/odishatv-khabar/media/media_files/2025/12/13/mla-salary-2025-12-13-21-07-32.jpg)
MLA-SALARY Photograph: (OTV)
ବିଧାୟକଙ୍କ ସାଢ଼େ ୩ ଗୁଣା ଦରମା ବୃଦ୍ଧିକୁ ନେଇ ତେଜୁଛି ଅସନ୍ତୋଷ । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ । ବରଗଡ଼ରେ ତ ମିଠା ବାଣ୍ଟି ପ୍ରତୀକାତ୍ମକ ବିରୋଧ କରିଛନ୍ତି ଚାଷୀ । ଶ୍ରମିକ ଶ୍ରେଣୀ ମଧ୍ୟ ସରକାରଙ୍କ ନିଷ୍ପତ୍ତିରେ ଖପ୍ପା । ଏମଏଏଲଙ୍କ ଦରମା ବୃଦ୍ଧି ସାମାଜିକ ଅସନ୍ତୁଳନ ସୃଷ୍ଟି କରିପାରେ ବୋଲି କହିଛନ୍ତି ସାମାଜିକ କର୍ମୀ । ଏହାରି ଭିତରେ ଦରମା ବଢିବା ସପକ୍ଷରେ ପୁଣି ଯୁକ୍ତି ବାଢିଛନ୍ତି ଜନପ୍ରତିନିଧି । ...
ବିଧାୟକଙ୍କ ଦରମା ବଢିଲା, ମିଠା ବାଣ୍ଟିଲା ଚଷା ପୁଅ। ବିଧାୟକଙ୍କ ୩ଗୁଣା ବର୍ଦ୍ଧିତ ଦରମାକୁ ନେଇ ରାସ୍ତା ଘାଟ, ଅଫିସ୍ ବଜାରରେ ମିଠା ବାଣ୍ଟୁଛି ଚାଷୀ। ଏ ହେଉଛି ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲା ପଦମପୁରର। ଯେଉଁଠି ଚାଷୀ ମିଠା ଖୁସିରେ ନୁହେଁ ବରଂ ପ୍ରତୀକାତ୍ମକ ବିରୋଧ କରି ବାଣ୍ଟୁଛି। ମଣ୍ଡିରେ ଧାନ କଟନୀ ଛଟନୀ ଯୋଗୁ ଚାଷୀ କୂଳ ହନ୍ତସନ୍ତ ହେଉଛି। ଅନ୍ନଦାତାଙ୍କ ଆର୍ଥିକ ଅବସ୍ଥା କେମିତି ସୁଧୁରିବ ସେ ଚିନ୍ତା ଜନପ୍ରତିନିଧି ମାନେ ନକରି ନିଜ ଦରମା ବଢାଇବା ଦୁର୍ଭାଗ୍ୟଜନକ ବୋଲି ଚାଷୀ କହିଛି। ସେପଟେ ଶ୍ରମିକ ଶ୍ରେଣୀ ମଧ୍ୟ ସରକାରଙ୍କ ଏହି ନିଷ୍ପତ୍ତିରେ ପୂରା ଅସନ୍ତୋଷ। କିନ୍ତୁ କରିବେ ବା କଣ, କାରଣ ଆଇନ ତିଆରି କରିବା ଅଧିକାର ଏମାନଙ୍କ ହାତରେ ନାହିଁ। ଯାହାକୁ ଭରସା କରି ଭୋଟ୍ ଦେଇଥିଲେ ଏବେ ସେହି ବାଡ, ଫସଲ ଖାଇଛି।...
ସାମାଜିକ ଅସନ୍ତୁଳନ ସୃଷ୍ଟି କରିପାରେ କହୁଛନ୍ତି ସାମାଜିକ କର୍ମୀ
ରାଜ୍ୟ ଗରିବ, କିନ୍ତୁ ବିଧାୟକ ଦେଶରେ ସବୁଠୁ ଅଧିକ ଧନୀ। ଯାହାକୁ ନେଇ ସାମାଜିକ କର୍ମୀ ମାନେ ଉଦବେଗ ପ୍ରକାଶ କରିଛନ୍ତି। ତଥ୍ୟ ଅନୁଯାୟୀ ୨୦୨୫-୨୬ ଆର୍ଥିକ ବର୍ଷରେ ଓଡିଶାର ବାର୍ଷିକ ମୁଣ୍ଡପିଛା ଆୟ ହେଉଛି ପ୍ରାୟ ଦୁଇ ଲକ୍ଷ ୨୬ ହଜାର। ଅର୍ଥାତ ଦିନକୁ ଓଡିଶାର ମୁଣ୍ଡପିଛା ଆୟ ପ୍ରାୟ ୬୨୮ ଟଙ୍କା। କିନ୍ତୁ ବିଧାୟକଙ୍କ ମାସକୁ ଦରମା ତିନି ଲକ୍ଷ ୪୫ ହଜାର ହେବା ପରେ ବାର୍ଷିକ ଆୟ ହୋଇଛି ୪୧ ଲକ୍ଷ ୪୦ ହଜାର ଟଙ୍କା। ଦିନକୁ ବିଧାୟକଙ୍କ ଆୟ ୧୧ ହଜାର ୫ ଶହ ଟଙ୍କା। ଯାହାକି ସାମାଜିକ ଅସନ୍ତୁଳନ ସୃଷ୍ଟି କରୁଥିବା ନେଇ ଚିନ୍ତା ପ୍ରକାଶ କରିଛନ୍ତି ସାମାଜିକ କର୍ମୀ। ସେପଟେ ଯୁବ କଂଗ୍ରେସ ଆଜି ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କରି ବିଧାୟକଙ୍କ ଦରମା ବୃଦ୍ଧିକୁ ଘୋର ବିରୋଧ କରିଛି। ବିଧାୟକଙ୍କ ଅହେତୁକ ଦରମା ବୃଦ୍ଧି ରାଜକୋଷକୁ ଦୁର୍ବଳ କରିବ ବୋଲି ଯୁବ କଂଗ୍ରେସ ନେତା ସ୍ମୃତି ରଞ୍ଜନ ଲେଙ୍କା କହିଛନ୍ତି।…
ବିଧାୟକଙ୍କ ମୋଟା ଅଙ୍କର ଦରମା ସାଧାରଣରେ ଚକ୍ଷୁଶୂଳ ପାଲଟିଛି। ଅନ୍ୟପଟେ ବିଧାୟକଙ୍କ ଦରମା ବୃଦ୍ଧିକୁ ଯୁକ୍ତି ସଙ୍ଗତ ବୋଲି କହିଛନ୍ତି ଖୋଦ ଜନପ୍ରତିନିଧି। ନିର୍ବାଚନ ମଣ୍ଡଳୀରେ ଖର୍ଚ୍ଚକୁ ଦେଖି ସରକାର ଏହାକୁ ବଢାଇଛନ୍ତି। ମାତ୍ର ବର୍ଦ୍ଧିତ ଦରମା କିନ୍ତୁ ଯଥେଷ୍ଟ ନୁହେଁ ବୋଲି କିଛି ବିଧାୟକ କହିଛନ୍ତି।…
ଆଇନ ପ୍ରଣେତାମାନେ ନିଜ ବର୍ଦ୍ଧିତ ଦରମା ସପକ୍ଷରେ ଯୁକ୍ତି ପରେ ଯୁକ୍ତି ବାଢୁଥିବାବେଳେ ପ୍ରକୃତରେ ଏହି ଦରମା ଅର୍ଥ ସାଧାରଣ ଲୋକଙ୍କୁ କେତେ ସହଯୋଗ କରୁଛି ତା ଉପରେ ନଜର।...
Football Frenzy Turns Violent: ଫୁଟବଲ୍ ଲିଜେଣ୍ଡ ମେସୀଙ୍କ ପାଇଁ ମହାଭାରତ, କୋଲକାତା ସଲ୍ଟ ଲେକ୍ ଷ୍ଟାଡିୟମ୍ ପାଲଟିଲା ରଣକ୍ଷେତ୍ର

Student Death Row: କିଟ୍ ପରେ ଛାତ୍ର ମୃତ୍ୟୁକୁ ନେଇ ଅଡୁଆରେ କିସ୍, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

Political Earthquake in Kerala: କେରଳ ନିର୍ବାଚନରେ ସବୁ ଓଲଟପାଲଟ, ଶଶି ଥରୁରଙ୍କ ଗଡ଼ରେ ଉଡ଼ିଲା ବିଜେପି ପତାକା

From Frenzy to Fury: ମେସିଙ୍କୁ ନେଇ କୋଲକାତାରେ ଗଣ୍ଡଗୋଳ, ନିୟନ୍ତ୍ରଣ ବାହାରକୁ ଚାଲିଗଲା ସ୍ଥିତି

Power vs People: ସାଢ଼େ ୩ ଲକ୍ଷ ଦରମାରେ ସନ୍ତୁଷ୍ଟ ନୁହଁନ୍ତି ମନ୍ତ୍ରୀ ଓ ବିଧାୟକ, ଜନତାଙ୍କ ମତ କିନ୍ତୁ…

KISS in the Dock: କିଟ୍ ପରେ କିସ୍ ମୁଣ୍ଡରେ ଲାଗିଛି କଳଙ୍କ, ନବମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ପରେ ହତ୍ୟା ଅଭିଯୋଗ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)