/odishatv-khabar/media/media_files/2025/11/08/puri-sevayat-2025-11-08-08-22-36.jpg)
Servitors Suspended Photograph: (OTV)
ଶ୍ରୀମନ୍ଦିରର ୩ ସେବାୟତ ନିଲମ୍ବିତ। ସେମାନଙ୍କୁ ସେବାରୁ ନିଲମ୍ବନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ନାଟମଣ୍ଡପରେ ବେନିୟମ ଭାବେ ଅର୍ଥ ଆଦାୟ ଅଭିଯୋଗରେ ସୁଆର ବଡୁ ସେବକ ନାରାୟଣ ପଣ୍ଡା ଓ ଖୁଣ୍ଟିଆ ସେବକ ରାଜାରାମ ଖୁଣ୍ଟିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି।
ଗତ ମାସରେ ବାହାର କାଠ ନିକଟରେ ସେମାନେ ଯାତ୍ରୀଙ୍କ ପାଖରୁ ବେନିୟମ୍ ଭାବରେ ଅର୍ଥ ଆଦାୟ ସହ ଏହାକୁ ନେଇ ନିଜ ନିଜ ଭିତରେ ଗଣ୍ଡଗୋଳ କରିଥିଲେ। ସେହିପରି ଶ୍ରୀମନ୍ଦିର ପରିସରରେ ଡାଲଡା ଘିଅ ବ୍ୟବହାର କରିବାକୁ ପ୍ରରୋଚନା କରିବାରୁ ନିଲମ୍ବିତ ହୋଇଛନ୍ତି ବେନା ମହାସୁଆର। ତାଙ୍କୁ ୨ ମାସ ପାଇଁ ସେବା କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।
ନିଲମ୍ବନ ସମୟରେ ସେମାନେ ନିଜେ କିମ୍ବା ଅନ୍ୟ କୌଣସି ସେବାୟତ କି ବ୍ୟକ୍ତି ବିଶେଷଙ୍କ ଦ୍ବାରା କୌଣସି ପ୍ରକାର ବିଶୃଙ୍ଖଳା କରିବାକୁ ଚଷ୍ଟା କଲେ ନିଲମ୍ବନ ଅବଧି ବୃଦ୍ଧି ସହ ଅଧିକ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।
• ୩ ସେବାୟତ ନିଲମ୍ବିତ
• ଶ୍ରୀମନ୍ଦିରର ୩ ସେବାୟତଙ୍କୁ ନିଲମ୍ବନ କଲେ ମୁଖ୍ୟ ପ୍ରଶାସକ
• ନାଟମଣ୍ଡପରେ ବେନିୟମ ଭାବେ ଅର୍ଥ ଆଦାୟ ଅଭିଯୋଗରେ ୨ ନିଲମ୍ବିତ
• ସୁଆର ବଡୁସେବକ ନାରାୟଣ ପଣ୍ଡା ଓ ଖୁଣ୍ଟିଆ ସେବକ ରାଜାରାମ ଖୁଣ୍ଟିଆ ନିଲମ୍ବିତ
• ଶ୍ରୀମନ୍ଦିର ପରିସରରେ ଡାଲ୍ ଡା ଘିଅ ବ୍ୟବହାର କରିବାରୁ ଜଣେ ନିଲମ୍ବିତ
• ବେନା ମହାସୁଆର ୨ ମାସ ପାଇଁ ସେବା କାର୍ଯ୍ୟରୁ ନିଲମ୍ବିତ
Naxal: ସୁରକ୍ଷା କର୍ମୀ-ନକ୍ସଲ ଗୁଳିବିନିମୟ, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

Nuapada Bypoll: ନୂଆପଡା ଉପନିର୍ବାଚନ:ସରି ଆସୁଛି ପ୍ରଚାର

Matric Exam 2026: ମାଟ୍ରିକ ପରୀକ୍ଷା ପାଇଁ ଆଜିଠୁ ଫର୍ମ ପୂରଣ: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା

Daily Horoscope 8th November 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)