/odishatv-khabar/media/media_files/2025/11/06/gate-locked-ri-exam-center-2025-11-06-18-30-57.jpg)
GATE-LOCKED-RI-EXAM-CENTER Photograph: (OTV)
ମିତାଲି ବାଲିପାଟଣାରୁ ଆସିଛନ୍ତି ପରୀକ୍ଷା ଦେବାକୁ । ଆଜି ହେବାକୁ ଥିବା ଆରଆଇ ପରୀକ୍ଷା ସେକେଣ୍ଡ ସିଫ୍ଟରେ ଥିଲା କିନ୍ତୁ ଠିକ ସମୟରେ ହୋଇନି ପରୀକ୍ଷା ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପରୀକ୍ଷା ଦେବାର ଏଣ୍ଟ୍ରି ସମୟ ଥିଲା ୧୦.୩୦ କିନ୍ତୁ ଏବେ ଘୁଞ୍ଚିଯାଇଥିଲା ସମୟ ୧୧ଟା ୫୦କୁ ।
କେବଳ ମିତାଲି ନୁହନ୍ତି ଆଉ ଜଣେ ପରୀକ୍ଷାର୍ଥି ବି ଏହିଭଳି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଯାହାକୁ ନେଇ ଅସନ୍ତୁଷ୍ଟ । ପରୀକ୍ଷାର୍ଥିଙ୍କ କହିବା ଅନୁସାରେ ଆମେ ଆଜି ପରୀକ୍ଷା ଦେଇକି ଯାଉଛୁ କିନ୍ତୁ ପରେ ଶୁଣିବୁକି ଏଇ ପରୀକ୍ଷା ବାତିଲ ହୋଇଗଲା କଣ ହେବ ଆମ ଭବିଷ୍ୟତ।
ଆରଆଇ ଅମିନ ପରୀକ୍ଷାରେ ପୁଣି ପୁରୁଣା ରୋଗ । ସର୍ଭର ଡାଇନ୍ ହୋଇଛି । ଆରଆଇ ପରୀକ୍ଷାରେ ବଡ ବିଭ୍ରାଟ ହୋଇଛି । ପରୀକ୍ଷାର୍ଥି ଅସନ୍ତୁଷ୍ଟ ସର୍ଭର ଡାଉନ୍ ପାଇଁ । ମଞ୍ଚେଶ୍ବର, ଚନ୍ଦ୍ରଶେଖରପୁର, ପଟିଆ, ନୟାପଲ୍ଲୀ ଆଦି ସ୍ଥାନରେ ବିଭ୍ରାଟ ।ସର୍ଭର ଡାଉନ୍ ପାଇଁ ପ୍ରାୟ ଘଣ୍ଟାଏ ବିଳମ୍ବରେ ଆରମ୍ଭ ହୋଇଥିଲା ପରୀକ୍ଷା ।
କିଛି କିଛି ପରୀକ୍ଷା କେନ୍ଦ୍ରରେ ପିଲାମାନେ ଅପେକ୍ଷା କରିଥିବାର ଭିଡିଓ ହେଉଛି ଭାଇରାଲ୍ । ଯେଉଁଥିରେ ଦେଖିବାକୁ ମିଳିଛି ପରୀକ୍ଷା କେନ୍ଦ୍ର ବନ୍ଦ ରହିଛି ଆଉ ଆଶାୟୀ ପ୍ରାର୍ଥିମାନେ ବାହାରେ ଅପେକ୍ଷା କରୁଛନ୍ତି । ଜାଣିବାକୁ ଚାହୁଛନ୍ତି କାହିଁକି ଲେଟ୍ ହେଉଛି । ପରୀକ୍ଷା କେନ୍ଦ୍ର ବାହାରେ ଅପେକ୍ଷା କରିଥିବା ଅଭିଭାବକମାନେ ବି ଉଠାଇଛନ୍ତି ପ୍ରଶ୍ନ । ଏହି ପରୀକ୍ଷା ସତରେ କରପସନ୍ ଫ୍ରି ତ ? କଣ ହେବ ପିଲାଙ୍କ ଭବିଷ୍ୟତ ? ପରୀକ୍ଷା ପରିଚାଳନା କରିଥିବା ସଂସ୍ଥାର ପ୍ରତିକ୍ରିୟା ଏପଯ୍ୟନ୍ତ ମିଳିପାରିନାହିଁ।
OAPF Jawan Found Dead by Roadside: ରାସ୍ତା କଡରୁ OAPF ଯବାନଙ୍କ ମୃତଦେହ ଉଦ୍ଧାର, ରାତିରେ ଥିଲା ପାଟ୍ରୋଲିଂ ଡ୍ୟୁଟି

Bhikhyuka Mela: ଦିନେ ମାଗନ୍ତି ଭିକ...ଛଅ ମାସ ଚଳନ୍ତି, କାହିଁକି କୁହାଯାଏ ଏଭଳି ?

Obsessed Stalker Shoots: ରାସ୍ତାରେ ଜଗିଥିଲା ପାଗଳ ପ୍ରେମିକ, ନାବାଳିକା ଆସୁ ଆସୁ ଗୁଳି କଲା

Suresh, Shikhar in Trouble: ସୁରେଶ ରାଇନା ଏବଂ ଶିଖର ଧାୱନଙ୍କ ଶନିଦଶା, ଜବତ ହେଲା ୧୧.୧୪ କୋଟି ଟଙ୍କାର ସମ୍ପତ୍ତି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)