଜାର ସଂଖ୍ୟାରେ ଜୀବନ୍ତ ଶାମୁକା। ରାତିରେ ଦଳ ଦଳ ହୋଇ କୂଳକୁ ଆସୁଛନ୍ତି ଓ ବାଲିରେ ବିଚରଣ କରି ସୂର୍ଯ୍ୟ ଉଦୟର ଘଣ୍ଟାଏ କି ଦୁଇ ଘଣ୍ଟା ଭିତରେ ପୁଣି ସମୁଦ୍ର ଭିତରକୁ ଚାଲି ଯାଉଛନ୍ତି। 

Advertisment

ପୁରୀ ନିଳାଦ୍ରୀ ସି-ବିଚ୍ ସହ ବ୍ଲୁ ଫ୍ଲାଗ୍ ବିଚ୍ ରେ ଗତ କିଛି ଦିନ ହେଲା ଏଭଳି ହଜାର ହଜାର ସଂଖ୍ୟାରେ ଜୀବନ ଶାମୁକାଙ୍କୁ ଦେଖି ଆମୋଦିତ ହେଉଛନ୍ତି ପର୍ଯ୍ୟଟକ। ପୂର୍ବରୁ କେବେ ପୁରୀ ବେଳାଭୂମୀରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁନଥିଲା, ତେବେ ଏତେସଂଖ୍ୟାରେ ଶାମୁକା ଗଭୀର ସମୁଦ୍ର ଛାଡ଼ି କୂଳକୁ ଆସିବା ଜଳବାୟୁ ପରିବର୍ତ୍ତନର କାରଣ ନା ଅନ୍ୟ କିଛି ତାହା ଜଣାପଡ଼ିନି।

Puri Sea Beach Sea Beach Puri
Advertisment