/odishatv-khabar/media/media_files/2026/03/07/tomato-2026-03-07-20-25-44.jpg)
TOMATO Photograph: (OTV)
ଅମଳ ଟମାଟୋ ନାଲି ଟହ ଟହ ଦିଶୁଛି ସିନା, ଚାଷୀର କିନ୍ତୁ ଛାତି ଫାଟିଯାଉଛି। କାହିଁକି ବା ନହେବ, ଯେଉଁ ଖରା, ବର୍ଷା ସହି ଟମାଟୋ ଫଳାଇଥିଲା ଚାଷୀ, ସେହି ଟମାଟୋର ଦାମ୍ କିଲୋକୁ ୧ ଟଙ୍କା। ଆଜ୍ଞା ହଁ, କଥାଟା ଅବିଶ୍ବାସ ଲାଗୁଥିଲେ ବି ସତ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଟଙ୍କାଏରେ ଚାଷୀ ଟମାଟୋ ବିକ୍ରି କରୁଛନ୍ତି। ଚାଷୀଙ୍କ କହିବା କଥା, ଗୋଟିଏ ଟ୍ରେରେ ଟମାଟୋ ରହୁଛି ପ୍ରାୟ ୩୦ କିଲୋ।
ହେଲେ ସେହି ୩୦ କିଲିଆ ଟ୍ରେକୁ ବେପାରୀ ଆସି ୫୦ ଟଙ୍କାରେ କିଣି ନେଉଛନ୍ତି। ଅର୍ଥାତ କେଜିକୁ ପ୍ରାୟ ୧ ଟଙ୍କା। ଅଭାବୀ ବିକ୍ରିର ଶିକାର ହୋଇ ଚାଷୀ ବିକି ଚାଲୁଛନ୍ତି ହୀନ ଦରରେ। କହିଛନ୍ତି, ପରିବାରେ ଆଉ ଚଳିହେବନି, ମରିବା ହିଁ ସାର ହେବ।
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଏବଂ ଘଷିପୁରା ବ୍ଲକରେ ୪୦ରୁ ଅଧିକ ଗାଁରେ ଟମାଟୋ ଚାଷ ହୁଏ। ଏବର୍ଷ ବି ଏକ ପ୍ରକାର ଭଲ ଅମଳ ହୋଇଛି। ଚାଷ ଆରମ୍ଭରୁ ଆକାଶଛୁଆଁ ଦର ଥିଲା ଟମାଟୋର। କିନ୍ତୁ, ଅଞ୍ଚଳରେ ଉପଯୁକ୍ତ ବଜାର ଏବଂ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଅମଳ ପରେ ହୀନ ମୂଲ୍ୟରେ ଟମାଟୋକୁ ବେପାରୀଙ୍କୁ ଟେକି ଦେଉଛନ୍ତି ଚାଷୀ।
ବିଲାତି ଓଡ଼ିଶା କୁଆଡେ ଗଲା ?
ଆନନ୍ଦପୁର ବାସିନ୍ଦାଙ୍କ କହିବା କଥା, ସମବାୟ ବ୍ୟାଙ୍କର ପ୍ରୋତ୍ସାହନରେ କେନ୍ଦୁଝରରେ ନିର୍ମାଣ ହୋଇଥିଲା ବିଲାତି ଓଡ଼ିଶା ନାଁରେ ଏକ ଫ୍ୟାକଟ୍ରି। ଯେଉଁଠି ଅମଳ ଟମାଟୋର ପ୍ରୋସେସିଂ ସହ ସଠିକ ବିନିଯୋଗ କରାଯାଇପାରୁଥିଲା। କିନ୍ତୁ ଅନେକ ବର୍ଷ ହେଲାଣି ବନ୍ଦ ହୋଇଗଲାଣି।
ଏଭଳି ସ୍ଥିତିରେ ବଜାର ବ୍ୟବସ୍ଥା ଆଡ଼କୁ ଅଙ୍ଗୁଳି ଉଠାଇ ହାତ ଝାଡ଼ି ଦେଇଛନ୍ତି କୃଷି ଅଧିକାରୀ। କହିଛନ୍ତି, ଆନନ୍ଦପୁର ଉପଖଣ୍ଡରେ ୩ଟି କୋଲ୍ଡ ରୁମ୍ ଅଛି, କିନ୍ତୁ କୋଲ୍ଡ ଷ୍ଟୋରେଜ୍ ନାହିଁ। କୋଲ୍ଡ ରୁମରେ ଟମାଟୋକୁ ଅଧିକ ଦିନ ଧରି ରଖିହେବନି। ସେହିପରି ଫୁଡ୍ ପ୍ରୋସେସିଂ ୟୁନିଟ୍ ନଥିବାରୁ ଏବଂ ବିଲାତିର ବିକ୍ରିବଟା ପାଇଁ ବଜାର ସୁଯୋଗ ନଥିବାରୁ ଟମାଟୋର ଅଭାବୀ ବିକ୍ରି ହେଉଛି।
ରୋଜଗାର ଆଶାରେ ଧାରକରଜ କରି ଟମାଟୋ ଫଳାଇଥିଲେ ଚାଷୀ। କିନ୍ତୁ ଉପଯୁକ୍ତ ଦାମ୍ ଅଭାବରୁ ଅମଳ ଟମାଟୋକୁ ନେଇ ଟେନସନରେ ଥିବା ଚାଷୀଙ୍କୁ ଏବେ ସାହାଯ୍ୟ କରିବ କିଏ, ତାକୁ ନେଇ ବଢ଼ିଛି ଚିନ୍ତା।...
Rainy Days Ahead: ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ, ରାଜ୍ୟକୁ ତିନି ଦିନ ଭିଜାଇବ ବର୍ଷା

Shah’s Odisha Visit Sparks Rajya Sabha Buzz: ଅମିତ ଶାହଙ୍କ ଗସ୍ତ ପରେ ସରଗରମ ରାଜ୍ୟସଭା ରାଜନୀତି, ଚତୁର୍ଥ ସିଟରେ ଦିଲ୍ଲୀପଙ୍କୁ ଜିତାଇବା ଉପରେ ଗୁରୁତ୍ବ

Subhadra Scheme Update: କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି, ୨ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ ପାଇବେ ଟଙ୍କା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)