Advertisment

Shreemayee Mishra: କହ୍ନେଇଙ୍କ ଦିଲ୍ଲୀ ଡିଲ୍ , ଶ୍ରୀମୟୀଙ୍କ ତେର୍ଚ୍ଛା ବାଣ...ପରାଜିତ ନେତ୍ରୀ କହି ଛିଗୁଲେଇଲେ

ସ୍ନେହାଙ୍ଗିନୀ ଛୁରିଆ ହେଲେ ନୂଆପଡ଼ାର ବିଜେଡି ପ୍ରାର୍ଥୀ । ବିଜେଡିରୁ ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ର ଏହି ପ୍ରସଙ୍ଗରେ ଦଳକୁ କଡ଼ା ସମାଲୋଚନା କରି ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ଲେଖିଛନ୍ତି ପ୍ରମାଣିତ ହେଲା କହ୍ନେଇଙ୍କ ‘ଦିଲ୍ଲୀ ଡିଲ୍ ’।

author-image
Manas Ranjan Mohanty
SREEMAYEE-MISHRA

SREEMAYEE-MISHRA Photograph: (OTV)

ସ୍ନେହାଙ୍ଗିନୀ ଛୁରିଆ ହେଲେ ନୂଆପଡ଼ାର ବିଜେଡି ପ୍ରାର୍ଥୀ । ବିଜେଡିରୁ ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ର ଏହି ପ୍ରସଙ୍ଗରେ ଦଳକୁ କଡ଼ା ସମାଲୋଚନା କରି ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ଲେଖିଛନ୍ତି ପ୍ରମାଣିତ ହେଲା କହ୍ନେଇଙ୍କ ‘ଦିଲ୍ଲୀ ଡିଲ୍ ’। ଜିଲ୍ଲା ବାହାରର ପରାଜିତ ନେତ୍ରୀଙ୍କୁ ବିଜେଡି ଟିକେଟ୍ ଦେଇ ପରୋକ୍ଷରେ ‘କହ୍ନେଇ’ଙ୍କ ସ୍ଥାୟିତ୍ୱ ଓ ଡିଲ୍ କୁ କାର୍ଯ୍ୟକାରୀ କରାଇଛି। ବରଗଡ଼ର ଏହି ନେତ୍ରୀ ଗତ ନିର୍ବାଚନରେ  ନିଜ ପାରମ୍ପରିକ ଆସନରୁ ୨୯ ହଜାର ଭୋଟ୍ ବ୍ୟବଧାନରେ ଶୋଚନୀୟ ପରାଜିତ ହୋଇଥିଲେ।  ଏବେ ସିଏ ନୂଆପଡ଼ାରେ ଦଳର ପ୍ରାର୍ଥୀ ହେବାପରେ ସ୍ପଷ୍ଟ ପ୍ରମାଣିତ ହେଲା ଯେ, ବିଜେଡି କିଭଳି ନୂଆପଡ଼ାରେ ତୃତୀୟ ସ୍ଥାନରେ ରହିବ ସେଥିପାଇଁ ବିରାଟ ଷଡ଼ଯନ୍ତ୍ର ଗତ ସପ୍ତାହରେ ଦିଲ୍ଲୀରେ ହୋଇସାରିଥିଲା। ଦଳର କୋର ଟିମ୍ ସଦସ୍ୟମାନେ ସେହି କହ୍ନେଇଙ୍କୁ ନବୀନ ନିବାସରେ ଭେଟି ମଙ୍ଗଳବାର ସନ୍ଧ୍ୟାରେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ବି ଦେଲେ । ମାତ୍ର ହେଲା କ’ଣ? ନୂଆପଡ଼ାର ହଜାର ହଜାର ବିଜୁପ୍ରେମୀ ଓ ଦଳୀୟ କର୍ମୀଙ୍କ ପ୍ରତି ଏହା ଅପମାନ ନୁହେଁ ତ ଆଉ କ’ଣ? ଯେଉଁ  ଅଣଓଡ଼ିଆ ବ୍ୟକ୍ତି ପାଇଁ ବିଜେଡିର ୨୪ବର୍ଷର ସରକାର ଚାଲିଗଲା, ଆଉ ଏବେ ନୂଆପଡ଼ାରେ ତୃତୀୟ ସ୍ଥାନରେ ରହିବାର ଷଡ଼ଯନ୍ତ୍ର ହୋଇଛି।...

Advertisment

Advertisment
Related Articles
Advertisment