/odishatv-khabar/media/media_files/2026/01/21/thar-accident-2026-01-21-08-53-47.jpg)
Thar Accident Photograph: (OTV)
ରାଜଧାନୀରେ ପୁଣି ଥାର୍ ଆତଙ୍କ। ଥର୍ ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ। ଅନ୍ୟ ୨ ଜଣ ଗୁରୁତର ଆହତ। ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ରାତି ପ୍ରାୟ ୧୧ଟା ୪୦ରେ ଏହି ଦୁର୍ଘଟଣା ଘଟିଛି। ଏଜି ଛକ ପଟୁ ଏୟାରପୋର୍ଟ ଆଡ଼କୁ ଦ୍ରୁତ ଗତିରେ ଯାଉଥିବା ଏକ ଥାର୍ ଗାଡି ଏକ ବୁଲେଟରେ ଯାଉଥିବା ୩ ଜଣଙ୍କୁ ଧକ୍କା ଦେଇଥିଲା।
ଫଳରେ ବୁଲେଟ୍ ଚାଳକ ଓ ପଛରେ ବସିଥିବା ୨ ଲୋକ ପାଖପାଖି ୫୦ ମିଟର ଦୁରକୁ ଛିଟିକି ପଡ଼ିଥିଲେ। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ମୃତ୍ୟୁବରଣ କରିଥିବା ଯୁବକ ଓଲ୍ଡଟାଉନ୍ ଅଞ୍ଚଳର ରାଜା ବୋଲି ଜଣାପଡିଛି।
ଦୁର୍ଘଟଣା ଘଟାଇଥିବା ଥାର୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଧକ୍କା ପରେ ଥାର ଗାଡିରୁ ଇଞ୍ଜିନ୍ ଅଏଲ ବୋହି ଯାଇଥିଲା। ବୁଲେଟ୍ ଗାଡ଼ିଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ଖବର ପାଇ ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ମୃତାହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଦୁର୍ଘଟଣା ଘଟାଇଥିବା ଥାର ଗାଡିକୁ ଜବତ କରିଛି ପୋଲିସ।
ରାଜଧାନୀରେ ପୁଣି ଥାର୍ ଆତଙ୍କ
କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ଭୟଙ୍କର ଦୁର୍ଘଟଣା
ବୁଲେଟ୍ ଗାଡ଼ିକୁ ଧକ୍କା ଦେଲା ଦ୍ରୁତଗାମି ଥାର୍
ଥାର୍ ଗାଡ଼ି ଧକ୍କାରେ ଜଣ ମୃତ, ୨ ଗୁରୁତର ଆହତ
ରାତି ପ୍ରାୟ ୧୧ଟା ୪୦ରେ ବେଳେ ଦୁର୍ଘଟଣା
ଚାଳକ ଓ ପଛରେ ବସିଥିବା ଲୋକ ୫୦ମିଟର ଦୂରକୁ ଛିଟିକି ପଡ଼ିଲେ
ଏଜି ଛକ ପଟୁ ଏୟାରପୋର୍ଟ ଆଡ଼କୁ ଦ୍ରୁତ ଗତିରେ ଯାଉଥିଲା ଥାର୍
ଘଟଣାସ୍ଥଳରେ ଜଣ ମୃତ, ଅନ୍ୟ ୨ ଜଣ ଗୁରୁତର ଆହତ
ମୃତ ଯୁବକ ହେଲେ OLDTOWN ଅଞ୍ଚଳର ରାଜା
ଦୁର୍ଘଟଣା ଘଟାଇଥିବା ଥାର୍ ଡ୍ରାଇଭର ଫେରାର୍
Daily Horoscope 21st January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 21st January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Zero Tolerance on Obscenity: ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳତା ପ୍ରଦର୍ଶନକୁ ନା, ରଦ୍ଦ କରାଯିବ ଯାତ୍ରା ପରିବେଷଣ ଅନୁମତି

OTV Foresight: ଓଟିଭି ଫୋରସାଇଟ୍ ମଞ୍ଚରେ ଓଡ଼ିଶାର ବିକାଶ ଭିଜନକୁ ନେଇ ଆଲୋଚନା, ୨୦୩୬ ବେଳକୁ ଓଡ଼ିଶାକୁ ସମୃଦ୍ଧ ରାଜ୍ୟରେ ପରିଣତ କରାଯିବ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)