Advertisment

Massive Fire: ରାଜଧାନୀରେ ବସ୍ତିରେ ଅଗ୍ନିକାଣ୍ଡ, ଏକାଧିକ ଆହତ

ଦିଲ୍ଲୀ ରିଥାଲା ମେଟ୍ରୋ ଷ୍ଟେସନ୍ ନିକଟରେ ଅଗ୍ନିକାଣ୍ଡ। କୁଡ଼ିଆରୁ ନିଆଁ ଲାଗି ଜଳିଗଲା ଏକାଧିକ ବସ୍ତି। ଜଣେ ଶିଶୁକୁ ମିଶାଇ ଦୁଇ ଜଣ ଆହତ ସୂଚନା। ନିଆଁକୁ ଆୟତ୍ତ କଲେ ୧୫ଟି ଦମକଳ ଗାଡ଼ି।

author-image
Chinmayee Sahoo
DELHI-FIRE

DELHI-FIRE Photograph: (OTV)

ଦିଲ୍ଲୀ ରିଥାଲା ମେଟ୍ରୋ ଷ୍ଟେସନ୍ ନିକଟରେ ବଡ଼ ଧରଣର ଅଗ୍ନିକାଣ୍ଡ। ଏକାସଙ୍ଗେ ଜଳିଗଲା ଏକାଧିକ ବସ୍ତି। ଏଥିରେ ଜଣେ ଶିଶୁକୁ ମିଶାଇ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ନିଆଁ ଲାଗିଥିବା ନେଇ ଖବର ପାଇଥିଲା ଅଗ୍ନିଶମ ବିଭାଗ। 
ନିଆଁର ବ୍ୟାପକତାକୁ ଦେଖି ଘଟଣାସ୍ଥଳକୁ ପ୍ରଥମେ ୧୦ଟି ଓ ପରେ ୧୫ଟି ଦମକଳ ଗାଡ଼ି ପଠାଇଯାଇଥିଲା। ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀକୁ ୬ ଘଣ୍ଟା ସମୟ ଲାଗିଥିଲା। 
ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ପ୍ରଥମେ ଗୋଟିଏ କୁଡ଼ିଆରେ ନିଆଁ ଲାଗିବା ପରେ ଏହା ଚାରିଆଡକୁ ବ୍ୟାପୀ ଯାଇଥିଲା। ବସ୍ତିର କୁଡ଼ିଆ ଘରେ ଗ୍ୟାସ୍ ସିଲିଣ୍ଡର ଫାଟିବା ପରେ ଏହି ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି।
•    ଦିଲ୍ଲୀ ରିଥାଲା ମେଟ୍ରୋ ଷ୍ଟେସନ୍ ନିକଟରେ ଅଗ୍ନିକାଣ୍ଡ
•    କୁଡ଼ିଆରୁ ନିଆଁ ଲାଗି ଜଳିଗଲା ଏକାଧିକ ବସ୍ତି
•    ଜଣେ ଶିଶୁକୁ ମିଶାଇ ଦୁଇ ଜଣ ଆହତ ସୂଚନା
•    ନିଆଁକୁ ଆୟତ୍ତ କଲେ ୧୫ଟି ଦମକଳ ଗାଡ଼ି

Advertisment
Delhi
Advertisment
Related Articles
Advertisment