Advertisment

Mysterious Student Death: ରହସ୍ୟ ଘେରରେ ଛାତ୍ର ମୃତ୍ୟୁ, ୧୩ ଦିନ ହେଲା ସ୍କୁଲରେ ପଡ଼ିଛି ତାଲା

ରହସ୍ୟ ଘେରରେ ଛାତ୍ର ମୃତ୍ୟୁ। ଆଜିକୁ ୧୩ ଦିନ ହେଲାଣି ବିଦ୍ୟାଳୟରେ ତାଲା ପଡ଼ିଛି। ନ୍ୟାୟ ଦାବିରେ ସ୍କୁଲରେ ତାଲା ପକାଇଲେ ମୃତ ଛାତ୍ରଙ୍କ ପରିବାର ଲୋକ।

author-image
Chinmayee Sahoo
Student Death Case

Student Death Case Photograph: (OTV)

ରହସ୍ୟ ଘେରରେ ଛାତ୍ର ମୃତ୍ୟୁ। ଆଜିକୁ ୧୩ ଦିନ ହେଲାଣି ବିଦ୍ୟାଳୟରେ ତାଲା ପଡ଼ିଛି। ନ୍ୟାୟ ଦାବିରେ ସ୍କୁଲରେ ତାଲା ପକାଇଲେ ମୃତ ଛାତ୍ରଙ୍କ ପରିବାର ଲୋକ। ଫଳରେ ପାଠପଢାରୁ ବଞ୍ଚିତ ହୋଇଛନ୍ତି ଅନ୍ୟ ଛାତ୍ରଛାତ୍ରୀ। ନୟାଗଡ଼ ଗଣିଆ ଥାନା ଅନ୍ତର୍ଗତ ବେଲପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର ଏ ଘଟଣା। 

Advertisment

ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଜଣେ ଛାତ୍ର ମଧ୍ୟାହ୍ନ ଭୋଜନ ପରେ ଶୌଚ ହେବାକୁ କହି କେଉଁ ଆଡେ ବିଦ୍ୟାଳୟରୁ ଚାଲି ଯାଇଥିଲେ। ଗତ ଫେବୃଆରୀ ୪ ତାରିଖରେ ଗାଁ ନିକଟ ଏକ ପରିତ୍ୟକ୍ତ କୂଅରୁ ନାବାଳକ ଛାତ୍ରର କ୍ଷ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା। ଘଟଣାର ତଦନ୍ତ କରୁଛି ଗଣିଆ ପୋଲିସ। 

ସେପଟେ ଜିଲ୍ଲା ଶିକ୍ଷା ଅଧିକାରୀ ଏହି ଘଟଣାରେ ତଦନ୍ତ କରି ବିଦ୍ୟାଳୟରେ ନିଯୁକ୍ତ ଦୁଇ ଶିକ୍ଷୟତ୍ରୀଙ୍କୁ ନିଲମ୍ବନ କରିଥିଲେ। ମୃତ ଛାତ୍ରଙ୍କ ପରିବାର ଲୋକ ଉଭୟ ଶିକ୍ଷୟତ୍ରୀଙ୍କୁ ଗିରଫ ଏବଂ ଛାତ୍ରଙ୍କ ପରିବାରକୁ  ୫୦ଲକ୍ଷ ଟଙ୍କା କ୍ଷତି ପୂରଣ ଦିଆଯାଉ ବୋଲି ଦାବି କରି ବିଦ୍ୟାଳୟରେ ତାଲା ପକାଇଛନ୍ତି।

Advertisment

Nayagarh Student Death
Advertisment
Related Articles
Advertisment