Advertisment

Aircraft Accident: ରାଉରକେଲା ବିମାନ ଦୁର୍ଘଟଣା, ସୁସ୍ଥ ହେଇ ଫେରିଲେ ପାଇଲଟ୍

ଗତ ୧୦ ତାରିଖ ଦିନ ବିମାନ ଦୁର୍ଘଟଣା ଘଟିଥିଲା । ସେହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ପାଇଲଟ୍ ନବୀନ କାଡାଙ୍ଗା । ସେ ବର୍ତ୍ତମାନ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ହେଲେ ଏବେ ବି ଆହତ ପାଇଲଟ୍ ତରୁଣ ଶ୍ରୀବାସ୍ତବ ଓ ଅନିତା ସାହୁ ଜୟ ପ୍ରକାଶ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

author-image
Tanmay Kumar Mahalik
Rourkela Plan Clash

Rourkela Plan Clash Photograph: (OTV)

ମୃତ୍ୟୁର ଫାଶରୁ ଜୀବନ ମୁକୁଳିବା ପରେ ଇଏ ଦୁନିଆକୁ ଆଉ ଥରେ ସ୍ବାଗତର ଖୁସି । ହସ୍ପିଟାଲ୍ ବେଡରୁ ଡିସଚାର୍ଜ ହୋଇ କେକ୍ କାଟୁଛନ୍ତି ପାଇଲଟ୍ ।  ଆଉ ମେଡିକାଲର କର୍ତ୍ତୃପକ୍ଷ ଓ ବନ୍ଧୁ ସମ୍ପର୍କୀୟମାନେ ଉତ୍ସାହର ସହ ତାଳି ମାରୁଛନ୍ତି ।

Advertisment

ଗତ ୧୦ ତାରିଖ ଦିନ ବିମାନ ଦୁର୍ଘଟଣା ଘଟିଥିଲା । ସେହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ପାଇଲଟ୍ ନବୀନ କାଡାଙ୍ଗା । ସେ ବର୍ତ୍ତମାନ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ହେଲେ ଏବେ ବି ଆହତ ପାଇଲଟ୍ ତରୁଣ ଶ୍ରୀବାସ୍ତବ ଓ ଅନିତା ସାହୁ ଜୟ ପ୍ରକାଶ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ହସ୍ପିଟାଲରୁ ହ୍ୱିଲ୍ ଚେୟାରରେ ବାହାରକୁ ଆସିଥିଲେ ନବୀନ । ସେହି ସମୟରେ ତାଙ୍କୁ ତାଳି ମାରି ସ୍ବାଗତ କରାଯାଇଥିଲା । ପରେ ନବୀନ ହସ୍ପିଟାଲ ଟିମକୁ ଧନ୍ୟବାଦ୍ ଦେଇଥିଲେ । ଆଉ ପ୍ରଶାସନ ସହ ସ୍ଥାନୀୟ ଲୋକଙ୍କୁ ଖୁବ୍ ପ୍ରଶଂସା କରିଥିଲେ । ୧୧ ଦିନ ପରେ ପାଇଲଟ୍ ନବୀନ ଘରକୁ ଫେରିଛନ୍ତି । ତେଣୁ ପୁରା ଟିମ୍ ଖୁସି ଜାହିର କହିଛି ।

Advertisment

ସୁସ୍ଥ ହୋଇ ନବୀନ ଘରକୁ ଫେରିବା ପରେ ଖୁସି କହିଲେ ନସରେ । ହେଲେ ପାଇଲଟ୍ ତରୁଣ ଶ୍ରୀବାସ୍ତବ ଓ ଅନିତା ସାହୁ ଏବେ ବି ଜୟ ପ୍ରକାଶ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି । ତେଣୁ ତରୁଣ ଓ ଅନିତାଙ୍କ ପାଇଁ ଆଶୁଆରେଗ୍ୟ କାମନା କରିଛନ୍ତି ସମସ୍ତେ । 

Rourkela Aircraft Accidents Pilot
Advertisment
Related Articles
Advertisment