Advertisment

Student Found Dead: ବ୍ରହ୍ମପୁତ୍ର ହଷ୍ଟେଲ୍‌ରେ ଝୁଲି ପଡିଲେ ଛାତ୍ର, ମୃତଦେହ ଜବତ କରି ପୋଲିସର ତଦନ୍ତ ଆରମ୍ଭ

ସମ୍ୱଲପୁର ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ବିଶ୍ବବିଦ୍ୟାଳୟରେ ବ୍ରହ୍ମପୁତ୍ର ହଷ୍ଟେଲରେ ଛାତ୍ରଙ୍କ ମୃତ୍ୟୁ। ଝୁଲନ୍ତା ଅବସ୍ଥାରେ ମୃତଦେହ ଜବତ କଲା ବୁର୍ଲା ପୋଲିସ୍।

author-image
Chinmayee Sahoo
Student Death

Student Death Photograph: (OTV)

ସମ୍ୱଲପୁର ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ବିଶ୍ବବିଦ୍ୟାଳୟରେ ବ୍ରହ୍ମପୁତ୍ର ହଷ୍ଟେଲରେ ଛାତ୍ରଙ୍କ ମୃତ୍ୟୁ। ଝୁଲନ୍ତା ଅବସ୍ଥାରେ ମୃତଦେହ ଜବତ କଲା ବୁର୍ଲା ପୋଲିସ୍। ମୃତ ଛାତ୍ର ହେଲେ ସୁରଜ କୁଜୁର। ସେ ଅର୍ଥନୀତି ବିଭାଗର ଦ୍ବିତୀୟ ବର୍ଷର ଛାତ୍ର। ତାଙ୍କ ଘର ସୁନ୍ଦରଗଡ ଜିଲ୍ଲା କୁତ୍ରା ଅଞ୍ଚଳରେ। 

Advertisment

ବ୍ରହ୍ମପୁତ୍ର ହଷ୍ଟେଲର ୫୨ ନମ୍ବର ରୁମରେ ଏକୁଟିଆ ରହୁଥିଲେ। ଏବେ ତାଙ୍କର ପରୀକ୍ଷା ଚାଲିଥିବା ବେଳେ ଗତକାଲି କିନ୍ତୁ ସେ କୌଣସି ପରୀକ୍ଷା ଦେଇ ନଥିଲେ। ଗତକାଲି ରାତିରେ ଏ ଘଟଣା ଜଣା ପଡିବା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ ବୁର୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ। 

ହଷ୍ଟେଲ୍ ରୁମ୍ ଭିତରେ ଝୁଲନ୍ତା ଅବସ୍ଥାରେ ତାଙ୍କୁ ଠାବ କରାଯାଇଥିଲା। ଆଜି ପରିବାର ଲୋକେ ପହଞ୍ଚିବା ପରେ ସେମାନଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବ। ଛାତ୍ରଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ। ପୋଲିସ ଘଟଣାର ତଦନ୍ତ ଚଳାଇଛି।

Advertisment

ବ୍ରହ୍ମପୁତ୍ର ହଷ୍ଟେଲରେ ଛାତ୍ରଙ୍କ ମୃତ୍ୟୁ
ସମ୍ୱଲପୁର ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ
ବିଶ୍ବବିଦ୍ୟାଳୟରେ ବ୍ରହ୍ମପୁତ୍ର ହଷ୍ଟେଲରେ ଛାତ୍ରଙ୍କ ମୃତ୍ୟୁ
ଝୁଲନ୍ତା ଅବସ୍ଥାରେ ମୃତଦେହ ଜବତ କଲା ବୁର୍ଲା ପୋଲିସ୍
ମୃତକ ଅର୍ଥନୀତି ବିଭାଗର ଦ୍ବିତୀୟ ବର୍ଷର ଛାତ୍ର
ହଷ୍ଟେଲର ୫୨ ନଂ ରୁମରେ ସେ ଏକୁଟିଆ ରହୁଥିଲେ

Suicide
Advertisment
Related Articles
Advertisment