/odishatv-khabar/media/media_files/2025/10/16/pitabas-2025-10-16-08-25-12.jpg)
Pitabas Photograph: (OTV)
ବ୍ରହ୍ମପୁରର ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ବଡ଼ ଅପଡେଟ୍ । ବ୍ରହ୍ମପୁର ପୋଲିସବିହାରରୁ ୨ ଜଣଙ୍କୁ ଉଠାଇ ଆଣିଥିବା ସୂଚନା ମିଳିଛି। ଏହି ଦୁଇ ଜଣଙ୍କ ମଧ୍ୟରେ ଜଣେ ସାର୍ପ ସୁଟର୍ ଓ ଅନ୍ୟ ଜଣେ ରେକି ଟିମରେ ସାମିଲ ଥିବା ଜଣାପଡ଼ିଛି।
ଅନ୍ୟପଟେ ପୀତବାସଙ୍କ ଘନିଷ୍ଠ ସହଯୋଗୀ ଓ ଜଣେ ବ୍ୟବସାୟୀଙ୍କୁ ମଧ୍ୟ ପୋଲିସ ଜେରା କରୁଥିବା ସୂଚନା ଆସିଛି। ଗତ ୬ ତାରିଖ ରାତିରେ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ତାଙ୍କ ଘର ନିକଟରେ ପଏଣ୍ଟ୍ ବ୍ଲାଙ୍କରୁ ଗୁଳିକରି ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ।
ଏ ଘଟଣାରେ ରାଜ୍ୟ ବାହାର ଅପରାଧୀଙ୍କ ସଂପୃକ୍ତି ଥିବା ନେଇ ପୋଲିସ ସନ୍ଦେହ କରୁଥିବା ବେଳେ ତାଙ୍କୁ କଣ ପାଇଁ କିଏ ହତ୍ୟା କଲା, ତାହା ଏଯାଏଁ ପ୍ରଶ୍ନବାଚୀ ହୋଇ ରହିଛି।
ପୀତବାସଙ୍କ ହତ୍ୟା ଘଟଣାକୁ ଅନେକ ଦିନ ବିତିଲାଣି । ତଥାପି ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ସ୍ପଷ୍ଟ ହୋଇନି । ଏ ଘଟଣାର ତଦନ୍ତ ପାଇଁ ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ୬ଟି ଟିମ୍ ସହର ଭିତରେ ଓ ବାହାରେ ଛାନଭିନ୍ ଚଳାଇଛନ୍ତି।
ଅଧିକ ଦେଖନ୍ତୁ:
• ସାର୍ପ ସୁଟରଙ୍କୁ ଉଠାଇ ଆଣିଲା ପୋଲିସ୍
• ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ
• ବିହାରରୁ ୨ ଜଣଙ୍କୁ ଉଠାଇ ଆଣିଲା ବ୍ରହ୍ମପୁର ପୋଲିସ
• ଜଣେ ସାର୍ପ ସୁଟର୍ ହୋଇଥିବା ପୋଲିସର ସୂଚନା
• ଅନ୍ୟ ଜଣେ ରେକି ଟିମ୍ ରେ ସାମିଲ ଥିବା ସୂଚନା
• ପୀତବାସଙ୍କ ଘନିଷ୍ଠ ସହଯୋଗୀ ଓ ଜଣେ ବ୍ୟବସାୟୀଙ୍କୁ ମଧ୍ୟ ଜେରା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)