Advertisment

Ayodhya Ram Temple: ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର , ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ

ଏହାରି ଭିତରେ ଆସନ୍ତା ନଭେମ୍ବର ୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଶିଖରରେ ଧର୍ମ ଧ୍ବଜା ସ୍ଥାପନ କରିବେ । ପ୍ରାଣ ପ୍ରତିଷ୍ଠା ପରେ ୫ ଦିନ ବ୍ୟାପୀ ହେବ ଧ୍ବଜାରୋହଣ ଉତ୍ସବ।

author-image
Manas Ranjan Mohanty
RAM-MANDIR

RAM-MANDIR Photograph: (OTV)

ଜାନୁୟାରୀ ୨୨, ୨୦୨୪। ଏକ ଚମତ୍କାର ଆଭା ନେଇ ଆସିଥିଲେ ସୂର୍ଯ୍ୟ। ଶ୍ରୀରାମ ଭକ୍ତଙ୍କ ପାଇଁ ଥିଲା ଐତିହାସିକ ଦିନ। ତମ୍ବୁ ଭିତରୁ ଭବ୍ୟ ମନ୍ଦିରକୁ ଆସିଥିଲେ ପ୍ରଭୁ ଶ୍ରୀରାମ। ବହୁ ପ୍ରତିକ୍ଷୀତ ଅଯୋଧ୍ୟା ରାମ ମନ୍ଦିର ସମସ୍ତଙ୍କ ପାଇଁ ଖୋଲିଥିଲା। ଶ୍ରଦ୍ଧାଳୁ କରିଥିଲେ ରାମଲାଲାଙ୍କ ଦିବ୍ୟ ଦର୍ଶନ। ଭକ୍ତଙ୍କ ଆତୁରତା ଦେଖି ମନ୍ଦିର ସିନା ସେତେବେଳେ ଖୋଲିଯାଇଥିଲା ହେଲେ ରହିଯାଇଥିଲା କିଛି ବକେୟା କାମ।

Advertisment

ଆଉ ବର୍ଷଟେ ନହେଉଣୁ ସମସ୍ତ କାର୍ଯ୍ୟ ଶେଷ ହୋଇଛି। ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ, ମୁଖ୍ୟ ମନ୍ଦିର ସହିତ ପ୍ରତ୍ୟକ୍ଷ ଭାବରେ ଜଡିତ ଥିବା ସମସ୍ତ କାର୍ଯ୍ୟ ଶେଷ ହୋଇଛି। ତେବେ ଭକ୍ତଙ୍କ ଦର୍ଶନକୁ ପ୍ରଭାବିତ ନକରିବା ଭଳି କିଛି କାର୍ଯ୍ୟ ଏବେ ବି ଚାଲୁ ରହିଛି ବୋଲି ସ୍ପଷ୍ଟ କରାଯାଇଛି। ଯେମିତିକି ସାଢେ ତିନି କିଲୋମିଟର ବାଉଣ୍ଡାରୀ ୱାଲ, ମନ୍ଦିର ଟ୍ରଷ୍ଟ ଅଫିସ, ଗେଷ୍ଟ ହାଉସ, ଅଡିଟୋରିୟମ ଭଳି କିଛି କାମ ଏବେବି ଚାଲୁ ରହିଛି। ତେବେ ଏହି ସମୟ ମଧ୍ୟରେ ୬ଟି ଛୋଟ ମନ୍ଦିର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।

ଭଗବାନ ଶିବ, ହନୁମାନ, ସୁର୍ଯ୍ୟଦେବ, ମା ଭଗବତୀ, ମା ଅନ୍ନପୂର୍ଣ୍ଣା, ଶେଷବତାର ମନ୍ଦର କାର୍ଯ୍ୟ ଶେଷ ହୋଇଛି। ଏ ସମସ୍ତ ମନ୍ଦିରରେ ଫ୍ଲାଗପୋଲ ସମେତ କଳସ ସ୍ଥାପନ ହୋଇସାରିଛି। ଏଥିସହ ୭ଟି ମଣ୍ଡପ ଯାହାକି ରାମ ମନ୍ଦିର ଡିଜାଇନରେ ସ୍ଥାନ ପାଇଥିଲା ତାହା ମଧ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ମହର୍ଷି ବାଲ୍ମିକି, ବଶିଷ୍ଠ, ବିଶ୍ବାମିତ୍ର, ମହର୍ଷି ଅଗସ୍ତ୍ୟ, ନିଷାଦରାଜ, ଶବରୀ, ଦେବୀ ଅହଲ୍ୟା ମଣ୍ଡପ କାମ ସରିଛି। ଏଥିସହ ସନ୍ଥ ତୁଳସୀ ଦାସ ମନ୍ଦିର ସହ ଜଟାୟୁ ଓ ଗୁଣ୍ଡୁଚିମୂଷା ପ୍ରତିମୂର୍ତ୍ତି ମଧ୍ୟ ପ୍ରତିଷ୍ଠା ହୋଇସାରିଛି। ଭକ୍ତଙ୍କ ସୁବିଧା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଆଯାଇଥିବା ସମସ୍ତ ପ୍ରକଳ୍ପ କାର୍ଯ୍ୟ ବି ଶେଷ ହୋଇଛି। 

ଏହାରି ଭିତରେ ଆସନ୍ତା ନଭେମ୍ବର ୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଶିଖରରେ ଧର୍ମ ଧ୍ବଜା ସ୍ଥାପନ କରିବେ । ପ୍ରାଣ ପ୍ରତିଷ୍ଠା ପରେ ୫ ଦିନ ବ୍ୟାପୀ ହେବ ଧ୍ବଜାରୋହଣ ଉତ୍ସବ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରଙ୍କ କହିବାନୁସାରେ, ଏହି ଧାର୍ମିକ କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗରୁ ପ୍ରତିନିଧିତ୍ବ କରୁଥିବା ପ୍ରାୟ ୬ ହଜାରରୁ ୮ ହଜାର ନିମନ୍ତ୍ରିତ ଅତିଥି ଯୋଗଦେବେ। 

ମନ୍ଦିର ଶିଖରରେ ୨୨ ଫୁଟ ଲମ୍ବ ଓ ୧୧ ଫୁଟ ଓସାରର ଧର୍ମ ଧ୍ବଜା ସ୍ଥାପନ କରାଯିବ। ଧ୍ବଜାରୋହଣ କାର୍ଯ୍ୟକ୍ରମ ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାପୂର୍ବରୁ ସମସ୍ତ ମନ୍ଦିର ସମ୍ପର୍କିତ କାର୍ଯ୍ୟ ଶେଷ ହୋଇଛି। 

Advertisment
Advertisment
Related Articles
Advertisment