Advertisment

Students Forced To Clean: ସ୍କୁଲରେ ପାଇଖାନା ସଫା କରୁଛନ୍ତି ପିଲା, ସାର୍ ବୁଲୁଛନ୍ତି ଆରାମରେ...ପାଠପଢା ଛାଡି ପିଲାଏ ଲାଗିଛନ୍ତି କାମରେ

ସ୍କୁଲରେ ପାଇଖାନା ସଫା କରୁଛନ୍ତି ପିଲା । ସାର୍ ବୁଲୁଛନ୍ତି ଆରାମରେ, ପାଠପଢା ଛାଡି ପିଲାଏ ଲାଗିଛନ୍ତି କାମରେ... ଇଏ ସ୍କୁଲ ନା ଆଉ କ'ଣ ? କିଏ ପାଣି ବାଲ୍‌ଟି ବୋହି ବୋହି ନେଲାଣି ତ ଆଉ କିଏ ହାତରେ ପାଇପ୍ ଧରି ଲାଗିପଡିଛି ପାଇଖାନାରେ ସଫାରେ ।

author-image
Manas Ranjan Mohanty
Bolangir-School-Toilet-Viral

Bolangir-School-Toilet-Viral Photograph: (OTV)

ସ୍କୁଲରେ ପାଇଖାନା ସଫା କରୁଛନ୍ତି ପିଲା । ସାର୍ ବୁଲୁଛନ୍ତି ଆରାମରେ, ପାଠପଢା ଛାଡି ପିଲାଏ ଲାଗିଛନ୍ତି କାମରେ... ଇଏ ସ୍କୁଲ ନା ଆଉ କ'ଣ ? କିଏ ପାଣି ବାଲ୍‌ଟି ବୋହି ବୋହି ନେଲାଣି ତ ଆଉ କିଏ ହାତରେ ପାଇପ୍ ଧରି ଲାଗିପଡିଛି ପାଇଖାନାରେ ସଫାରେ । କ'ଣ ଏଇ କାମ କରାଇବାକୁ ସ୍କୁଲ ପଠାଉଛନ୍ତି ବାପାମାଆ ! ଏସବୁ ଦେଖିବା ଓ ଦେଖାଇବା ଟିକିଏ ଅସହଜ । ଏ ଅଭାବନୀୟ ଦୃଶ୍ୟ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଳପ ଉନ୍ନୀତ ଉଚ୍ଚ ବିଦ୍ୟାଳୟର, ଯାହା ଏବେ ଭାଇରାଲ୍ ହେଉଛି ।

Advertisment

ଯେଉଁ ହାତରେ ପେନସିଲ୍ ଧରି ଖାତାରେ ଅଭ୍ୟାସ କରିବା କଥା ସେଇ ହାତ ବୋହୁଛି ପାଣି ବାଲଟି । ସାର୍‌ ଆରାମରେ ବୁଲୁଥିବାବେଳେ ପିଲାଏ ଲାଗିଛନ୍ତି କାମରେ । ଏମିତିକି ଛାତ୍ରମାନେ ପାଳି କରି ସ୍କୁଲ ପାଇଖାନା ସଫା କରୁଥିବା ଭାଇରାଲ ଭିଡିଓରେ କହୁଥିବାର ଶୁଣାଯାଉଛି ।



ଛୋଟ ଛୋଟ ଛୁଆଙ୍କୁ କାମ କରାଇବା ଅପରାଧ । କିନ୍ତୁ ସ୍କୁଲ ଭିତରେ ପାଠପଢା ସମୟରେ, ଶିକ୍ଷକ ଛାତ୍ରଙ୍କ ଦ୍ୱାରା ପାଇଖାନା ସଫା କରାଇବା କେତେ ଦୂର ଠିକ୍ ? ଇଏ କଣ ଛାତ୍ରଙ୍କ ଉପରେ ନିର୍ଯାତନା ନୁହେଁ କି ?

Advertisment

ଏନେଇ ପ୍ରଧାନ ଶିକ୍ଷକଙ୍କୁ ପଚରାଯିବାରୁ ଦେଖାଇଛନ୍ତି ମୁହଁ ଫୁଟାଣି । କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । ଆଉ କହିଛନ୍ତି, ଛାତ୍ରମାନଙ୍କୁ ପାଇଖାନା ସଫା କରିବାକୁ କେହି ବି ନିର୍ଦ୍ଦେଶ ଦେଇନାହାନ୍ତି । ପିଲାଏ ନିଜ ଆଡୁ ଏ କାମ କରୁଛନ୍ତି । ତେବେ ସ୍କୁଲରେ କୁନି କୁନି ପିଲାଙ୍କ ପ୍ରତି ଏମିତି ନିର୍ଯାତନା ଘଟଣାରେ ପ୍ରଶାସନିକ ଅଧିକାରୀ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତା ଦେଖିବା ବାକି ରହିଲା ।

Advertisment