/odishatv-khabar/media/media_files/2025/11/16/bjp-2025-11-16-20-11-20.jpg)
BJP Photograph: (OTV)
ନୂଆପଡା ଫଳାଫଳ ସରକାର ଆଉ ସଙ୍ଗଠନରେ ମୋହନ ମନମୋହନ ଯୋଡିକୁ ଦେଇଛି ବୁଷ୍ଟର ଡୋଜ। ନେତା ଓ କାର୍ଯ୍ୟକର୍ତ୍ତାଙ୍କ ପ୍ରବଳ ପରିଶ୍ରମରେ ୩ ନମ୍ବରରୁ ଦଳ ହେଲା ଏକ ନମ୍ବର ଆଉ ରେକର୍ଡ ବ୍ୟବଧାନରେ ଜିତିଲା । ତେଣୁ ଉପନିର୍ବାଚନ ପରେ ଏବେ ପାଖାପାଖି ଶହେ ନେତା ପାଇବେ ପୁରସ୍କାର। ଖୁବ ଶୀଘ୍ର ହୋଇପାରେ ବୋର୍ଡ ନିଗମ ନିଯୁକ୍ତି ନିଷ୍ପତ୍ତି। ବସନ୍ତ ପଣ୍ଡାକୁ ମିଳିପାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଦାୟିତ୍ବ।...
ସରିଲା ଉପନିର୍ବାଚନ, ଏବେ ନେତାଙ୍କୁ ମିଳିବ ପୁରସ୍କାର। ଖୁବ ଶୀଘ୍ର ହୋଇପାରେ ବୋର୍ଡ ନିଗମ ବଣ୍ଟନ। ପୁଣି ଆରମ୍ଭ ହେଲା ଏକ୍ସରସାଇଜ। ସରକାରକୁ ଆସିବା ପରେ ୧୬ ମାସ ଧରି ରାଜନୈତିକ ଥଇଥାନକୁ ଅପେକ୍ଷା କରିଛନ୍ତି ନେତା ଓ କର୍ମୀ। ୨୪ରେ ଲଢେଇ କରି ବିଜେପିକୁ ଏକାକୀ କ୍ଷମତାକୁ ଆଣିଲେ। ନୂଆପଡାରେ ବି ଦଳକୁ ଦେଲେ ବଡ ବିଜୟ।
ଆଉ ନୂଆପଡା ଫଳାଫଳ ସରକାରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦବଦବାକୁ ବଢାଇଥିବା ବେଳେ, ସଙ୍ଗଠନରେ ମନମୋହନ ସାମଲଙ୍କ ନେତୃତ୍ୱକୁ ଦେଇଛି ବିଷ୍ଟର ଡୋଜ। କୁହାଯାଉଛି, ବୋର୍ଡ ନିଗମ ନିଯୁକ୍ତି ନେଇ ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ତାହା ନୂଆପଡା ଉପନିର୍ବାଚନ ପାଇଁ ବ୍ରେକ ଲାଗିଥିଲା। ଏବେ ଖୁବ ଶୀଘ୍ର ସେହି ପ୍ରକ୍ରିୟାକୁ ଶେଷ କରାଯିବ। ଏହାରି ଭିତରେ ସଭାପତି ନୂଆ ଟିମ୍ ତିଆରି କରିଛନ୍ତି। କମିଟିରୁ ବାଦ୍ ପଡିଥିବା ନେତା ବୋର୍ଡ ନିଗମରେ ଥଇଥାନ ହେବେ।
ରାଜ୍ୟରେ ୩୭ ଟି ବୋର୍ଡ ଏବଂ ନିଗମ ସହ ୩୦ଟି ଜିଲ୍ଲାରେ ଯୋଜନା ବୋର୍ଡ, ୨୩ଟି ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରହିଛି। ପଶ୍ଚିମ ଓଡିଶା ବିକାଶ ପରିଷଦ ରହିଥିବା ବେଳେ ନୂଆ ସରକାର ମଧ୍ୟ ଦକ୍ଷିଣ ଓଡିଶା ଏବଂ ଉତ୍ତର ଓଡିଶା ବିକାଶ ପରିଷଦ ଗଠନ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ତରୁଣ ଚୁଗ ଦୁଇ ଦୁଇ ଥର ଓଡିଶା ଆସି କରିଛନ୍ତି ବୈଠକ
ଏହି ପଦବୀଗୁଡିକ ୧୬ ମାସ ପରେ ବି ଖାଲି ପଡିଛି। ଯଦିଓ ଏସବୁ ନିଯୁକ୍ତି ସହ ପ୍ରାୟ ଦେଢ ଶହ ନେତାଙ୍କୁ ଥଇଥାନ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ ମଧ୍ୟ ଦୁଇ ଦୁଇ ଥର ଓଡିଶା ଆସି ବୈଠକ କରିଥିଲେ। ପ୍ରାରମ୍ଭିକ ତାଲିକା ତିଆରି ହୋଇଥିଲା। ଖୁବ ଶୀଘ୍ର ଏହି ତାଲିକା ଉପରେ ବାଜିପାରେ ମୋହର।
ଟିକେଟ ନ ନେଇ ନିର୍ବାଚନ ନ ଲଢି, ୨୪ ନିର୍ବାଚନରେ କାମ କରିଥିବା ତଥା ଦୀର୍ଘ ଦିନ ଧରି ଦଳ ପାଇଁ ପରିଶ୍ରମ କରିବା ଆଧାର ହୋଇପାରେ। ନିକଟରେ ନୂଆପଡା ଉପନିର୍ବାଚନ ବିଜୟରେ ପ୍ରମୁଖ ଭୂମିକା ନେଇଥିବା କିଛି ନେତା ବି ପୁରସ୍କୃତ ହୋଇପାରନ୍ତି। ବରିଷ୍ଠ ନେତା ବସନ୍ତ ପଣ୍ଡାଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ମିଳିପାରେ ନିଯୁକ୍ତି। ତାଙ୍କ ସହ ଅନ୍ୟ କିଛି ନେତାଙ୍କୁ ବି ଥଇଥାନ କରିପାରନ୍ତି ସରକାର।
BJD in Turmoil Post-Nuapada Defeat: ନୂଆପଡ଼ା ଝଟକା ପରେ ବିଜେଡିରେ ଅସମ୍ଭାଳ ସ୍ଥିତି, ବିଦ୍ରୋହ ମୁଦ୍ରାରେ ଜଣଙ୍କ ପରେ ଜଣେ ନେତା

Shocking Gender Bias: ପୁଅ ହେଲାନି ବୋଲି… ୫ ଝିଅଙ୍କ ସହ ସ୍ତ୍ରୀକୁ ଘରୁ ବାହାର କରିଦେଲା ଅମଣିଷ ସ୍ୱାମୀ

Truth Out in Delhi Blast: ୨ କେଜି ଆମୋନିୟମ ନାଇଟ୍ରେଟରେ ଦିଲ୍ଲୀ ବିସ୍ଫୋରଣ, ଖୋଲିଲା ଗୁମର

Singer Human Sagar Critical: ଭେଣ୍ଟିଲେଟର୍ ସପୋର୍ଟରେ ହ୍ୟୁମାନ ସାଗର; ଆଗାମୀ ସମୟ ଅତି ଗୁରୁତ୍ଵପୂର୍ଣ୍ଣ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)