/odishatv-khabar/media/media_files/2026/01/15/lingaraj-temple-2026-01-15-09-51-11.jpg)
Lingaraj temple Photograph: (OTV)
ସ୍ୱାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ମଙ୍ଗଳ ଆଳତି ପରେ ବର୍ତ୍ତମାନ ଚାଲିଛି ଧାଡ଼ି ଦର୍ଶନ । ଗତକାଲି ମକର ସଂକ୍ରାନ୍ତିରେ ଉପାସରେ ଥିଲେ ପ୍ରଭୁ ଶ୍ରୀଲିଙ୍ଗରାଜ । ବଡୁ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ବନ୍ଦ ଥିଲା ନୀତିକାନ୍ତି । କ୍ଷୀର ଆଉଟା ନୀତିକୁ ନେଇ ଦେଖାଦେଇଥିଲା ଏହି ବିବାଦ । ଏନେଇ ସୂଚନା ଦେଇଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ।
ସୂଚନା ଅନୁସାରେ, ଗତବର୍ଷ ଶ୍ରୀଲିଙ୍ଗରାଜଙ୍କ ନବାଙ୍କ ବେଢା ନୀତିର କ୍ଷୀର ଆଉଟା ପାଇଁ ବଡୁ ଓ ସୁଆର ନିଯୋଗ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତଥା ଜିଲ୍ଲାପାଳଙ୍କ ତରଫରୁ ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା।
ମକର ପୂର୍ବ ସନ୍ଧ୍ୟାରେ କ୍ଷୀର ଆଉଟାଇବା ପାଇଁ ପରବ ଯାତ୍ରା ବିଷୋୟୀ ଜାଳ କାଠ ଓ ଅସ୍ଥାୟୀ ଚୁଲି ପ୍ରସ୍ତୁତ କରିବେ ଏବଂ ଘଣ୍ଟ ଏବଂ ମେଘ ଡମ୍ବରୁ ଘୃତ କମଳ ଲାଗି କରିବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶ ଅବୈଧ ଦର୍ଶାଇ ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ ଉଚ୍ଚ ନ୍ୟାୟାଳୟରେ ପିଟିସନ ଦାଖଲ କରିଥିଲେ।
ଉକ୍ତ ଶୁଣାଣିରେ ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ଠାକୁରଙ୍କ ନବାଙ୍କ ବେଢ଼ା ନୀତି ସ୍ଥଗିତ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଯାହା ଫଳରେ ନବାଙ୍କ ବେଢ଼ା ନୀତି ଗତକାଲି ସନ୍ଧ୍ୟାରୁ ବନ୍ଦ ରହିଛି । ଗତବର୍ଷ ମଧ୍ୟ ଆଜିର ଦିନରେ ମହାପ୍ରଭୁ ଲିଙ୍ଗରାଜ ଉପାସରେ ରହିଥିଲେ । ଆଜି ମଧ୍ୟ ମକର ସଂକ୍ରାନ୍ତିରେ ନୀତିକାନ୍ତି ହେଉନଥିବାରୁ ଭକ୍ତମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।
ସ୍ୱାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି
ସ୍ୱାଭାବିକ ଭାବରେ ଚାଲିଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
ମଙ୍ଗଳ ଆଳତି ପରେ ବର୍ତ୍ତମାନ ଚାଲିଛି ଧାଡ଼ି ଦର୍ଶନ
ଗତକାଲି ମକର ସଂକ୍ରାନ୍ତିରେ ଉପାସରେ ଥିଲେ ପ୍ରଭୁ ଶ୍ରୀଲିଙ୍ଗରାଜ
ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତିଙ୍କ ସୂଚନା
ବଡୁ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ବନ୍ଦ ଥିଲା ନୀତିକାନ୍ତି
କ୍ଷୀର ଆଉଟା ନୀତିକୁ ନେଇ ଦେଖାଦେଇଥିଲା ବିବାଦ
Bhadrak Infant Sale Case: ୪୦ ଦିନର ଶିଶୁ କନ୍ୟା ବିକ୍ରି ଘଟଣା, ପରିବାରର ସଦସ୍ୟଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ!

US Suspends Visa Processing: ୭୫ ଦେଶ ପାଇଁ ଭିସା ବନ୍ଦ କଲା ଆମେରିକା, ତାଲିକାରେ ଅଛି କି ଭାରତ?

ICC U-19 World Cup: ଆଜିଠୁ ୧୯ ବର୍ଷରୁ କମ୍ ଦିନିକିଆ ବିଶ୍ବକପ୍, ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ନଜର

Cold Wave Tightens Grip Across State: ଲାଗି ରହିବ ଶୀତ ଲହରୀ, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)