Advertisment

Odia Twin Brothers: ଚର୍ଚ୍ଚାରେ ଓଡ଼ିଆ ଯାଆଁଳା ଭାଇ; ଦେଖିବାକୁ ଯେମିତି ଏକା, ନମ୍ବର ବି ଆସିଲା ଏକା

ଅବିକଳ ଏକାଭଳି ଚେହେରା । ଦୁହିଁଙ୍କୁ ଯିଏ କେହି ବି ଦେଖିବ ଦ୍ୱନ୍ଦରେ ପଡିଯିବ । ତେବେ ଖାଲି ଚେହେରା ଏକା ନୁହେଁ, ନମ୍ବର ବି ଏକା । ପରୀକ୍ଷାରେ ଦୁହିଁଙ୍କର ଆସିଛି ସମାନ ନମ୍ବର ।

author-image
Namita Biswal
Odisha-Twins-JEE-Success

JEE Photograph: (OTV)

JEE ମେନ୍‌ରେ କମାଲ୍ କଲେ ଓଡ଼ିଶାର ଯାଆଁଳା ଭାଇ । ରେଜଲ୍ଟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ! ଅବିକଳ ଏକାଭଳି ଚେହେରା । ଦୁହିଁଙ୍କୁ ଯିଏ କେହି ବି ଦେଖିବ ଦ୍ୱନ୍ଦ୍ୱରେ ପଡିଯିବ । ତେବେ ଏମାନଙ୍କର ଖାଲି ଚେହେରା ଏକା ନୁହେଁ, ନମ୍ବର ବି ଏକା । କିଭଳି ସଂଯୋଗ ଦେଖନ୍ତୁ,  ପରୀକ୍ଷାରେ ଦୁହିଁଙ୍କର ଆସିଛି ସମାନ ନମ୍ବର ଯାହା ସମସ୍ତଙ୍କୁ ତାଜୁବ୍ କରୁଛି । ଜେଇଇ ମେନରେ ସମାନ ନମ୍ବର ରଖି ସଫଳତା ପାଇଛନ୍ତି ଓଡ଼ିଶାର ଏହି ଯାଆଁଳା ଭାଇ । ଏକାଠି ଜନ୍ମ, ଏକାଠି ପାଠପଢା, ଏକା ନମ୍ବର । ଜଣଙ୍କର ନାଁ ମହରୁଫ୍‌ ଓ ଅନ୍ୟ ଜଣକର ନାଁ ମସ୍‌ରୁର ଅହମ୍ମଦ ଖାନ ।  
 
ଭୁବନେଶ୍ବରରେ ମହରୁଫ୍‌ ଓ ମସ୍‌ରୁରଙ୍କ ଘର ।   2008 ମେ’ ୭ରେ ଜନ୍ମଗ୍ରହଣ କରିଥିବା ଏହି ଦୁଇ ଭାଇ ଗୋଟିଏ କ୍ଲାସ୍ ଓ ଗୋଟିଏ ସ୍କୁଲରୁ ପାଠ ପଢିଥିଲେ । ପରେ, ସେମାନେ ଏକାଠି JEE ଆଡଭାନ୍ସଡ୍ ପାସ୍ କରିବାର ସ୍ୱପ୍ନ ଦେଖିଥିଲେ ଓ ଏହାକୁ ପୂରଣ କରିବା ପାଇଁ କୋଟା ଚାଲିଯାଇଥିଲେ । କୋଟାରେ ରହି ଜେଇଇ ମେନ୍‌ ପ୍ରସ୍ତୁତି କରୁଥିଲେ  । ପିଲାଙ୍କ ପାଠପଢା ପାଇଁ ତାଙ୍କର ମାଆ ଜିନତ୍ ବେଗମ ଯିଏକ ଜଣେ ଡାକ୍ତର ଥିଲେ ସେ ନିଜ ଚାକିରି ଛାଡି ଗତ ୩ ବର୍ଷ ହେଲା କୋଟାରେ ରହି ପିଲାଙ୍କ ପାଠପଢା ପ୍ରତି ଧ୍ୟାନ ଦେଉଥିଲେ । 

Advertisment

 ଜେଇଇ ମେନ୍‌ରେ ଏକା ସଙ୍ଗେ ଗୋଟିଏ ସିଫ୍ଟରେ ପରୀକ୍ଷା ଦେଇ ସମାନ ନମ୍ବର ରଖିଛନ୍ତି ଦୁଇ ଭାଇ । ୩୦୦ ରୁ ସମାନ ୨୮୫ ନମ୍ବର ପାଇଛନ୍ତି । ୯୯.୯୮ ପର୍ସେଣ୍ଟାଇଲ୍ ରଖି ସଫଳତା ହାସଲ କରିଛନ୍ତି । କଠିନ ପରିଶ୍ରମ ଓ ମାଆଙ୍କ ତ୍ୟାଗ ଯୋଗୁଁ ଦୁହେଁ ସଫଳତାର ଶିଖର ଚଢିଥିବା କୁହାଯାଉଛି । କାରଣ ମହରୁଫ୍ ଏବଂ ମସରୁରଙ୍କ ମାଆ ଡକ୍ଟର ଜୀନତ ବେଗମ ଜଣେ ସ୍ତ୍ରୀରୋଗ ବିଶେଷଜ୍ଞ । କିନ୍ତୁ ତାଙ୍କ ଦୁଇ ପୁଅଙ୍କ କ୍ୟାରିଅରକୁ ଗୁରୁତ୍ୱ ଦେଇ ପାଠ ପଢାଇବା ପାଇଁ ଦୀର୍ଘ ତିନି ବର୍ଷ ହେଲା ସେ ସରକାରୀ ଚାକିରି ଛାଡି କୋଟାରେ ରହୁଛନ୍ତି ।

ଜେଇଇ ମେନ୍‌ରେ ସଫଳତା ପରେ ଏବେ ଦୁଇ ଭାଇ ଜେଇଇ ଆଡଭାନ୍ସରେ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି ।  ଆଗକୁ IIT ବମ୍ବେରେ କମ୍ପ୍ୟୁଟର ସାଇନ୍ସ ପଢ଼ି IAS ହେବାକୁ ଇଚ୍ଛା ଥିବା କହିଛନ୍ତି । 
ଜେଇଇ ମେନରେ ଦୁଇ ଯାଆଁଳା ଭାଇ ସମାନ ନମ୍ବର ରଖିବା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି ।

Advertisment

ବ୍ୟୁରୋ ରିପୋର୍ଟ, ଓଟିଭି

JEE Main Kota Odia Students
Advertisment
Related Articles
Advertisment