/odishatv-khabar/media/media_files/2025/09/24/plan-for-ratna-bhandar-inventory-2025-09-24-17-19-48.jpg)
Plan for Ratna Bhandar Inventory Photograph: (OTV)
ଶେଷ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା । ଗତକାଲି ମନ୍ଦିର ପ୍ରଶାସନ ଓ ଯାଞ୍ଚ କମିଟିର ଉପସ୍ଥିତିରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରୁ ରତ୍ନଭଣ୍ଡାର କୁ ସ୍ଥାନାନ୍ତରିତ ହୋଇଛି ସମସ୍ତ ଅଳଙ୍କାର । ଏହି ପ୍ରକ୍ରିୟା ଶେଷ ହେବା ପରେ ଗଣତି ମଣତି କେବେ ଆରମ୍ଭ ହେବ ତା ଉପରେ ରାଜ୍ୟ ବାସୀଙ୍କ ନଜର ରହିଛି।
କେମିତି ହେବ ଗଣତି ?
ଏହାରି ଭିତରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗୁଡିକର ମଣତି ଗଣତି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର (RatnaBhandar) ହାଇ ପାୱାର କମିଟି ଅଧକ୍ଷ ଜଷ୍ଟିସ ବିଶ୍ଵନାଥ ରଥ। ତାଙ୍କର କହିବା ମୁତାବକ , Sop ଅନୁଯାୟୀ କରାଯିବ ଗଣତି ମଣତି। ୧୯୭୮ ମସିହାର ଗଣତି ମଣତି ତାଲିକା କୁ ମେଳ କରିଯିବ ।ସେତେବେଳେ ବିଜ୍ଞାନ ଏତେ ଉନ୍ନତି କରିନଥିଲା। ମଣିଷ ଦ୍ୱାରା ଗଣତି ମଣତି କରାଯାଇଥିଲା ଏବେ ବିଜ୍ଞାନର ଉନ୍ନତି ଘଟିଛି । ବୈଜ୍ଞାନିକ ପଦ୍ଧତି ରେ ଗଣତି ମଣତି କରାଯିବ। ।
ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦୁଇ ଜଣ ବିଶେଷଜ୍ଞଙ୍କର ନାଁ ପଠାଯାଇଛି। ଖୁବ ଶୀଘ୍ର ପରିଚାଳନା କମିଟି ପକ୍ଷରୁ ଗଣତି ମଣତି ତାରିଖ ଧାର୍ଯ୍ୟ ହେବ। ଏହା କେତେ ଦିନ ଚାଲିବ ଏବେଠୁ କହିବା ମୁସ୍କିଲ ।ଏବେ କେବଳ ଗଣତି ନୁହେଁ ବରଂ ମଣତି କରାଯିବ ଅର୍ଥାତ ତଉଲା ଯିବ। ପ୍ରତିଟି ଅଳଙ୍କାରର ନାମ ଓ ଓଜନ କୁ ମେଳକ କରାଯିବ।
ପ୍ରାୟ ୧୧୦୦ ଅଳଙ୍କାର ପ୍ରଭୁ ଜଗନ୍ନାଥଙ୍କର ରହିଛି ।୧୯୭୮ ମସିହାରେ ମଣତି ଗଣତି ତାଲିକା ରେ ଉଦିଷ୍ଟ ଥିବା ଅଳଙ୍କାର କ୍ରମାନୟରେ ନାହିଁ। ତାଲିକା ରେ ଥିବା କେଉଁ ଅଳଙ୍କାର କେଉଁ ଆଲମିରା ରେ ଅଛି ତାହା ଉଲେଖ ନଥିଲା । ତେବେ ଏହି ପ୍ରକ୍ରିୟା ପାଇଁ ପରିଚାଳନା କମିଟି ତାରିଖ ସ୍ତିର କରିବେ ବୋଲି କହିଛନ୍ତି କମିଟି ଅଧକ୍ଷ ଜଷ୍ଟିସ ବିଶ୍ଵନାଥ ରଥ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)