Advertisment

BJD in Turmoil Post-Nuapada Defeat: ନୂଆପଡ଼ା ଝଟକା ପରେ ବିଜେଡିରେ ଅସମ୍ଭାଳ ସ୍ଥିତି, ବିଦ୍ରୋହ ମୁଦ୍ରାରେ ଜଣଙ୍କ ପରେ ଜଣେ ନେତା

ନୂଆପଡ଼ା ବିପର୍ଯ୍ୟୟ ପରେ ବିଜେଡିରେ ଅସମ୍ଭାଳ ସ୍ଥିତି। ଜଣଙ୍କ ପରେ ଜଣେ ନେତା ପ୍ରାର୍ଥୀ ଚୟନ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇ ବର୍ଷିବା ଆରମ୍ଭ କଲେଣି। ନିଷ୍ପତ୍ତି ବହୁ ମତ ନୁହେଁ, ଜଣଙ୍କ ନିଷ୍ପତ୍ତିକୁ ଥୋପି ଦିଆଯାଉଛି କହି ପୁଣି ମେଳି ବାନ୍ଧିବା ପାଇଁ ସଜ ହେଲେଣି।

author-image
Tapan Swain
BJD

BJD Photograph: (OTV)

ନୂଆପଡ଼ା ବିପର୍ଯ୍ୟୟ ପରେ ବିଜେଡିରେ ଅସମ୍ଭାଳ ସ୍ଥିତି। ଜଣଙ୍କ ପରେ ଜଣେ ନେତା ପ୍ରାର୍ଥୀ ଚୟନ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇ ବର୍ଷିବା ଆରମ୍ଭ କଲେଣି। ନିଷ୍ପତ୍ତି ବହୁ ମତ ନୁହେଁ, ଜଣଙ୍କ ନିଷ୍ପତ୍ତିକୁ ଥୋପି ଦିଆଯାଉଛି କହି ପୁଣି ମେଳି ବାନ୍ଧିବା ପାଇଁ ସଜ ହେଲେଣି। ଯାହାକୁ ନେଇ ବଢ଼ିଛି ଦଳପତିଙ୍କ ଟେନ୍ସନ୍।...

Advertisment

ବିଜେଡିର ନୂଆପଡ଼ା ବିପର୍ଯ୍ୟୟ ପାଇଁ ବିଭୀଷଣ କିଏ? କାହା ପାଇଁ ମାଟି କାମୁଡ଼ିଲା ଦଳ ? ହୋଇଥିଲା କି ଷଡ଼ଯନ୍ତ୍ର! ପ୍ରାର୍ଥୀ ଚୟନ ନିଷ୍ପତ୍ତି ନେଇ ଦଳ ଭିତରୁ ଉଠିଲା ବିଦ୍ରୋହର ସ୍ବର। ଯୁବ ଛାତ୍ରଙ୍କ ଠାରୁ ଆରମ୍ଭ କରି ବରିଷ୍ଠଙ୍କ ଯାଏଁ ସମସ୍ତେ ଏବେ ପ୍ରଶ୍ନ ବାଣରେ ଘାଇଲା କଲେଣି ସୁପ୍ରିମୋଙ୍କୁ। ବିଜେଡି କର୍ପୋରେଟର ଅଜିତ ବେହେରା ଆଜି ସାମ୍ନାକୁ ଆସି ଖୋଲିଛନ୍ତି ଗୁମର। କହିଛନ୍ତି ପାଣ୍ଡିଆନ୍ ଏବେବି ଦଳରେ ସକ୍ରିୟ।

ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ କରିବା ବହୁ ମତ ଆଧାରିତ ନଥିଲା। ଜଣଙ୍କ ନିଷ୍ପତ୍ତିକୁ ଥୋପି ଦିଆଯାଇଛି। କିନ୍ତୁ ଛାମୁଆ ନେତାମାନେ ସେତେବେଳେ ଏହାକୁ ନେଇ କାହିଁକି ଚୁପ୍ ରହିଲେ ତାକୁ ନେଇ ଉଠାଇଛନ୍ତି ପ୍ରଶ୍ନ। ଦଳ ଏମିତି ଚାଲିଲେ ଭବିଷ୍ୟତ ଅନ୍ଧକାର ହୋଇଯିବ। ସେପଟେ ଦଳର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ମଧ୍ୟ ଗୃହଶତ୍ରୁ ବିଭୀଷଣ ଥିବା କଥାକୁ ସ୍ୱୀକାର କରିଛନ୍ତି। କିନ୍ତୁ ପ୍ରାର୍ଥୀ ଚୟନ ପାଇଁ ସମସ୍ତ ମତ ନିଆଯାଇଥିଲା ବୋଲି କହିଛନ୍ତି।... 

Advertisment

ମେଳି ରାଜନୀତିକୁ ଖୋରାକ୍

2024 ବିପର୍ଯ୍ୟୟ ପରେ ବିଜେଡି ପରାଜୟର କାରଣ ଖୋଜିବା ପାଇଁ ଅନେକ ଥର ସମୀକ୍ଷା କରିଛି। ବରିଷ୍ଠଙ୍କଠୁ ଆରମ୍ଭ କରି ଯୁବ ନେତାଙ୍କ ଯାଏଁ ସମସ୍ତେ ମେଳି କରି ନେତୃତ୍ୱକୁ ଚାଲେଞ୍ଜ କରିଥିଲେ। ଆଉ ଏବେ ନୂଆପଡ଼ା ଝଟକା ବିଜେଡିରେ ପୁଣି ସେଇ ମେଳି ରାଜନୀତିକୁ ଖୋରାକ୍ ଯୋଗାଇଛି। କିଛି ନେତା ମେଳି ପାଇଁ ସଜବାଜ ହେଉଥିବା ବେଳେ ଆଉ କିଛି ନବୀନଙ୍କୁ ଭେଟି ପ୍ରଚାର ମଙ୍ଗ ଧରିଥିବା ନେତାଙ୍କ ବିରୋଧରେ କହିବା ସହ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ଦଳ ତିନି ନମ୍ବରରେ ରହିବା ମୁଖିଆଙ୍କ ମୁଣ୍ଡ ବିନ୍ଧା ଯେତିକି ବଢାଇ ନାହିଁ ତାଠୁ ଅଧିକ ଚିନ୍ତାର ବିଷୟ ଦଳ ଭିତରେ ଦାନା ବାନ୍ଧୁଥିବା ବିଦ୍ରୋହକୁ ନେଇ।... 

2024 ସମୀକ୍ଷାରେ ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ ଦେଇ ଥିବା ନବୀନ ନୂଆପଡ଼ା ବିଫଳତାର ସମୀକ୍ଷା କେବେ ଓ କେଉଁ ଢାଞ୍ଚାରେ କରୁଛନ୍ତି ତାକୁ ଅପେକ୍ଷା। 

nuapada byelection Naveen Patnaik BJD
Advertisment
Related Articles
Advertisment