Advertisment

No More Confusion: ଦୂର ହେଲା ଦୀପାବଳି ପାଳନର ଦ୍ବନ୍ଦ୍ବ , ଅକ୍ଟୋବର 20ରେ ପାଳନ ହେବ ଆଲୋକର ପର୍ବ

ଦୂର ହେଲା ଦୀପାବଳି ପାଳନର ଦ୍ବନ୍ଦ୍ବ। ଅକ୍ଟୋବର 20ରେ ପାଳନ ହେବ ଆଲୋକର ପର୍ବ ଦୀପାବଳି। ସେହିଦିନ ଦୀପଦାନ ସହ ହେବ ପୟାଶ୍ରାଦ୍ଧ ପାଳନ। ଦୀପାବଳି ପାଳନକୁ ନେଇ ଭିନ୍ନ ତାରିଖ ଓ ଭିନ୍ନ ମତ ପରେ ଏଭଳି ସ୍ପଷ୍ଟୀକରଣ ରଖିଛି ପୁରୀ ମୁକ୍ତି ମଣ୍ଡପ ପଣ୍ଡିତ ମହାସଭା।

author-image
Manas Ranjan Mohanty
DIWALI

DIWALI Photograph: (OTV)

ଦୂର ହେଲା ଦୀପାବଳି ପାଳନର ଦ୍ବନ୍ଦ୍ବ। ଅକ୍ଟୋବର 20ରେ ପାଳନ ହେବ ଆଲୋକର ପର୍ବ ଦୀପାବଳି। ସେହିଦିନ ଦୀପଦାନ ସହ ହେବ ପୟାଶ୍ରାଦ୍ଧ ପାଳନ। ଦୀପାବଳି ପାଳନକୁ ନେଇ ଭିନ୍ନ ତାରିଖ ଓ ଭିନ୍ନ ମତ ପରେ ଏଭଳି ସ୍ପଷ୍ଟୀକରଣ ରଖିଛି ପୁରୀ ମୁକ୍ତି ମଣ୍ଡପ ପଣ୍ଡିତ ମହାସଭା।

Advertisment

ପଣ୍ଡିତ ମହାସଭା ମତ ରଖିଛି ଯେ, ଶ୍ରୀମନ୍ଦିର ସ୍ବୀକୃତିପ୍ରାପ୍ତ ରାଧାରମଣ, କୋହୀନୂର, ଅରୁଣୋଦୟ, ଭାଗ୍ୟଜ୍ୟୋତି ଓ ଜିଏନ୍ ତ୍ରିପାଠୀ ପଞ୍ଜିକାରେ ୨୦ ତାରିଖରେ ଶ୍ୟାମାପୂଜା, ଦୀପଦାନ ଓ ପୟାଶ୍ରାଦ୍ଧର ଦିନ ବୋଲି ଉଲ୍ଲେଖ ରହିଛି। ଏହାର ଅର୍ଥ ସେହିଦିନ ଦିନ ରାତିରୁ ପରଦିନ ସନ୍ଧ୍ୟା ପର୍ଯ୍ୟନ୍ତ ଅମାବାସ୍ୟା ତିଥି ବା ସମ୍ପୂର୍ଣ୍ଣ ପ୍ରଦୋଷ ପକ୍ଷ ରହୁଛି। ତେଣୁ 20 ତାରିଖ ରାତିରେ ହିଁ ଲୋକେ ଦୀପଦାନ ଆଉ ପୟାଶ୍ରାଦ୍ଧ କରିପାରିବେ ବୋଲି ମୁକ୍ତିମଣ୍ଡପ ପଣ୍ଡିତ ସଭା ଏକ ସାମ୍ବାଦିକ ସମ୍ମଳନୀରେ ସ୍ପଷ୍ଟ କରିଛି।

ତେଣୁ ରାଜ୍ୟ ସରକାର ୨୧ ତାରିଖ ପରିବର୍ତ୍ତେ ୨୦ ତାରିଖକୁ ଛୁଟି ଘୋଷଣା କରିବାକୁ ପ୍ରସ୍ତାବ ରଖିଛି ମୁକ୍ତି ମଣ୍ଡପ ପଣ୍ଡିତ ମହାସଭା।...

Advertisment

ସେପଟେ କିନ୍ତୁ ଦୀପାବଳି ଓ ପୟାଶ୍ରାଦ୍ଧ ପାଳନ 21 ତାରିଖରେ ବିଦ୍ଧି ସଂଗତ ବୋଲି ଯୁକ୍ତି ବାଢ଼ିଛନ୍ତି ବରିଷ୍ଠ ଜ୍ୟୋତିର୍ବିଦ ପଣ୍ଡିତ ହରିଶଙ୍କର ମିଶ୍ର। ତେବେ ଶ୍ରୀମନ୍ଦିର ନୀତିକାନ୍ତିରେ କିନ୍ତୁ ୨0 ତାରିଖରେ ଦୀପଦାନ ଓ ପୟାଶ୍ରାଦ୍ଧ ଉଲ୍ଲେଖ ରହିଛି। ଶ୍ରୀମନ୍ଦିରରେ ଦୀପାବଳି ପାଳନର କିଛି ପରମ୍ପରା ନଥିବାରୁ ୨୧ ତାରିଖରେ ଅମାବାସ୍ୟା ତିଥି ଅନୁଯାୟୀ ନାରାୟଣ ଠାକୁରଙ୍କର ସାଗର ବିଜେ ନୀତି କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ।...

 ଗତ ବର୍ଷ ମଧ୍ୟ ଦୀପାବଳି ପାଳନକୁ ନେଇ ଦ୍ବନ୍ଦ୍ବ ଉପୁଜୁଥିଲା। ଫଳରେ ଦୁଇ ଦିନ ଧରି ପାଳନ ହୋଇଥିଲା ଦୀପାବଳି।... 

Advertisment
Related Articles
Advertisment