/odishatv-khabar/media/media_files/2025/10/27/cm-2025-10-27-21-10-15.jpg)
CM Photograph: (OTV)
ମୁମ୍ବାଇରେ ଭାରତ ମାରିଟାଇମ ସପ୍ତାହ ୨୦୨୫ କାର୍ଯ୍ୟକ୍ରମରେ ଓଡ଼ିଶା ମଣ୍ଡପ ପରିଦର୍ଶନ କରି ଅସାଧାରଣ ସାମୁଦ୍ରିକ ଯାତ୍ରାର ପ୍ରଭାବଶାଳୀ ପ୍ରଦର୍ଶନ ଦେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଠାରେ ସମୁଦ୍ରରେ ବାଣିଜ୍ୟ ଓ ସାଂସ୍କୃତିକ ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରାଯାଉଥିବା ବେଳେ ଦେଶରେ ବିଶ୍ୱସ୍ତରୀୟ ବନ୍ଦର, ଦୃଢ଼ ଭିତ୍ତିଭୂମି ଏବଂ ବ୍ଲୁ ଇକୋନୋମିରେ ନିବେଶର ଚିତ୍ର ପ୍ରଦର୍ଶନ କରାଯାଇଛି। ଓଡ଼ିଶାର ପ୍ରଗତିଶୀଳ ଆଭିମୁଖ୍ୟ, ବନ୍ଦର ନୀତି ଏବଂ ସାମୁଦ୍ରିକ ବିକାଶ ପାଇଁ ରାଜ୍ୟକୁ ଭାରତର ପୂର୍ବ ସାମୁଦ୍ରିକ କରିଡରରେ ଏକ ଅଗ୍ରଣୀ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସାମୁଦ୍ରିକ ଐତିହ୍ୟର ଗୌରବକୁ ସମ୍ମାନ ଦେବା ସହ ଓଡ଼ିଶାର ଅର୍ଥନୀତି ପାଇଁ ଆଧୁନିକ ଏବଂ ବିଶ୍ୱସ୍ତରୀୟ ଭବିଷ୍ୟତ ଆଡ଼କୁ ଅଗ୍ରସର ହେବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି। ଏପଟେ ମୁମ୍ବାଇରେ ଭାରତ ସାମୁଦ୍ରିକ ସପ୍ତାହ ପାଳନ ଅବସରରେ ୫୦ ହଜାର କୋଟିର MOU ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। କ୍ରୁଜ୍ ଟର୍ମିନାଲ ପାଇଁ ଇଣ୍ଡିଆନ୍ ପୋର୍ଟ ଆସୋସିଏସନ୍ ଓ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ମଧ୍ୟ ଏହି MOU ସ୍ବାକ୍ଷରିତ ହୋଇଛି। ଏହା ବାଦ୍ ଆଉ ୪ଟି ଚୁକ୍ତି ମଧ୍ୟ ସ୍ବାକ୍ଷରିତ ହୋଇଛି।...
ଭାରତ ମାରିଟାଇମ ସପ୍ତାହ ୨୦୨୫ କାର୍ଯ୍ୟକ୍ରମ
ଓଡ଼ିଶା ମଣ୍ଡପ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ସାମୁଦ୍ରିକ ଯାତ୍ରାର ପ୍ରଭାବଶାଳୀ ପ୍ରଦର୍ଶନ ଦେଖିଲେ ମୁଖ୍ୟମନ୍ତ୍ରୀ
ସମୁଦ୍ରରେ ବାଣିଜ୍ୟ ଓ ସାଂସ୍କୃତିକ ଆଦାନ ପ୍ରଦାନକୁ ପ୍ରୋତ୍ସାହନ
ରାଜ୍ୟରେ ଏକାଧିକ ପ୍ରକଳ୍ପ ନେଇ ହେଲା MOU ସ୍ବାକ୍ଷର
Cyclone Montha: ଓଡ଼ିଶା ପାଇଁ ଭୟ ! ବଳ ଗୋଟାଇ ମାଡ଼ି ଆସୁଛି ମୋନ୍ଥା

Landslides In Odisha: ଅଧିକ ବର୍ଷା ଥିବାରୁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା, ସୂଚନା ଦେଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ

Panic Among Farmers: ମାଡ଼ି ଆସୁଛି ବାତ୍ୟା ମୋନ୍ଥା , ଅଧିକ ବର୍ଷା ହେଲେ....

Pregnant Woman Rescued: ଆରମ୍ଭ ହୋଇଯାଇଛି ପ୍ରବଳ ବର୍ଷା, ଗର୍ଭବତୀ ମହିଳାଙ୍କୁ ବୋଟରେ ଆଣିଲା ପ୍ରଶାସନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)