Advertisment

Cold Wave and Fog Return: ଡିସେମ୍ବର ୫ ପରେ ପୁଣି ବଢିବ ଶୀତ , ୩୦ରୁ ୨ ମଧ୍ୟରେ ଦକ୍ଷିଣ ଓଡ଼ିଶାରେ କୋହଲା ପାଗ

ଡିସେମ୍ବର 5 ପରେ ପୁଣି ବଢିବ ଶୀତ । ରାଜ୍ୟରେ କିଛି ଦିନ ହେବ ତାପମାତ୍ରା ବୃଦ୍ଧି ପାଇଛି I କିଛି କିଛି ସ୍ଥାନ ମାନଙ୍କୁ ଛାଡି ଦେଲେ ଅନ୍ୟ ସବୁ ଜିଲା ମାନଙ୍କରେ ତାପମାତ୍ରା ଦୁଇରୁ ତିନି ଡିଗ୍ରୀ ବଢ଼ିଥିବା ବେଳେ ଡିସେମ୍ବରରେ ପ୍ରଥମ ସପ୍ତାହର ଶେଷ ଆଡକୁ କମିବ ତାପମାତ୍ରା, ଏଥିସହ ବଢିବ ଶୀତ I

author-image
Manas Ranjan Mohanty
KORAPUT_FOG

KORAPUT_FOG Photograph: (OTV)

ଡିସେମ୍ବର 5 ପରେ ପୁଣି ବଢିବ ଶୀତ । ରାଜ୍ୟରେ କିଛି ଦିନ ହେବ ତାପମାତ୍ରା ବୃଦ୍ଧି ପାଇଛି I କିଛି କିଛି ସ୍ଥାନ ମାନଙ୍କୁ ଛାଡି ଦେଲେ ଅନ୍ୟ ସବୁ ଜିଲା ମାନଙ୍କରେ ତାପମାତ୍ରା ଦୁଇରୁ ତିନି ଡିଗ୍ରୀ ବଢ଼ିଥିବା ବେଳେ ଡିସେମ୍ବରରେ ପ୍ରଥମ ସପ୍ତାହର ଶେଷ ଆଡକୁ କମିବ ତାପମାତ୍ରା, ଏଥିସହ ବଢିବ ଶୀତ I

Advertisment

ତେବେ ବଙ୍ଗୋପସାଗରରେ ଦୁଇ ଦୁଇଟି ସିଷ୍ଟମ ଆକ୍ଟିଭ ଥିବା କାରଣରୁ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ପ୍ରବେଶ କରୁଥିଲା ଯେଉଥିପାଇଁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଥିଲା I ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଥିବା ବାତ୍ୟା `ଡିଟୱା ଆସନ୍ତାକାଲି ସନ୍ଧ୍ୟାରେ ଚେନ୍ନାଇ ଉପକୂଳରେ ସ୍ଥଳଭାଗ ଦେଇ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା ଓ ପବନ ହେବ।

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ତତସଂଲଗ୍ନ ଶ୍ରୀଲଙ୍କା ଉପକୁଳରେ ସ୍ରୁଷ୍ଟି ହୋଇଥିବା ବାତ୍ୟାର ପ୍ରଭାବରେ  ୩୦ରୁ ୨ ତାରିଖ ମଧ୍ୟରେ ଦକ୍ଷିଣ ଓଡ଼ିଶାରେ କୋହଲା ପାଗ ରହିବ I ବଡ ପ୍ରଭାବ ପଡିବ ନାହିଁ ବୋଲି ପୂର୍ବରୁ ଆଇଏମଡି ସୂଚନା ଦେଇଛି। ଏପଟେ ଫୁଲବାଣୀରେ ତାପମାତ୍ରା 8.5 ଡିଗ୍ରୀ ଥିବା ବେଳେ, ଝାରସୁଗୁଡ଼ା 9.2, ଅନୁଗୁଳ 9.6 ଭବାନୀପାଟଣାରେ 9.8 ଡିଗ୍ରୀ ତାପମାତ୍ରା ରହିଛି... 

Advertisment

ଡିସେମ୍ବର ୫ ପରେ ପୁଣି ବଢିବ ଶୀତ 
ରାଜ୍ୟରେ କିଛି ଦିନ ହେବ ତାପମାତ୍ରା ବୃଦ୍ଧି 
ଡିସେମ୍ବରରେ ପ୍ରଥମ ସପ୍ତାହର ଶେଷ ଆଡକୁ କମିବ ତାପମାତ୍ରା
ବାୟୁମଣ୍ଡଳରେ ଜଳୀୟ ବାଷ୍ପ ପ୍ରବେଶ କରୁଥିଲା, ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଥିଲା 
ବାତ୍ୟାର ପ୍ରଭାବରେ  ୩୦ରୁ ୨ ମଧ୍ୟରେ ଦକ୍ଷିଣ ଓଡ଼ିଶାରେ କୋହଲା ପାଗ ରହିବ

Advertisment