Advertisment

Truth Out in Delhi Blast: ୨ କେଜି ଆମୋନିୟମ ନାଇଟ୍ରେଟରେ ଦିଲ୍ଲୀ ବିସ୍ଫୋରଣ, ଖୋଲିଲା ଗୁମର

୨ କେଜି ଆମୋନିୟମ ନାଇଟ୍ରେଟରେ ଦିଲ୍ଲୀ ବିସ୍ଫୋରଣ । ବ୍ଲାଷ୍ଟର କିଛି ସମୟ ପୂର୍ବରୁ କରାଯାଇଥିଲା ପ୍ଲାନିଂ। ପାର୍କିଂରେ ବସି ଆତଙ୍କୀ ତିଆରି କରିଥିଲା କି ବମ୍ ? ଖୋଲୁଛି ଗୁମର ।

author-image
Tapan Swain
Delhi Blast

Delhi Blast Photograph: (OTV)

ଦିଲ୍ଲୀରେ ସୋମବାର ହୋଇଥିବା ଭୟଙ୍କର ବିସ୍ଫୋରଣର ତଦନ୍ତ ଯେତିକି ଆଗଉଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରିପୋର୍ଟ ଅନୁସାର ଲାଲକିଲ୍ଲା ବିସ୍ଫୋରଣ ପାଇଁ ୨ କେଜିରୁ ଅଧିକ ପରିମାଣର ଆମୋନିୟମ ନାଇଟ୍ରେଟ ଓ ପେଟ୍ରୋଲିୟମ ଜାତୀୟ ଦ୍ରବ୍ୟର ବ୍ୟବହାର କରାଯାଇଥିଲା। ସେହିପରି ସମ୍ଭବତଃ ବିସ୍ଫୋରଣକୁ ଘଟଣାର କିଛି ମିନିଟ ପୂର୍ବରୁ ପ୍ରସ୍ତୁତ କରାଯାଇଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି।

Advertisment

ଆତ୍ମଘାତୀ ଉମର ନବି ବୋମା ତିଆରି କରିବାରେ ଏକ୍ସପର୍ଟ ଥିଲା। ଫରେନ୍ସିକ ଟିମ ଘଟଣା ସ୍ଥଳରୁ ୫୨ଟି ବିସ୍ଫୋରକ ନମୁନା ଠାବ କରିଛି। ଏହାର ଯାଞ୍ଚରୁ ଜଣାପଡ଼ିଛି ଯେ ଉମର ସମ୍ଭବତଃ ଏହି ସବୁ ବିସ୍ଫୋରକକୁ ଆମୋନିୟମ ନାଇଟ୍ରେଟ, ପେଟ୍ରୋଲିୟମ ଓ ଡେଟୋନେଟିଂ ସାମଗ୍ରୀ ଦ୍ୱାରା ତିଆରି କରିଥିଲା।

ପାର୍କିଂ ବସି ଆତଙ୍କୀ ତିଆରି କରିଥିଲା କି ବମ୍ ? 

ଫରେନ୍ସିକ ତଦନ୍ତରୁ ଆହୁରି ଜଣାପଡ଼ିଛି ଯେ ବିସ୍ଫୋରଣ ପାଇଁ ବ୍ୟବହୃତ ହୋଇଥିବା ବିସ୍ଫୋରକକୁ ୫ରୁ ୧୦ ମିନିଟ ମଧ୍ୟରେ ତିଆରି କରାଯାଇ ପାରିବ। ତେଣୁ ବୋମାକୁ ଉମର କ’ଣ ସ୍ଥାନୀୟ ପାର୍କିଂରେ ବସିବା ବେଳେ ତିଆରି କରିଥିଲା କି ବୋଲି ଏବେ ସୁରକ୍ଷା ଏଜେନ୍ସି ଗୁଡ଼ିକ ଜାଣିବାକୁ ଚେଷ୍ଟା କରୁଛନ୍ତି। କାରଣ ବିସ୍ଫୋରଣ କରିବା ପୂର୍ବରୁ ଉମର ୩ ଘଣ୍ଟା ଧରି ସ୍ଥାନୀୟ ପାର୍କିଂରେ କାରରେ ବସି ରହିଥିଲା।

Advertisment

ସନ୍ଧ୍ୟା ୬.୨୮ରେ ପାର୍କିଂ ସ୍ଥଳରୁ ବାହାରିଥିଲା କାର୍‌। ଏହା ସିଧା ରେଡ ଫୋର୍ଟ ମେଟ୍ରୋ ଷ୍ଟେସନକୁ ଯାଇଥିଲା। ଶେଷରେ ସନ୍ଧ୍ୟା ୬.୫୨ରେ ଜନଗହଳିପୂର୍ଣ୍ଣ ଲାଲକିଲ୍ଲା ଟ୍ରାଫିକରେ ଉମର ନିଜ ସହ କାରକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲା। ଏଥିରେ ଉମର ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। 

ପ୍ରାରମ୍ଭିକ ତଦନ୍ତରୁ ଜଣା ପଡ଼ୁଛି ଉମର ଲାଲକିଲ୍ଲାର ପାର୍କିଂ ନିକଟରେ ବଡ଼ ବିସ୍ଫୋରଣ କରିବାକୁ ଯୋଜନା କରିଥିଲା। କିନ୍ତୁ ଫରିଦାବାଦରୁ ବିସ୍ଫୋରକ ସହ ଦୁଇ ସହଯୋଗୀ ଧରା ପଡ଼ିବା ପରେ ସେ ପୂରା ଆତଙ୍କିତ ହୋଇପଡ଼ିଥିଲା। ଏଥିପାଇଁ ସେ ଲାଲକିଲ୍ଲା ନିକଟରେ ବିସ୍ଫୋରଣ କରିଥିଲା। କିନ୍ତୁ ସୋମବାର ଲାଲକିଲ୍ଲା ବନ୍ଦ ରହୁଥିବାରୁ ପାର୍କିଂ ସ୍ଥଳରେ ଭିଡ଼ ଦେଖିବାକୁ ମିଳି ନଥିଲା। ଏବେ ଘଟଣାର ଅଧିକ ତଦନ୍ତ ଚାଲିଛି ।

Delhi Blast Red Fort Violence
Advertisment
Related Articles
Advertisment