Advertisment

PUCC Deadline Extended: ଲଗାନ୍ତୁନି ଗହଳି , ପଲ୍ୟୁସନ ସାର୍ଟିଫିକେଟ ପାଇଁ ନୋ ଟେନସନ୍

ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ବସ୍ତି । ପଲ୍ୟୁସନ ସାର୍ଟିଫିକେଟ ନଥିଲେ ବି ମିଳିବ ପେଟ୍ରୋଲ୍ ! ମାସେ ବଢ଼ିଲା PUCC ଅବଧି । ଜାନୁଆରୀ ପରିବର୍ତ୍ତେ ଫେବ୍ରୁଆରୀ ପହିଲାରୁ ଯାଞ୍ଚ ।

author-image
OTV Bureau
Bibhuti-Jena-on-Pollution-Certificate

Bibhuti-Jena-on-Pollution-Certificate Photograph: (OTV)

ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ବସ୍ତି । ପଲ୍ୟୁସନ ସାର୍ଟିଫିକେଟ ନଥିଲେ ବି ମିଳିବ ପେଟ୍ରୋଲ୍ ! ମାସେ ବଢ଼ିଲା PUCC ଅବଧି । ଜାନୁଆରୀ ପରିବର୍ତ୍ତେ ଫେବ୍ରୁଆରୀ ପହିଲାରୁ ଯାଞ୍ଚ । ଗାଡ଼ିର ବୈଧ କାଗଜପତ୍ର କରାଇବା ଅବଧିକୁ ଆହୁରି ମାସେ ବଢ଼ାଛନ୍ତି ରାଜ୍ୟ ସରକାର ।  ଜାନୁଆରୀ ୧ ପରିବର୍ତ୍ତେ ଫେବ୍ରୁଆରୀ ପହିଲାରୁ ଗାଡ଼ି ଗୁଡ଼ିକୁ କଡ଼ାକଡ଼ି ଯାଞ୍ଚ କରାଯିବ । ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ କହିବା ଅନୁସାରେ ଏହି ମାସେ ଅବଧି ମଧ୍ୟରେ RC, ଫିଟନେସ୍‌, PUCC, ବୀମା ଆଦି କରାଇ ନିଅନ୍ତୁ । ବର୍ଦ୍ଧିତ ସମୟ ମଧ୍ୟରେ PUCC କରାଇନେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି । ଫେବ୍ରୁଆରୀ ୧ ପୂର୍ବରୁ PUCC ପାଇଁ ଲୋକଙ୍କୁ ପେଟ୍ରୋଲ ମନା କରାଯାଇ ପାରିବନି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । 

Advertisment



ପଲ୍ୟୁସନ ସାର୍ଟିଫିକେଟକୁ ନେଇ କଡ଼ା ଅଭିମୁଖ୍ୟ ଆପଣାଇଥିଲେ ରାଜ୍ୟ ସରକାର । ଏମିତିକି, PUCC ନଥିଲେ ପେଟ୍ରୋଲ ମନା, ତା’ ସାଙ୍ଗକୁ ୧୦ ହଜାର ଫାଇନ୍ ବୋଲି କୁହାଯାଇଥିଲା । ନୂଆବର୍ଷରୁ ଗାଡ଼ି ପଲ୍ୟୁସନ ଚେକିଂ କଡ଼ାକଡ଼ି ହେବ ଶୁଣି ଟେଷ୍ଟିଂ ସେଣ୍ଟର ନିକଟରେ ଶହଶହ ଲୋକଙ୍କ ଭିଡ଼ ଲାଗିଥିଲା । ସାଧାରଣ ଲୋକେ ନାହିଁ ନଥିବାର ହଇରାଣ ହୋଇଥିଲେ । ଏମିତି କି, ଅନେକ ଗାଡ଼ି ମାଲିକଙ୍କ ମୋବାଇଲ୍ ନମ୍ବର ଲିଙ୍କରେ ଭୁଲ୍ ଥିବାରୁ ସାର୍ଟିଫିକେଟ୍ ମିଳିବାରେ ସମସ୍ୟା ହୋଇଥିଲା । ଖାଲି ସେତିକି ନୁହେଁ, ପୂର୍ବରୁ କୌଣସି ଫାଇନ୍ ଥିଲେ ବି ପ୍ରମାଣପତ୍ର ମିଳୁନଥିଲା । ତେଣୁ ପଲ୍ୟୁସନ ପାଇଁ ୧୦ ହଜାର ଫାଇନ୍ ନିଷ୍ପତ୍ତିକୁ ଜନତା ନାପସନ୍ଦ କରିଥିଲେ । ଆଉ ଏସବୁ ଭିତରେ କିଛି ଗାଡ଼ି ମାଲିକଙ୍କୁ ଫେକ୍ ଗାଡ଼ି ନମ୍ବରରୁ ମୋଟା ଅଙ୍କର ଜରିମାନା ଆସିଥିବା ଘଟଣା ବି ସମସ୍ତଙ୍କୁ ଆଚମ୍ବିତ କରିଥିଲା । ଯାହକୁ ଦୃଷ୍ଟିରେ ରଖି ସରକାର ନିଜର ନିଷ୍ପତ୍ତିରେ ପରିବର୍ତ୍ତନ ଆଣିଛନ୍ତି । 

ମାସେ ବଢ଼ିଛି PUCC ଅବଧି । ସାଧାରଣ ଜନତାଟିଏ ପାଇଁ ଆଶ୍ବସ୍ତି ଆଣିଛନ୍ତି ରାଜ୍ୟ ସରକାର । ହେଲେ ଲୋକଙ୍କ ସୁବିଧା ପାଇଁ ଏହି ସମୟ ଅବଧି ମଧ୍ୟରେ ଟେଷ୍ଟିଂ ସେଣ୍ଟର ଗୁଡ଼ିକରେ ବିଶେଷ ସୁବିଧ ଯୋଗାଇ ଦେବାର ଆବଶ୍ୟକତା ରହିଛି ବୋଲି ସାଧାରଣ ଲୋକେ ଦା‍ବି କରିଛନ୍ତି । 

Advertisment
Related Articles
Advertisment