Advertisment

Daily Horoscope 12th January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

ଅଶ୍ୱନୀ- ଆପଣଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ ଯାହାଦ୍ୱାରା ଆଜି ଆପଣ ଋଣ ମୁକ୍ତ ହୋଇପାରିବେ । କିଛି ଲୋକଙ୍କ ପାଇଁ ପରିବାରରେ ଖୁସି ଖବର ଆସିପାରେ ଯାହା ଯୋଗୁ ଉତ୍ସବ ଓ ଭୋଜି-ଭାତ ହୋଇ ପାରେ ।

author-image
Deepak Acharya
Horoscope

Horoscope Photograph: (OTV)

ମେଷ-
ଅଶ୍ୱନୀ- ଆପଣଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ ଯାହାଦ୍ୱାରା ଆଜି ଆପଣ ଋଣ ମୁକ୍ତ ହୋଇପାରିବେ । କିଛି ଲୋକଙ୍କ ପାଇଁ ପରିବାରରେ ଖୁସି ଖବର ଆସିପାରେ ଯାହା ଯୋଗୁ ଉତ୍ସବ ଓ ଭୋଜି-ଭାତ ହୋଇ ପାରେ । 
ଦ୍ୱିଜା- ରାଜନୈତିକ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ । ଜାଗା, ଜମି, ବାହନ ଆଦି କ୍ରୟ କରି ପାରିବେ । ଦୂର ଯାତ୍ରାର ସୁଯୋଗ ପାଇ ପାରନ୍ତି । ପ୍ରତ୍ୟେକ କଥାରେ ଅଯଥା ବିରକ୍ତି ପ୍ରକାଶ କରନ୍ତୁ ନାହିଁ । 
କୃତିକା- ଛାତ୍ରଛାତ୍ରୀମାନେ ପାଠପଢାରେ ବ୍ୟସ୍ତ ରହିବେ । ନିଜର ମର୍ଯ୍ୟାଦାକୁ ଜଗି ରଖି ଚଳିଲେ ଭଲ । ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତିକୁ ହାଲକା କରିବାରେ ସମର୍ଥନ ହେବେ । 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯    
ପ୍ରତିକାର- ମହାମୃତ୍ୟୁଞୟ ମନ୍ତ୍ର  ପାଠ କରନ୍ତୁ 

Advertisment

ବୃଷ-
କୃତିକା-କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି କାମ ହାସଲ କରିପାରନ୍ତି । ଚାକିରିରେ ବଦଳି ହେବା ଦ୍ୱାରା ଅସୁବିଧାରେ ପଡିପାରନ୍ତି । ଆପଣଙ୍କ ଭୁଲ୍ ନିଷ୍ପତ୍ତି ପରିବାରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବ । 
ରୋହିଣୀ-ସରକାରୀ ପକ୍ଷରୁ ଆର୍ଥୀକ ସାହାଯ୍ୟ ଓ ସହଯୋଗ ମିଳିବ । ବିଦ୍ୟାର୍ଥୀ ମାନେ କିଛି ସଫଳତା ପାଇପାରନ୍ତି । ଅଧିକ କ୍ରୋଧ କରି ନିଜର କ୍ଷତି କରିପାରନ୍ତି । 
ମୃଗଶିରା- କୋର୍ଟ କଚେରୀ ମାମଲାରେ ଖର୍ଚ୍ଚାନ୍ତ ହୋଇପାରନ୍ତି । ପ୍ରିୟବ୍ୟକ୍ତିଙ୍କୁ ହରାଇ ମାନସିକ ଅସ୍ଥିରତା ଅନୁଭବ କରିବାକୁ ପଡିପାରେ । ମହିଳା ମାନଙ୍କ ମନରେ ନୂଆ ନୂଆ ବିଚାର ଆସିବ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ମୂଳମନ୍ତ୍ର  ପାଠ  କରନ୍ତୁ

ମିଥୁନ-
ମୃଗଶିରା- ବ୍ୟବସାୟରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ପାରିବାରିକ ସ୍ଥିତି ସୁଧୁରି ଯାଇ ସୁଖ ସମୃଦ୍ଧି ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ ।
ଆଦ୍ରା- ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନକୁ ଭ୍ରମଣ କରିବାକୁ ଯାଇ ଆନନ୍ଦ ଅନୁଭବ କରିବେ । ରାଜନୈତିକ କ୍ଷେତ୍ରରେ ସଫଳତା ପାଇ ପ୍ରଶଂସିତ ହେବେ । ଚେଷ୍ଟା କରୁଥିବା କାମରେ ସଫଳତା ପାଇ ପାରନ୍ତି । 
ପୁନର୍ବସୁ- ବନ୍ଧୁଙ୍କ ସହାୟତା ଲାଭକରି କାର୍ଯ୍ୟ ହାସଲ କରିବେ । ନିର୍ମାଣ ମୂଳକ ଯୋଜନାରେ ଆଗେଇ ପାରିବେ । 
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫    
ପ୍ରତିକାର- ବିଷ୍ଣୁଙ୍କର ସହସ୍ର ନାମ ପାଠ କରନ୍ତୁ

Advertisment

କର୍କଟ-
ପୁନର୍ବସୁ- କାରବାରରେ ଆପଣଙ୍କର ବହୁତ ଲାଭ ହେବ । ଜୀବନ ସାଥୀ ଆପଣଙ୍କର ପ୍ରଶଂସା କରିବେ । ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ମିଳିପାରେ । ନିଜ  କାମରେ ଯାତ୍ରା ଆପଣଙ୍କ ଲାଗି ଅସୁବିଧା ଜନକ ହେବ । 
ପୁଷ୍ୟା- ଯାନବାହନ, ବ୍ୟବସାୟରେ ସଫଳତା ଲାଭ କରିବେ । ରାଜନୀତିରେ ପ୍ରତିଷ୍ଠା ଅର୍ଜନ କରିବେ । ଶିକ୍ଷାର୍ଥୀ ମାନଙ୍କ ପାଇଁ ଦିନଟି ଅନୁକୁଳ ରହିବ । ଜମିବାଡି ସଂପର୍କୀୟ ବିବାଦରୁ ମୁକ୍ତି ପାଇବେ ।
ଅଶ୍ଲେଷା- ଅସୁବିଧାରେ ପଡି ଅର୍ଥ ନେଇଥିବା ଲୋକଟି ଟଙ୍କା ଦେବାରେ ଡେରି କରିବ । ସାମାଜିକ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା କାରଣରୁ ଅଶାନ୍ତ ରହିବେ । ଧାର୍ମିକ ବାତାବରଣ ମଧ୍ୟରେ ଆନନ୍ଦ ଅନୁଭବ କରିବେ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଭୂବନେଶ୍ୱରୀ  ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ 

ସିଂହ-
ମଘା-ବ୍ୟବସାୟରେ ଆଶାନୁରୂପ ଫଳ ପାଇ ପାରନ୍ତି । ସହକର୍ମୀ ମାନେ ପରସ୍ପରକୁ ସାହାଯ୍ୟ ସହଯୋଗ କରି ଆଗକୁ ଯିବେ । ରାଜନୀତିରେ ଉଚ୍ଚ ପଦବୀ ପ୍ରାପ୍ତି ହୋଇପାରେ । 
ପୂ,ଫାଲଗୁନି- ଚଳଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ଜୟଯୁକ୍ତ ହୋଇପାରନ୍ତି । ନୂତନ ବାହନଆଦି କ୍ରୟ କରି ପାରନ୍ତି । ଶିକ୍ଷା କ୍ଷେତ୍ରରେ ପରୀକ୍ଷାର ପରିଣାମ ଅନୁକୂଳ ହେବ । 
ଉ,ଫାଲଗୁନି- ଜାଗା ଜମି କ୍ଷେତ୍ରରେ ଅନେକ ଦିନ ଧରି ଚାଲିଥିବା ଦ୍ୱନ୍ଦ ଦୂରେଇ ଯିବ । ଯାନ ବାହନ କିଣି ଖୁସି ଅନୁଭବ କରିବେ । ପଡୋଶୀ ଏବଂ କୁଟୁମ୍ବ ସହ ଲାଗିଥିବା କଳହର ସମାଧାନ ହୋଇଯିବ । 
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧    
ପ୍ରତିକାର- ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

କନ୍ୟା-
ଉ,ଫଳଗୁନି- ଜୀବନ ସାଥିଙ୍କ ସହ ସମ୍ପର୍କ ଭଲ ରହିବ । କର୍ମ କ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରି ସଫଳତା ଅର୍ଜନ କରିବେ । ନୂତନ ଆୟପନ୍ଥା ପାଇଁ ଚିନ୍ତିତ ରହିବେ ।
ହସ୍ତା- ଶିକ୍ଷାର୍ଥୀ  ମାନଙ୍କୁ ଆଶାନୁରୂପ ଫଳ ପାଇବା ପାଇଁ ଅତ୍ୟଧିକ ପରିଶ୍ରମ କରିବାକୁ ପଡିବ । ରାଜନୈତିକ କ୍ଷେତ୍ରରେ ଅସ୍ଥିରତା ଦେଖାଦେବ ।
ବନ୍ଧୁମାନଙ୍କ ସହିତ ଭ୍ରମଣର ଯୋଗ ରହିଛି ।
ଚିତ୍ରା- ଗାଡି ମଟର ଚଳାଇଲା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ନହେଲେ ଅସୁବିଧାରେ ପଡିପାରନ୍ତି । ଖର୍ଚ୍ଚ ଉପରେ ଟିକେ ଧ୍ୟାନ ଦିଅନ୍ତୁ । ନୂତନ ଜିନିଷ କ୍ରୟ କରିପାରନ୍ତି । 
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -   ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ

ତୁଳା-
ଚିତ୍ରା- ମହିଳା ଓ ପୁରୁଷ ସହକର୍ମୀ ମାନଙ୍କର ସମର୍ଥନ ଯୋଗୁଁ କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଫଳ ଲାଭ ପାଇବା ସହ ଆର୍ôଥକ ସ୍ଥିତି ବୃଦ୍ଧି ହେବ । 
ସ୍ୱାତୀ- ପ୍ରେମ ସମ୍ପର୍କ ତୀବ୍ର ହୋଇପାରେ । କର୍ମକ୍ଷେତ୍ରରେ କଠିନ ପରିଶ୍ରମ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ । ଶିଳ୍ପ, ବ୍ୟବସାୟ ଓ ପରିବହନରେ ଲକ୍ଷ୍ୟ ହାସଲରେ ସମର୍ଥ ହେବେ । 
ବିଶାଖା- ମାଲିମକଦ୍ଦମାରେ ଜୟଯୁକ୍ତ ହେବେ । ମହିଳା ମାନେ ସନ୍ତାନ ମାନଙ୍କ କୃତିତ୍ୱ ପାଇଁ ଗର୍ବ ଅନୁଭବ କରିବେ । କୌଣସି କାରଣରୁ ମନ ଭଲ ରହିବ ନାହିଁ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର-ପର୍ଶୁରାମଙ୍କର ଫଟକୁ ପୂଜା କରନ୍ତୁ

ବିଛା-
ବିଶାଖା- ମାନସିକ ଅବସ୍ଥାରେ ପରିବର୍ତନ ହୋଇପାରେ । ଜୀବନସାଥୀଙ୍କର ସ୍ୱାସ୍ଥ୍ୟକୁ ନେଇ  କିଛି ସମୟ ପାଇଁ ଚିନ୍ତିତ ହୋଇପାରନ୍ତି । କରିଥିବା କର୍ମ ପାଇଁ ଆପଣଙ୍କୁ କିଛି ଅସୁବିଧା ଭୋଗ କରିବାକୁ ପଡିପାରେ ।
ଅନୁରାଧା-ଅଫିସ୍ କାର୍ଯ୍ୟରେ ଡେରି ହୋଇପାରେ । ଘରୋଇ ଝମେଲା କାରଣରୁ ମନଟା ଭଲ ରହିବ ନାହିଁ । ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଲକ୍ଷ୍ୟ ହାସଲରେ ଆଗେଇ ଯିବେ 
ଜ୍ୟେଷ୍ଠା- ନିଜ ପରିସରରେ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶୃତି ଦେବେ । ଗଠନ ମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଂଶସିତ ହେବେ । ଯାନବାହନ, ସଭସମିତି, ପାରିବାରିକ ସମସ୍ୟା ନେଇ ଚିନ୍ତାରେ ରହିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର –ନୃସିଂହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

ଧନୁ-
ମୂଳା- ନିଜ ଚତୁଃପାଶ୍ୱର୍ରେ ରହୁଥିବା ବ୍ୟକ୍ତିବିଶେଷଙ୍କ ସାହାଯ୍ୟ ଲାଭକରି ଆଶ୍ୱସ୍ତି ଅନୁଭବ କରିବେ । କର୍ମକ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଭିତରକୁ ଟାଣି ହୋଇଯିବେ । ଶୁଭକାର୍ଯ୍ୟରେ ଆତ୍ମୀୟ ପ୍ରେରଣାରୁ ଉପକୃତ ହୋଇପାରନ୍ତି ।
ପୂ,ଷାଢା- ରାଜନୀତି ବିରୋଧୀ ସମ୍ମୁଖୀନ ହେଲେ ମଧ୍ୟ ବିରୋଧୀ ଦଳ କିଛି କ୍ଷତି କରି ପାରିବେ ନାହିଁ । ଚାକିରି କ୍ଷେତ୍ରରେ ସହନଶୀଳତା ବଢିବ ଓ ପ୍ରଶଂସା ମିଳିବ । ଯାତ୍ରା, ବାଣିଜ୍ୟ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । 
ଉ,ଷାଢା- ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବ ସ୍ଥିରିକୃତ ହୋଇଯିବ । ଭାଇ-ଭଉଣୀ ମାନଙ୍କ ସହ ମନୋମାଳିନ୍ୟ ଦୂର ହେବ । ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ ।  
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ମା ତାରାଙ୍କ ମନ୍ତ୍ର ପାଠ କରନ୍ତୁ

ମକର-
ଉ,ଷାଢା- ପ୍ରେମିକ ପ୍ରେମିକା ମାନେ ପରସ୍ପର ଠାରୁ ଦୂରତ୍ୱ ଅବଲମ୍ବନ କରିବେ ।  ଦୁର୍ଘଟଣା ଗସ୍ତ ହୋଇପାରନ୍ତି । ବନ୍ଧୁ ମିତ୍ରଙ୍କର ଆର୍ଥୀକ ସହାୟତାର ନୂତନ ପନ୍ଥା ଅନୁସରଣ କରିବେ । କର୍ମ କ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ ଓ ସଂଘର୍ଷ କରିବାକୁ ପଡିବେ ।
ଶ୍ରବଣା- କିଛି ନୂତନ ଗୃହ, ଉପଯୋଗି ଭୂମି କ୍ରୟ କରିପାରନ୍ତି । ପିଲାମାନେ ତାଙ୍କ କ୍ୟାରିୟର ପାଇଁ ମହତ୍ୱପୂର୍ଣ୍ଣ ନିଷ୍ପତି ନେଇପାରନ୍ତି । ମହିଳା ମାନେ ପ୍ରତ୍ୟେକ କାର‌୍ୟ୍ୟ ପାଇଁ ସାବଧାନତା ଅବଲମ୍ବନ କରିବେ ।
ଧନିଷ୍ଠା- ଜମିଜମା କ୍ରୟ କରିବା ପାଇଁ  ଯୋଜନା କରିପାରନ୍ତି । କ୍ରୀଡା କ୍ଷେତ୍ରରେ ଉଲେଖନୀୟ ସଫଳତା ମିଳିପାରେ । ନିଜର ଚତୁରତା, ଓ ବିବେକ ବଳରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇ ପାରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ-
ଧନିଷ୍ଠା- ଶରୀରକୁ ସୁସ୍ଥ ରଖିବା ପାଇଁ ଆଜି ଆପଣ ବହୁତ ଯୋଜନା କରିବେ । କର୍ମ କ୍ଷେତ୍ରରେ ନିରବତା ଅବଲମ୍ବନ କରିବେ । କୌଣସି ବଡ ସୁବିଧା ମିଳିବା ଯୋଗୁଁ ଧନ ଲାଭ ହେବ । 
ଶତଭିଷା- ଶିକ୍ଷାର୍ଥୀମାନେ ପରିଶ୍ରମ ମୁତାବକ ଫଳ ପାଇବେ । ପ୍ରଶାସନ କ୍ଷେତ୍ରରେ ଶୁଭ ଫଳ ପାଇବେ । ରାଜନୀତି ମନ ଚାହୁଁଥିବା ପଦ ପାଇବେ । 
ପୂ,ଭାଦ୍ରପଦ- ଜୀବନସାଥୀଙ୍କ ସହ ସମ୍ବନ୍ଧରେ ମଧୁରତା ଆସିବ । ଶିକ୍ଷାର୍ଥୀଙ୍କ ଆଶା ସଫଳ ହେବ । ଜୀବିକା ଅର୍ଜନରେ ସଫଳତା ଲାଭ ପାଇବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ

ମୀନ-
ପୂ,ଭାଦ୍ରପଦ- ବ୍ୟବସାୟ ଅଗ୍ରଗତି କରିବା ପାଇଁ ସାହାଯ୍ୟକାରୀ ଲୋକମାନେ ସହାୟତା କରିବେ । ପରିବାରରେ ଲୋକ ଆପଣଙ୍କ କଥାକୁ ସହମତି ଦେବେ ।  ପ୍ରେମ ସମ୍ପର୍କକୁ ବଢାଇବା ସହିତ ଦାମ୍ପତ୍ୟ ଜୀବରେ ସୁଧାର ଆଣିବେ ।
ଉ,ଭାଦ୍ରପଦ- ବନ୍ଧୁ ମାନଙ୍କ ସହିତ ହସ ଖୁସିରେ ସମୟ କଟାଇବେ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦିତା ବଢିବ । ରାଜନୀତି କ୍ଷେତ୍ରରେ ଆପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇଁ ନିଃସଙ୍ଗତା ବୋଧର ପୀଡା ଦୂରେଇ ଯିବ । 
ରେବତୀ- ଭୂ-ସମ୍ପତି କିଣିବାର ଯୋଗ ରହିଛି । ଘରୋପକରଣ କିଣିବାରେ ଅଧିକ ବ୍ୟୟ କରିବେ । କଠିନ ପରିଶ୍ରମ କରିବା ଫଳରେ ବହୁତ ଭଲ ଫଳାଫଳ ପାଇବେ । ନୂତନ ଦ୍ରବ୍ୟ ଲାଭର  ସୁଯୋଗ  ରହିଛି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

Horoscope
Advertisment
Related Articles
Advertisment