/odishatv-khabar/media/media_files/2025/10/15/patient-in-cycle-2025-10-15-16-01-29.jpg)
PATIENT-IN-CYCLE Photograph: (OTV)
ରୋଗୀ ହସପିଟାଲ ଆମ୍ବୁଲାନ୍ସରେ ଯାଏ । ନଚେତ ବ୍ୟକ୍ତିଗତ ଗାଡ଼ି କିମ୍ବା ଅଟୋ କି କାରରେ ଯାଏ । କିନ୍ତୁ ସାଇକେଲରେ ରୋଗୀ ଯିବା କଥା ଆପଣ ପୂର୍ବରୁ ଶୁଣିଛନ୍ତି କି ?
ସାଇକେଲରେ ଡାକ୍ତରଖାନା ଗଲେ ରୋଗୀ । ଟିବି ପୀଡ଼ିତ ବୃଦ୍ଧଙ୍କୁ ସାଇକେଲରେ ଡାକ୍ତରଖାନାକୁ ନେଲେ ସ୍ତ୍ରୀ ଓ ସମ୍ପର୍କୀୟ ଭାଉଜ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ୍ ରାଜଧାନୀ ଭୁବନେଶ୍ବରରେ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ସ୍ମାର୍ଟ ସିଟି ଭୁବନେଶ୍ବରର ଏହି ଘଟଣା ଏବେ ଚର୍ଚ୍ଚାର କାରଣ ପାଲଟିଛି ।
ଆଦର୍ଶ ବସ୍ତିର କାଳିଆ ସିଂ ଦୀର୍ଘଦିନ ଧରି ଅସୁସ୍ଥ ରହିଛନ୍ତି । ଆଜି ହଠାତ ତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ ହେଲା । ଘରଲୋକ ତାଙ୍କୁ ଏକ ସାଇକେଲରେ ବସାଇ ଡାକ୍ତରଖାନା ନେଇଯାଉଥିବା ଦେଖିବାକୁ ମିଳିଛି ।
ତେବେ କାଳିଆଙ୍କ ପରିବାର କହିବା ଅନୁସାରେ, ସେମାନେ ଆମ୍ବୁଲାନ୍ସକୁ ଖବର ଦେଇନଥିଲେ । ହଠାତ ଛାତିରେ ଯନ୍ତ୍ରଣା ହେବାରୁ ପାଖ ହସପିଟାଲକୁ ସାଇକେଲରେ ନେଇଯିବାକୁ ବାହାରିଥିଲେ ।
ସାଇକେଲରେ ଡାକ୍ତରଖାନା ଗଲେ ରୋଗୀ
ଟିବି ପୀଡ଼ିତ ବୃଦ୍ଧ ସାଇକେଲରେ ଡାକ୍ତରଖାନାକୁ ଗଲେ
ରାଜଧାନୀ ଭୁବନେଶ୍ବରରେ ଅଭାବନୀୟ ଦୃଶ୍ୟ
ଆମ୍ବୁଲାନ୍ସକୁ ଫୋନ୍ କରିନଥିଲେ ରୋଗୀଙ୍କ ପରିବାର
ପାଖରେ ହସପିଟାଲ ଥିବାରୁ ସାଇକେଲେ ନେଉଥିଲେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)