Advertisment

OAPF Jawan Found Dead by Roadside: ରାସ୍ତା କଡରୁ OAPF ଯବାନଙ୍କ ମୃତଦେହ ଉଦ୍ଧାର, ରାତିରେ ଥିଲା ପାଟ୍ରୋଲିଂ ଡ୍ୟୁଟି

ଓଡିଶା ଅଗଜିଲାରୀ ପୋଲିସ ଫୋର୍ସ OAPFରେ କାର୍ଯ୍ୟରତ ଯବାନଙ୍କ ରାସ୍ତା କଡରୁ ମୃତଦେହ ଉଦ୍ଧାର। ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ସେସଖାଲ ପୋଲିସ। ମୃତ ଯବାନ ହେଲେ ଗୌରୀ ତାଡ଼ିଙ୍ଗି।

author-image
Tapan Swain
Jawan Death

Jawan Death Photograph: (OTV)

ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ଶେଷଖାଲ ପୋଲିସ । ଓଡିଶା ଅଗଜିଲାରୀ ପୋଲିସ ଫୋର୍ସ OAPFରେ କାର୍ଯ୍ୟରତ ଯବାନଙ୍କ ରାସ୍ତା କଡରୁ ମୃତଦେହ ଉଦ୍ଧାର। ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ସେସଖାଲ ପୋଲିସ। ମୃତ ଯବାନ ହେଲେ ଗୌରୀ ତାଡ଼ିଙ୍ଗି। ସେ ରାୟଗଡ଼ା ଟାଉନ ଥାନାରେ କାର୍ଯ୍ୟରତ ଥିଲେ, ଗତକାଲି ତାଙ୍କର ନାଇଟ ପାଟ୍ରୋଲିଂ ଡିୟୁଟି ଥିବାରୁ ସେ ଭୋରୁ ନିଜ ଘର ଶେଷଖାଲ ଅଭିମୁଖେ ଯାଉଥିଲେ।

Advertisment

ସକାଳୁ ତାଙ୍କ ମୃତଦେହ ଶେଷଖାଲ ଥାନା ଅନ୍ତର୍ଗତ ପିତାମହଲ ଗାଁ ନିକଟ ଆଇଟିଆଇ ଟ୍ରେନିଂ ସେଣ୍ଟର ନିକଟ ଜଙ୍ଗଲରେ ପଡ଼ିଥିଲା। ଖବର ପାଇ ଶେଷଖାଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସେ କିଛି ଦିନ ହେବ ଅସୁସ୍ଥ ଥିଲେ ଏବଂ କାର୍ଯ୍ୟରେ ଯୋଗ ଦେବା ବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ନଥିଲେ ବୋଲି ପରିବାର ବର୍ଗ କହିଛନ୍ତି। ଏନେଇ ପୋଲିସ ପ୍ରତିକ୍ରିୟା ମିଳି ପାରିନାହିଁ।...

ରାୟଗଡ଼ା ଟାଉନ୍ ଥାନାରେ କାର୍ଯ୍ୟରତ ଥିଲେ ଯବାନ
ମୃତ ଯବାନ ଗୌରୀ ତାଡ଼ିଙ୍ଗିଙ୍କର କାଲି ପେଟ୍ରୋଲିଂ ଡ୍ୟୁଟି ଥିଲା
ଆଜି ସକାଳୁ ରାସ୍ତାକଡ଼ରୁ ମିଳିଲା ମୃତଦେହ
ସେସଖାଲ ପୋଲିସ କରୁଛି ତଦନ୍ତ

Advertisment
Death OAPFJawan
Advertisment
Related Articles
Advertisment