Advertisment

Cyclone Montha: ଅଶାନ୍ତ ସମୁଦ୍ର, ଆଲର୍ଟରେ ଟିମ୍... ‘ମୋନ୍ଥା’ କୋପ ଦୃଷ୍ଟିରେ ଥିବା ୮ ଜିଲ୍ଲାରେ ପ୍ରସ୍ତୁତି

‘ମୋନ୍ଥା’ କୋପ ଦୃଷ୍ଟିରେ ଥିବା ୮ ଜିଲ୍ଲାରେ ପ୍ରସ୍ତୁତି। NDRF-ଓଡ୍ରାଫ୍ ଓ ଫାୟାର ଟିମ୍ ସଜାଗ। ଉପକୂଳ ୮ ଜିଲ୍ଲାର ୨ ଶହ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ। ଜିରୋ କାଜୁଆଲିଟି ଲକ୍ଷ୍ୟ।

author-image
Chinmayee Sahoo
cyclone

cyclone Photograph: (OTV)

ବାତ୍ୟାରେ ଅଧିକ ପ୍ରଭାବିତ ହେବା ଆଶଙ୍କା କରାଯାଉଥିବା ୫ ଜିଲ୍ଲା କୋରାପୁଟ, ମାଲକାନଗିରି, ଗଜପତି, କନ୍ଧମାଳ, ରାୟଗଡ଼ା ଜିଲ୍ଲାକୁ ଯାଇଛନ୍ତି NDRFର 5ଟି ଟିମ୍। ସମସ୍ତ ଅତ୍ୟାଧୁନିକ ସାଜ ଓ ସରଞ୍ଜାମ ସହ NDRF ଟିମକୁ ପ୍ରସ୍ତତ ରଖାଯାଇଛି। ସେହିଭଳି ବ୍ରହ୍ମପୁର RDC ସର୍କଲରେ ୧୨୩ ଅଗ୍ନିଶମ ଟିମ୍କୁ ସଜାଗ ଅଛନ୍ତି। କଟକ RDC ସର୍କଲରେ ବି ତୟାର ରହିଛନ୍ତି ୧୪୪ ଅଗ୍ନିଶମ ଟିମ୍। 

Advertisment

ଏହିସବୁ ଟିମ୍ ପାୱାର ବୋଟ, ରବର ବୋଟ, JCB, ଗଛ କଟା ଯନ୍ତ୍ର, ପାୱାର ଚେନ, ଟେଲିସକୋପିକ ଲାଇଟ ଆଦି ଉପକରଣ ସହ ଯେକୌଣସି ପରିସ୍ଥିତିର ମୁକିବାଲା କରିବାକୁ ପ୍ରସ୍ତୁତ ରହିଛନ୍ତି। ପୁରୀରେ ୧୦୦ ଲାଇଫଗାର୍ଡ ସହ ଗୋପାଳପୁରରେ ମଧ୍ୟ ଲାଇଫ ଗାର୍ଡ ମୁତୟନ ରହିଛନ୍ତି। 

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି 8 ଜିଲ୍ଲାରେ ୨୦୦ ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କ ଆଶ୍ରୟ ପାଇଁ ପ୍ରସ୍ତୁତି ସରିଛି। ଗଞ୍ଜାମ ଓ ଗଜପତି ଭଳି କିଛି ଜିଲ୍ଲାରେ ଗର୍ବଭତୀ ମହିଳା, ରୋଗୀ, ବୟସ୍କଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ଗଜପତି ଜିଲ୍ଲାରେ ୯୧ ଜଣ ଗର୍ଭବତୀଙ୍କ ସହ ୯୪୬ ଜଣ ଆଗୁଆ ବାତ୍ୟା ଆଶ୍ରୟସ୍ଥଳିକୁ ସ୍ଥାନାନ୍ତର ହୋଇଛନ୍ତି। 

Advertisment

ଏଣେ ମୋନ୍ଥା ପ୍ରଭାବରେ ରାଜ୍ୟର ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଦୃଷ୍ଟିରୁ ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଆଜିଠୁ ୩୦ ଯାଏଁ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ବନ୍ଦ ରହିବ ସ୍କୁଲ।

ରାଜଧାନୀ ଭୁବନେଶ୍ବରରେ ବି ମୋନ୍ଥାରୁ ମୁକାବିଲା ପାଇଁ ବିଏମସି କରିଛି ପ୍ରସ୍ତୁତି ବୈଠକ। ଭୁବନେଶ୍ବରରେ ୫୦ଟି ଆଶ୍ରୟସ୍ଥଳୀ ସାଙ୍ଗକୁ ସବୁ ସରକାରୀ ସ୍କୁଲକୁ ପ୍ରସ୍ତୁତ ରଖାଯାଇଛି। ତୁରନ୍ତ ଗଛ କଟାଯିବା ସହ ଜଳାର୍ଣ୍ଣବ ସ୍ଥିତିର ମୁକାବିଲା ପାଇଁ କର୍ମଚାରୀଙ୍କୁ ସଜାଗ ରଖାଯାଇଥିବା ମେୟର କହିଛନ୍ତି। ଆପଦକାଳୀନ ସମୟରେ ଲୋକେ ୧୯୨୯ ରେ କଲ୍ ସହ ସ୍ଥାନୀୟ କର୍ପୋରେଟରଙ୍କର ସହ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

Cyclone
Advertisment
Related Articles
Advertisment