/odishatv-khabar/media/media_files/2025/12/24/human-sagar-2025-12-24-15-45-37.jpg)
HUMAN-SAGAR Photograph: (OTV)
ଦରକାର ପଡ଼ିଲେ ଖୋଳାଯିବ ହ୍ୟୁମାନଙ୍କ କବର୍। ଇମୋସନାଲ୍ ସିଙ୍ଗର୍ ହ୍ୟୁମାନ ସାଗରଙ୍କ ଅକାଳ ମୃତ୍ୟୁକୁ ମାସେ ବିତି ଯାଇଥିଲେ ବି ଏହାକୁ ନେଇ ଚର୍ଚ୍ଚା ଥମିନି। ମ୍ୟାନେଜର୍ ଇସ୍ୟୁ, ଲେଡି କୋ ସିଙ୍ଗରଙ୍କ ଲିଙ୍କ୍ ଆଉ ପତ୍ନୀଙ୍କ ସହ ବିବାଦ, ଏଭଳି ଏକାଧିକ ଟେନସନ ବୁଢ଼ିଆଣି ଜାଲ ପରି ଛନ୍ଦି ହୋଇଥିବା ବେଳେ ହ୍ୟୁମାନଙ୍କ ମା ଗତ ୨୧ ତାରିଖରେ କଟକ ମର୍କତନଗର ଥାନାରେ ଏତଲା ଦେଇଛନ୍ତି। ଏତଲାରେ ଏ ଏକାଧିକ ନାଁ ଲେଖିଛନ୍ତି। ଆଉ ଏହି ଏତଲାକୁ ଭିତ୍ତିକରି ପୋଲିସ୍ କାମ ଆରମ୍ଭ କରି ଦେଇଥିବା ବେଳେ ଆଇନଜୀବୀ କହିଲେଣି, ଦରକାର ପଡ଼ିଲେ ଅଧିକ ତଦନ୍ତ ପାଇଁ କବର୍ ଭିତରୁ ବାହାରି ପାରନ୍ତି ହ୍ୟୁମାନ ସାଗର। ଅତି ଆବଶ୍ୟକ ପଡ଼ିଲେ ମାଜିଷ୍ଟ୍ରେଙ୍କ ଉପସ୍ଥିତିରେ ଖୋଳାଯିବ କବର୍।
ଓଡ଼ିଆ ସଙ୍ଗୀତ ଜଗତର ଜଣେ ବିଚକ୍ଷଣ ପ୍ରତିଭା ଥିଲେ ହ୍ୟୁମାନ ସାଗର। ଖୁବ୍ କମ ବୟସରେ ଚର୍ଚ୍ଚାକୁ ଆସିଥିଲେ, ଆଉ ଖୁବ୍ କମଦିନରେ ବିଦାୟ ନେଇଗଲୋ। ହ୍ୟୁମାନ ପ୍ରେମୀ କହୁଥିଲେ ଏହାକଣ ବିଦାୟ ନେବାର ଗୋଟେ ବୟସ? ଲୋକଙ୍କ ଇମୋସନ୍ ଆଉ ହ୍ୟୁମାନଙ୍କ ଜୀବନର ଏକାଧିକ ଟ୍ରାଜେଡି ପାଇଁ ଏ ଘଟଣାର ସଠିକ୍ ତଦନ୍ତ ସମସ୍ତେ ଆଶା କରୁଛନ୍ତି। ଯଦି ଶତକୁ ଶତ ହ୍ୟୁମାନ ସାଗରଙ୍କ କବର ଖୋଳାଯାଏ ତାହାଲେ କଣ ହେବ? ଆହୁରି କିଛି ରୋଚକ ସତ୍ୟ ସାମ୍ନାକୁ ଆସିବ କି?
Bangladesh Protests Highlights: ଭୟଙ୍କର ରୂପ ନେଉଛି ହିଂସାକାଣ୍ଡ: ବିପଦରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଜୀବନ

BlueBird Block-2 mission: ଇତିହାସ ରଚିଲା ଇସ୍ରୋ; ମହାକାଶ ଗଲା ବ୍ଲୁ ବର୍ଡ ବ୍ଲକ-2

Rape And Murder Allegation: ଦୁଷ୍କର୍ମ ପରେ ନାବାଳିକାକୁ ହତ୍ୟା; ସାଇଣ୍ଟିଫିକ୍ ଟିମ୍ର ଛାନଭିନ୍ ଜାରି

Turkey Plane Crash: ବିମାନ ଦୁର୍ଘଟଣା; ୪ ସୈନ୍ୟ ଅଧିକାରୀଙ୍କ ସହ ଆର୍ମି ଚିଫ୍ ମୃତ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)