/odishatv-khabar/media/media_files/2026/01/11/sisira-saras-mela-2026-01-11-08-42-54.jpg)
Sisira Saras Mela Photograph: (OTV)
ଉଦଘାଟିତ ହେଲା ଶିଶିର ସରସ ମେଳା ୨୦୨୬। ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ୍ ଓ ପାନୀୟ ଜଳ ବିଭାଗ ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଜାନୁଆରୀ ୧୦ ତାରିଖରୁ ୧୮ ଜାନୁଆରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଶିଶିର ସରସ ମେଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।
ଏଥିସହିତ ଉଦଘାଟନୀ ସମାରୋହରେ ମଧ୍ୟ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ୍, ଓରମାସ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ମୋନିକା ପ୍ରିୟଦର୍ଶିନୀ ଓ ଓରମାସ୍ ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ସିଂହ ପ୍ରମୁଖ ଯୋଗଦେଇଥିଲେ।
ଚଳିତ ବର୍ଷ ‘ଶିଶିର ସରସ’ ମେଳାରେ ମୋଟ୍ ୩୪୦ ଟି ବିକ୍ରୟ ଷ୍ଟଲ୍ ଓ ୩୫ ଟି ଖାଦ୍ୟ ଷ୍ଟଲ୍ ରହିଛି। ଅନୁଷ୍ଠିତ ମେଗା ମେଳାରେ ଓଡ଼ିଶାର ୩୦ ଜିଲ୍ଲା ସହିତ ଦେଶର ଅନ୍ୟ ୨୦ ଟି ରାଜ୍ୟର କାରିଗର ଓ ଉତ୍ପାଦକମାନେ ଅଂଶଗ୍ରହଣ କରିଛନ୍ତି।ଅନ୍ୟପଟେ ଚଳିତ ‘ଶିଶିର ସରସ’ ମେଳାରେ ପ୍ରତିଦିନ ସନ୍ଧ୍ୟାରେ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ।
ଉଦଘାଟିତ ହେଲା ଶିଶିର ସରସ ମେଳା ୨୦୨୬
ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡ଼ିଆରେ ମେଳା
ଜାନୁଆରୀ ୧୦ରୁ ୧୮ ଯାଏଁ ଶିଶିର ସରସ ମେଳା
ମେଳାରେ ପଡ଼ିଛି ୩୪୦ଟି ବିକ୍ରୟ ଓ ୩୫ଟି ଖାଦ୍ୟ ଷ୍ଟଲ୍
Bone-Chilling Cold Grips Odisha: ଶୀତ ଲହରି ପାଇଁ ୟେଲୋ ୱାର୍ଣ୍ଣିଂ, ଏବେ ମିଳିବନି ନିସ୍ତାର

Emergency Forced Landing: କାହିଁକି ଫୋର୍ସ ଲ୍ୟାଣ୍ଡିଂ କଲା ବିମାନ? ପାଇଲଟ୍ କହିଥିଲେ...

Daily Horoscope 11th January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 11th January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)