/odishatv-khabar/media/media_files/2026/02/17/budget-session-begins-2026-02-17-14-31-11.jpg)
Budget Session Begins Photograph: (OTV)
ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବଜେଟ ଅଧିବେଶନ।ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି। କହିଥିଲେ, ବିକଶିତ ଭାରତର ଓଡ଼ିଶା ହେବ ଗ୍ରୋଥ୍ ଇଞ୍ଜିନ୍। ୨୦୩୬ରେ ଓଡ଼ିଶା ଗଠନକୁ ଶହେ ବର୍ଷ ପୂରିବ।
ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ରାଜ୍ୟପାଳ। ୨୦୪୭ ସୁଦ୍ଧା ମୁଣ୍ଡପିଛା ଆୟ ୧.୮ ଲକ୍ଷରୁ ୩୨ ଟଙ୍କାକୁ ବୃଦ୍ଧି କରିବା ଲକ୍ଷ୍ୟ ରହିଛି। ବହୁମୁଖୀ ଦାରିଦ୍ର୍ୟକୁ ୫ ପ୍ରତିଶତକୁ ହ୍ରାସ କରିବା ଟାର୍ଗେଟ୍ ରହିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ କେନ୍ଦ୍ରରୁ ଓଡ଼ିଶାକୁ ବଡ଼ ପ୍ରକଳ୍ପ ମିଳୁଛି।
ଏହା ଉଜ୍ଜ୍ବଳ ଓଡ଼ିଶାର ଭବିଷ୍ୟତକୁ ଦର୍ଶାଉଛି ବୋଲି କହିଛନ୍ତି ରାଜ୍ୟପାଳ। ରାମେଶ୍ବର-ପାରାଦୀପ କୋଷ୍ଟାଲ ହାଇୱେକୁ ଅନୁମୋଦନ ଦିଆଯାଇଛି। ଆତ୍ମନିର୍ଭର ଭାରତରେ ସେମି କଣ୍ଡକ୍ଟର ହବ୍ ହେବ ଓଡ଼ିଶା। ରାଜ୍ୟରେ ରାସ୍ତାର ଆଧୁନିକୀକରଣ କରାଯାଉଛି। ଭୁବନେଶ୍ବର ଖୋର୍ଦ୍ଧା କଟକକୁ ନେଇ ରିଂରୋଡ୍ ନିର୍ମାଣ ହେଉଛି।
ଜୟଦେବ ବିହାର ନନ୍ଦନକାନନ ରାସ୍ତା ଫ୍ଲାଏଓଭର ହେବ। ଭିତ୍ତିଭୂମି ସୁଦୃଢ଼ କରିବାକୁ ମୋ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ରାଜ୍ୟପାଳ।ରାଜ୍ୟରୁ ଅପପୃଷ୍ଟି ଓ ରକ୍ତହୀନତା ଦୂର କରିବା ଲକ୍ଷ୍ୟ ରହିଛି।
ସେହିପରି ରାଜ୍ୟରେ ବଢିଛି ଲଘୁ ଖଣିଜ ରାଜସ୍ୱ। ଓଡ଼ିଶାରେ ବାର୍ଷିକ ପ୍ରାୟ ୪୫ ନିୟୁତ ଟନ୍ ର ୫୫ ଇସ୍ପାତ କାରଖାନା ଅଛି। ଯାହାକି ଦେଶର ୨୩ ପ୍ରତିଶତ। ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍ ଇସ୍ପାତ ଯୋଗାଇବାକୁ ଓଡ଼ିଶା ପ୍ରସ୍ତୁତ। ଦେଶରେ ଇସ୍ପାତ ଏବଂ ଷ୍ଟେନ୍ ଲେସ୍ ଷ୍ଟିଲ୍ ଉତ୍ପାଦନରେ ଓଡ଼ିଶା ପ୍ରଥମ। ଲଘୁ ଖଣିଜରେ ସଂସ୍କାର ଆଣୁଛନ୍ତି ସରକାର।
୨୦୨୨-୨୩ରେ ୧୧୯୫ କୋଟି ଆୟ ହୋଇଛି। ଯାହାକି ବାର୍ଷିକ ୧୯% ଏବଂ ୨ ବର୍ଷରେ ୪୮%ରୁ ଅଧିକ ଅଭିବୃଦ୍ଧି ଦର୍ଶାଉଛି। ମେକ୍ ଇନ୍ ଓଡ଼ିଶାରେ ୮୫ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ୨ ଲକ୍ଷ କୋଟିର ନିବେଶ ସହ ୧ ଲକ୍ଷ ୬୫ ହଜାର ନିଯୁକ୍ତି ସୃଷ୍ଟି ହୋଇଛି। ୪ ଲକ୍ଷ ୬୫ ହଜାର ନିଯୁକ୍ତି ସୃଷ୍ଟି ହେବ।
୧୬ ଲକ୍ଷ ୪୨ ହଜାର ଲକ୍ଷପତି ଦିଦି ସୃଷ୍ଟି କରିଛନ୍ତି ସରକାର। ୯ଟି ସରକାରୀ ଉଦ୍ୟୋଗ ୮ ହଜାର ୩୮୫ କୋଟି ଟଙ୍କାର ଲାଭ କରିଛନ୍ତି ସରକାର। ନକ୍ସଲଙ୍କ ମୂଳୋତ୍ପାଟନ ହେବା ନେଇ ରାଜ୍ୟପାଳ ଦୃଢ଼ୋକ୍ତି ପ୍ରକାଶ କରିଛିନ୍ତି। ୫ ବର୍ଷରେ ୪୮ ଜଣ ମାଓବାଦୀ ନିହତ ହୋଇଛନ୍ତି। ୭୮ ଜଣ ଗିରଫ ହୋଇଛନ୍ତି। ୮୨ ଜଣ ଆତ୍ମସମର୍ପଣ କରିଛନ୍ତି।
୨୦୨୫ରେ ୨୫ ଜଣ କ୍ୟାଡର ମାଓବାଦୀଙ୍କୁ ନିପାତ କରାଯାଇଛି। ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ। ଧାନ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ଦିଆଯାଉଛି। ଏଥିପାଇଁ ସମୃଦ୍ଧ କୃଷକ ଯୋଜନାରେ ୬ ହଜାର କୋଟି ଟଙ୍କା ବ୍ୟୟ କରାଯାଇଛି। ସିଏମ୍ କିଷାନ ଯୋଜନାରେ ଆୟ ବୃଦ୍ଧି ପାଇଁ ୨୦୨୦ କୋଟି ବ୍ୟୟ କରାଯାଇଛି।
ଫଳରେ ଚାଷୀ ପରିବାରର ମୁଣ୍ଡ ପିଛା ଆୟ ଯଥେଷ୍ଟ ବୃଦ୍ଧି ପାଇଛି। ରାଜ୍ୟରେ ତିନି ଗୁଣା ବଢ଼ିଛି ଫସଲ ଉତ୍ପାଦନ। ୨୦୦୦-୦୧ରେ ଥିଲା ୫୫.୩୫ ଲକ୍ଷ ମେଟ୍ରିକ ଟନ୍। ୨୦୨୪-୨୫ରେ ୧୫୦ ଲକ୍ଷ ମେଟ୍ରିକ ଟନ୍ ଫସଲ ଉତ୍ପାଦନ ହୋଇଛି ବୋଲି କହିଛନ୍ତି ରାଜ୍ୟପାଳ।
Odia Twin Brothers: ଚର୍ଚ୍ଚାରେ ଓଡ଼ିଆ ଯାଆଁଳା ଭାଇ; ଦେଖିବାକୁ ଯେମିତି ଏକା, ନମ୍ବର ବି ଆସିଲା ଏକା

Mohammad Yunus Farewell Address: ବିଦାୟୀ ଭାଷଣରେ ୟୁନୁସଙ୍କ ବିବାଦୀୟ ବୟାନ, ନାଁ ନେଇ ବିଷ ଓଗାଳିଲେ

Twin Brothers' Rare Acievement: JEE ରେ କମାଲ୍ କଲେ ଓଡ଼ିଶାର ଯାଆଁଳା ଭାଇ, ସମାନ ନମ୍ବର ରଖି ଚର୍ଚ୍ଚାରେ

Pakistan Viral Video: ପାକିସ୍ତାନ ଛାତ୍ର ଗାଇଲେ 'ଜନ ଗଣ ମନ', ମୁନୀରଙ୍କ ମୁହଁରେ ଶକ୍ତ ଚାପୁଡା...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)