/odishatv-khabar/media/media_files/2025/09/24/trump-nobel-demand-2025-09-24-19-56-55.jpg)
TRUMP NOBEL DEMAND Photograph: (OTV)
ସାରା ପୃଥିବୀରେ ମୁଁ ଏକା ହିରୋ । ଆଉ ସବୁ ଭିଲେନ୍ ନହେଲେ ଜିରୋ । ମୁଁ ଏକା ଏକା ବନ୍ଦ କରିଦେଇଛି ସାତ ସାତଟା ଯୁଦ୍ଧ।ମୋ କଥାରେ ଉଠୁ ବସ୍ ସାରା ବିଶ୍ୱ ।ମୁଁ ଯାହା କରିଛି ଆଉ କେହି ପାରିବେନି, ମୋତେ ନୋବେଲ ଦିଅ। ଆମେ କାହା କଥା କହୁଛୁ ଆପଣ ଜାଣିସାରିଥିବେ ।
ନୋବେଲ ପାଇଁ ହାଇଁପାଇଁ ଡୋନାଲ୍ଡ ଟ୍ରମ୍ପ । ୭ଟି ଯୁଦ୍ଧ ବନ୍ଦ କରିବାର ମାରୁଛନ୍ତି ବାହାସ୍ପଟ । କହୁଛନ୍ତି, ମୁଁ ସାତ ସାତଟା ଯୁଦ୍ଧ ବନ୍ଦ କରିଛି । ନିଜକୁ ଶାନ୍ତିଦୂତ ବୋଲାଇ ପୁଣିଥରେ ନୋବେଲ ଶାନ୍ତି ପୁରସ୍କାର ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ନୋବେଲ ପୁରସ୍କାର ପାଇଁ ପାଗଳ ପ୍ରାୟ ହୋଇସାରିଲେଣି ଟ୍ରମ୍ପ । ଏଥିପାଇଁ ସେ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି ।
ଲୋକହସା ହେଉଛନ୍ତି ଟ୍ରମ୍ପ
ଭାରତ ମନା କରୁଛି, ପାକିସ୍ତାନ ବି ସ୍ୱୀକାର କରୁନି । ତଥାପି ଥରକୁ ଥର ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦର ଶ୍ରେୟ ନେଉଛନ୍ତି ଡୋନାଲ୍ଡ ଟ୍ରମ୍ପ । ଖାଲି ଏଇ ଗୋଟିଏ ଯୁଦ୍ଧ ନୁହେଁ, ବିଶ୍ୱର ୭ଟା ଯୁଦ୍ଧ ବନ୍ଦ କରିଥିବା ଦାବି କରିଛନ୍ତି ସେ । ଏହି ଦାବିରେ ସେ କେବଳ ଲୋକହସା ହେଉଛନ୍ତି ।
ମଙ୍ଗଳବାର ଜାତିସଂଘରେ ଉଦବୋଧନ ଦେଇ ଟ୍ରମ୍ପ କହିଛନ୍ତି, ସେ ଭାରତ ପାକିସ୍ତାନ, ଇସ୍ରାଏଲ-ଇରାନ, ରୁଆଣ୍ଡୋ-କଙ୍ଗୋ, ଥାଇଲାଣ୍ଡ-କମ୍ବୋଡିଆ, ଆର୍ମେନିଆ-ଆଜରବୈଜନ, ଇଜିପ୍ଟ-ଇଥୋପିଆ ଓ ସର୍ବିୟା-କସଭୋ ଯୁଦ୍ଧ ଅଟକାଇଛନ୍ତି । ଯେଉଁ କାମ ଜାତିସଂଘ କରିବା କଥା, ତାହା ସେ କରୁଛନ୍ତି । ଜାତିସଂଘ କିଛି କରିପାରୁନି, ଖାଲି ଫମ୍ପା କଥା କହୁଛି । ଅନ୍ୟ କେଉଁ ରାଷ୍ଟ୍ରନେତାଙ୍କ ପକ୍ଷେ ବି ଏ କାର୍ଯ୍ୟ ଅସମ୍ଭବ । ତେଣୁ ସେ ନୋବେଲ ଶାନ୍ତି ପୁରସ୍କାର ପାଇଁ ହକଦାର ବୋଲି ଦାବି କରିଛନ୍ତି ଟ୍ରମ୍ପ ।
ନୋବେଲ ବ୍ୟାକୁଳତାରେ ଜାତିସଂଘକୁ ବି କଡା ସମାଲୋଚନା କରିବାକୁ ପଛାଇ ନାହାନ୍ତି ଟ୍ରମ୍ପ । ସେହିପରି ୟୁକ୍ରେନ-ଋଷିଆ ଯୁଦ୍ଧକୁ ନେଇ ପୁଣିଥରେ ଭାରତକୁ ଦୋଷ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, ଭାରତ ଓ ଚୀନ ୟୁକ୍ରେନ ଯୁଦ୍ଧରେ ପାଣ୍ଠି ଯୋଗାଉଛି । ୟୁରୋପୀୟ ରାଷ୍ଟ୍ର ବି ଋଷ୍ଠୁ ତେଲ କିଣୁଛି । ତେଣୁ ଯୁଦ୍ଧ ବନ୍ଦ ହୋଇପାରୁନି । ଆମେରିକା ରାଷ୍ଟ୍ରପତିଙ୍କ ନୋବେଲ ପାଇଁ ଏଭଳି ବ୍ୟାକୁଳତା ପୁଣିଥରେ ରହିଛି ଚର୍ଚ୍ଚାରେ ।
Pakistani Dating Show: ପାକିସ୍ତାନରେ ଡେଟିଂ ଶୋକୁ ନେଇ ଝଡ଼, ବ୍ୟାନ କରିବାକୁ ଦାବି

AI's Shocking Gambling Tips: ଏଆଇ ବ୍ୟବହାର କରୁଛନ୍ତି କି ? ବାଜିରେ ଲାଗିପାରେ ଜୀବନ...ସତର୍କ ରୁହନ୍ତୁ

Nuapada Village Bans Liquor: ନିଶା କାରବାର କଲେ ୫୦ ହଜାର ଫାଇନ ସହ ୨୦ ବର୍ଷ ଗାଁରୁ ବାସନ୍ଦ, ନିଷ୍ପତ୍ତି ନେଲେ ଗାଁ ଲୋକେ

Likes Over Life: ଲାଇକ୍ସ, ଭିଉଜ୍ ପାଇଁ କିଛି ବି...ଭୟଙ୍କର ରିଲ୍ସ ନିଶା, ଭାଇରାଲ ହେବାକୁ ଜୀବନକୁ ବାଜି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)