Advertisment

Teachers Roar In Bhubaneswar: ୨୪ ଘଣ୍ଟା ବିତିଲା ଶିକ୍ଷକଙ୍କ ଆନ୍ଦୋଳନ, ମୋହନ କରିବେ ବଡ଼ ଘୋଷଣା ?

୨୪ ଘଣ୍ଟା ବିତିଲା ଶିକ୍ଷକଙ୍କ ଗର୍ଜନ । ଦୁଇ ଦିନରେ ପହଞ୍ଚିଲା ଆନ୍ଦୋଳନ । ସରକାର ଚୁପ୍, ଜିଦରେ ଗୁରୁ । ଭୁବନେଶ୍ବର ଲୋୟର ପିଏମଜିରେ ଗତକାଲିଠାରୁ ଗର୍ଜୁଛନ୍ତି ହଜାର ହଜାର ପ୍ରାଥମିକ ଶିକ୍ଷକ । ଖରା, ଶୀତ କାକରରେ ପଡ଼ିରହିଛନ୍ତି ।

author-image
Manas Ranjan Mohanty
Primary-Teachers-Protest

Primary-Teachers-Protest Photograph: (OTV)

୨୪ ଘଣ୍ଟା ବିତିଲା ଶିକ୍ଷକଙ୍କ ଗର୍ଜନ । ଦୁଇ ଦିନରେ ପହଞ୍ଚିଲା ଆନ୍ଦୋଳନ । ସରକାର ଚୁପ୍, ଜିଦରେ ଗୁରୁ । ଭୁବନେଶ୍ବର ଲୋୟର ପିଏମଜିରେ ଗତକାଲି ଠାରୁ ଗର୍ଜୁଛନ୍ତି ହଜାର ହଜାର ପ୍ରାଥମିକ ଶିକ୍ଷକ । ଖରା, ଶୀତ କାକରରେ ପଡ଼ିରହିଛନ୍ତି । ୨୦୦୧ରୁ ଏହି ଶିକ୍ଷକମାନଙ୍କୁ ନିଯୁକ୍ତି ମିଳିଥିଲା । ହେଲେ ଏଯାଏଁ ଏମାନେ ପାଇପାରିନାହାନ୍ତି ଉଚିତ୍‌ ପାରିଶ୍ରମିକ । ପୂର୍ବ ସରକାରର ପ୍ରତାରଣା ଏବଂ ଟାଳଟୁଳ ନୀତି ଯୋଗୁ ଏମାନେ ନିଜ ହକରୁ ବଞ୍ଚିତ ଅଛନ୍ତି । ତେଣୁ ୪୨ ଶହକୁ ଗ୍ରେଡ୍ ପେ’ ବୃଦ୍ଧି ଓ ୬ ବର୍ଷ ଠିକା ବ୍ୟବସ୍ଥା ଉଚ୍ଛେଦ ଦାବିରେ ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନକୁ ଓହ୍ଲାଇଛି। 

Advertisment



ନବୀନ ଦେଖାଇଥିଲେ ନାଲି ଆଖି । ମୋହନ ଦେ‍‍‍‍ବେ କି ଗୁରୁଙ୍କୁ ସମ୍ମାନ ? ବିଜେଡି ସରକାର ବେଳେ ଦୀର୍ଘ ବର୍ଷର ଟାଳଟୁଳ ନୀତିକୁ ନେଇ ପୁଣି ଥରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ପ୍ରାଥମିକ ଶିକ୍ଷକ । ନବୀନ ସରକାରଙ୍କ ଉପରେ ଭରସା ରଖି ବାରମ୍ବାର ପ୍ରତାରଣାର ଶିକାର ହୋଇଛନ୍ତି ଏମାନେ ।

ସରକାରଙ୍କ ନାଲି ଆଖି ଆଗରେ ମୁଣ୍ଡ ନୁଆଁଇଛନ୍ତି ଗୁରୁ । ହେଲେ ନୂଆ କରି ରାଜ୍ୟରେ ଲୋକଙ୍କ ସରକାର ମୋହନ ସରକାର ଆସିଥିବାରୁ ପ୍ରାଥମିକ ଶିକ୍ଷକମାନେ ଉଚିତ୍‌ ନ୍ୟାୟ ପାଇବେ ବୋଲି ଆଶା ରଖିଛନ୍ତି । ଆଉ ଶିକ୍ଷକଙ୍କ ଏହି ଦାବି ଉପରେ ସରକାର ଆଲୋଚନା କରିନଥିଲେ ମଧ୍ୟ ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକ ମାନେ ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି । 

Advertisment

ଦେଶର ୨୨ଟି ରାଜ୍ୟରେ କେନ୍ଦ୍ରୀୟ ହାରରେ ମିଳୁଛି ପ୍ରାଥମିକ ଶିକ୍ଷକଙ୍କୁ ୪୨ ଶହ ଟଙ୍କା ଗ୍ରେଡ ପେ । କିନ୍ତୁ ଓଡ଼ିଶାରେ ମାତ୍ର ୨୨ ଶହ ଟଙ୍କା ଗ୍ରେଡ ପେରେ କାମ କରୁଛନ୍ତି ପ୍ରାଥମିକ ଶିକ୍ଷକ । ଶିକ୍ଷକ ମାନଙ୍କ ଏ ଦାବି ପୂରଣ ପାଇଁ ୨୦୧୭ରୁ ଆନ୍ଦୋଳନ କରାଯାଇ ଆସୁଛି । କିନ୍ତୁ ଏଯାଏଁ କେବଳ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମିଳିଥିଲେବି, ଏହା କାର୍ଯ୍ୟକାରୀ ହେଉନଥିବାରୁ ପୁଣି ହରତାଳକୁ ଓହ୍ଲାଇଛନ୍ତି ୧ଲକ୍ଷ ୫୦ହଜାରରୁ ଊର୍ଦ୍ଧ୍ବ ପ୍ରାଥମିକ ଶିକ୍ଷକ ।

Advertisment
Related Articles
Advertisment