Advertisment

Shikharachandi Hill Reopens: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଖୋଲିଲା ଶିଖରଚଣ୍ଡୀ ପୀଠ

ଶିଖରଚଣ୍ଡୀ ପାହାଡରୁ ଫେରିଲେ ଦନ୍ତା ହାତୀ। ୬ ଦିନ ପରେ ଭରତପୁର ଜଙ୍ଗଲ ଫେରିଲେ ୨ ହାତୀ। ନାଇଟ୍ ଅପରେସନରେ ହାତୀଙ୍କୁ ଘଉଡ଼ାଇଲା ବନ ବିଭାଗ।

author-image
Chinmayee Sahoo
Shikharachandi Hill Reopens

Shikharachandi Hill Reopens Photograph: (OTV)

ଶିଖରଚଣ୍ଡୀ ପାହାଡରୁ ଫେରିଲେ ଦନ୍ତା ହାତୀ। ୬ ଦିନ ପରେ ଭରତପୁର ଜଙ୍ଗଲକୁ ଫେରିଛନ୍ତି। ଦୁଇ ଦନ୍ତା ହାତୀଙ୍କୁ ଘଉଡ଼ାଇବାକୁ ନାଇଟ୍ ଅପରେସନ୍ ଚଳାଇଥିଲା ବନ ବିଭାଗ। ସାରା ରାତି ବନ ବିଭାଗ ହାତୀଙ୍କୁ ତଡ଼ିବାକୁ ନାକେଦମ୍ ହୋଇଥିଲା। ୫ଟି ସ୍ପେଶାଲ୍ ନାଇଟ୍ ଟ୍ରାକିଂ ଟିମ୍ ହାତୀଙ୍କୁ ଘଉଡ଼ାଇବା ପାଇଁ ନାନା କସରତ କରିଥିଲେ। 

Advertisment

ନାଇଟ୍ ଭିଜନ କ୍ୟାମେରା ଯୋଗେ ହାତୀର ଗତିବିଧି ଉପରେ ନଜର ରଖାଯାଇଥିଲା। ହାତୀଙ୍କ ପାଇଁ ୨ ଦିନ  ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା ଶିଖରଚଣ୍ଡୀ। ହାତୀ ଜଙ୍ଗଲ ଫେରିଥିବାରୁ ଆଜି ଖୋଲିପାରେ ଶିଖରଚଣ୍ଡୀ। ଗତ ୬ ଦିନ ହେବ ଶିଖରଚଣ୍ଡୀ ପାହାଡ଼ରେ ରହିଥିଲେ ୨ଟି ଦନ୍ତା ହାତୀ।

•    ଶିଖରଚଣ୍ଡୀ ପାହାଡରୁ ଫେରିଲେ ଦନ୍ତା ହାତୀ
•    ୬ ଦିନ ପରେ ଭରତପୁର ଜଙ୍ଗଲ ଫେରିଲେ ୨ ହାତୀ
•    ନାଇଟ୍ ଅପରେସନରେ ହାତୀଙ୍କୁ ଘଉଡ଼ାଇଲା ବନ ବିଭାଗ
•    ହାତୀଙ୍କୁ ଘଉଡ଼ାଇବାକୁ ନାକେଦମ୍ ହେଲା ବନ ବିଭାଗ
•    ନାଇଟ୍ ଭିଜନ କ୍ୟାମେରାରୁ ଥିଲା ହାତୀଙ୍କ ଉପରେ ନଜର
•    ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିପାରେ ଶିଖରଚଣ୍ଡୀ ପାହାଡ଼

Advertisment
Bhubaneswar
Advertisment
Related Articles
Advertisment