Advertisment

Puri Jagannath Temple : ଆଉ ଛିଡ଼ା ହେବେନି ଘଣ୍ଟା ଘଣ୍ଟା ! ଜଗା ଦର୍ଶନରେ ହେବନି କୌଣସି ଅସୁବିଧା

ଚକାଆଖିରେ ମିଶିବ ଭକ୍ତର ଆଖି । ଜଗା ଦର୍ଶନରେ ହେବନି କୌଣସି ଅସୁବିଧା ! ନାଟମଣ୍ଡପରେ ଭକ୍ତଙ୍କ ପାଇଁ ରାମ୍ପ ବ୍ୟବସ୍ଥା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୁଇ ପ୍ରକାରର ବ୍ୟବସ୍ଥା ରହିଛି ।

author-image
Manas Ranjan Mohanty
Puri-Ramp-Darshan

Puri-Ramp-Darshan Photograph: (OTV)

ଚକାଆଖିରେ ମିଶିବ ଭକ୍ତର ଆଖି । ଜଗା ଦର୍ଶନରେ ହେବନି କୌଣସି ଅସୁବିଧା ! ନାଟମଣ୍ଡପରେ ଭକ୍ତଙ୍କ ପାଇଁ ରାମ୍ପ ବ୍ୟବସ୍ଥା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୁଇ ପ୍ରକାରର ବ୍ୟବସ୍ଥା ରହିଛି । ଗୋଟିଏ ଦିନରେ ଭିତର କାଠ ଦର୍ଶନ ବ୍ୟବସ୍ଥା ୬ଥର ରହିଥିବାବେଳେ, ପରବର୍ତ୍ତୀ ସମୟରେ ନାଟମଣ୍ଡପରେ ବାହାରକାଠ ଦର୍ଶନ ବ୍ୟବସ୍ଥା କରାଯାଉଛି । ହେଲେ ଏହି ସମୟରେ ଭକ୍ତଙ୍କ ଭିଡ଼ ଯୋଗୁ ଠେଲାପେଲା ସ୍ଥିତି ଉପୁଜୁଛି । ତେଣୁ ଶୃଙ୍ଖଳିତ ଦର୍ଶନ ପାଇଁ ନାଟମଣ୍ଡପରେ ପରୀକ୍ଷା ମୂଳକ ଭାବେ ରାମ୍ପ ବ୍ୟବସ୍ଥା କରୁଛି ପ୍ରଶାସନ । ହେଲେ ଏହାକୁ କିଛି ଭକ୍ତ ସମର୍ଥନ କରୁଥିବା ବେଳେ କିଛି ଭକ୍ତ ନାପସନ୍ଦ କରିଛନ୍ତି । 

Advertisment

କୋଟି ଓଡ଼ିଆର ମଉଡ଼ମଣି, ଓଡ଼ିଆ ଜାତିର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ । ତାଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ରାମ୍ପ ବ୍ୟବସ୍ଥା କରିବାକୁ ଯାଉଛି । ତେଣୁ ରାମ୍ପ ନିର୍ମାଣ ଚାଲିଥିବାବେଳେ, ଅନୁଧ୍ୟାନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟ । ରାମ୍ପର ନିର୍ମାଣକୁ ଦେଖିବା ପରେ ଡିଜାଇନ ଆମୁଳଚୂଳ ପରିବର୍ତ୍ତନ ଆବଶ୍ୟକ ଥିବା କହିବା ସହ ଏହାକୁ ଛୋଟ ଛୋଟ କରିବାକୁ କହିଛନ୍ତି । ଯାହାଦ୍ବାରା ରାମ୍ପ ଗୁଡ଼ିକୁ ଖୁବଶୀଘ୍ର ସଜଡ଼ା ଯାଇପାରିବ। ପ୍ରଶାସନର ଏହି ବ୍ୟବସ୍ଥାକୁ ସରକାର ସମର୍ଥନ ଜଣାଇଛନ୍ତି । 

ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ ନେଇ ଅନେକ ସମୟରେ ବିଳମ୍ବ ହୋଇଛି । ମହାପ୍ରଭୁଙ୍କ ନିକଟରେ ଭକ୍ତଟିଏକୁ ପହଞ୍ଚାଇବାକୁ ସେବାୟତ ଓ ପୋଲିସ କର୍ମଚାରୀମାନେ ଟଙ୍କା ନେଉଥିବା ଅଭିଯୋଗ ଆସିଛି । ତେଣୁ ଭକ୍ତଙ୍କ ଶାନ୍ତିଶୃଙ୍ଖଳା ନିମନ୍ତେ ପରୀକ୍ଷା ମୂଳକ ଭାବେ ରାମ୍ପ ବ୍ୟବସ୍ଥା କରିବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ । 

Advertisment
Related Articles
Advertisment