/odishatv-khabar/media/media_files/2025/12/18/tata-security-2025-12-18-20-20-19.jpg)
TATA-SECURITY Photograph: (OTV)
ତେଜୁଛି ବିଦ୍ୟୁତ୍ ବିଦ୍ରୋହ। ରାଜ୍ୟବ୍ୟାପୀ ଟାଟା ପାୱାର ମନମାନି ନେଇ ବିକ୍ଷୋଭ। OERCର ସ୍ପଷ୍ଟୀକରଣ ନେଇ ଉଠିଲା ଦାବି। ଏଡିସନାଲ ସିକ୍ୟୁରିଟ୍ ଡିପୋଜିଟ୍ ବା ଅତିରିକ୍ତ ସୁରକ୍ଷା ଜମା ଦେୟ ପୈଠ ନକରିବାକୁ ବିଦ୍ୟୁତ୍ ମହାସଂଘର ଡାକରା। ରାଜ୍ୟ ତମାମ ବିକ୍ଷୋଭ ଓ ପ୍ରତିବାଦ ତେଜୁଛି। ସାଲେପୁର ବିଦ୍ୟୁତ୍ ଉପଭୋକ୍ତା ସଂଘ ପକ୍ଷରୁ ବିଦ୍ୟୁତ୍ ବିଭାଗର ଜୁଲମ୍ ଓ ଅତିରିକ୍ତ ସୁରକ୍ଷା ଜମା ରାଶି ବିରୁଦ୍ଧରେ ସାଲେପୁର ବିଦ୍ୟୁତ୍ ଡିଭିଜନ ସମୁଖ ରେ ପ୍ରତିବାଦ ସଭା କରାଯାଇଛି। ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍- TPCODL ବିରୁଦ୍ଧରେ ଗର୍ଜିଛି ବିଦ୍ୟୁତ୍ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି। ଆନ୍ଦୋଳନକୁ ଜିଲ୍ଲା ଓକିଲ ସଂଘ ସମର୍ଥନ ମଧ୍ୟ କରିଛି। ପୁରୀରେ ମଧ୍ୟ ଜିଲ୍ଲା ଓକିଲ ସଂଘ ପକ୍ଷରୁ TPCODLର ଅତିରିକ୍ତ ସୁରକ୍ଷା ଜମା ରାଶି ଓ ସ୍ମାର୍ଟ ମିଟର ବିରୋଧରେ ପ୍ରତିବାଦ କରାଯାଇଛି। ଶତାଧିକ ଆଇନଜୀବୀ ବାର ଆସୋସିଏସନଠାରୁ TPCODL କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ଘେରାଉ କରିଥିଲେ। ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ଅତ୍ୟାଚାରକୁ ବିରୋଧ କରି ଗ୍ରାହକମାନଙ୍କ ସମର୍ଥନ ଲୋଡିଛି ସଂଘ।
ସେପଟେ ଭୁବନେଶ୍ବର TPCODL କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବଡ ବିକ୍ଷୋଭ। ଟାଟା ପାୱାର ର ଅତିରିକ୍ତ ସୁରକ୍ଷା ଜମା ନୋଟିସ୍ ପ୍ରତ୍ୟାହାର ଏବଂ ସ୍ମାର୍ଟ ମିଟର ପ୍ରତ୍ୟାହାର ଦାବିରେ ବିକ୍ଷୋଭ ଦଳ ବିକ୍ଷୋଭ କରିଛି। ଏହି ଅବସରରେ ସ୍ମାର୍ଟ ମିଟର ଭାଙ୍ଗି ପ୍ରତିବାଦ କରିଛି ଦଳ। ବିଜେଡିର ଏହି ବିକ୍ଷୋଭକୁ ନେଇ ବିଜେପି କହିଛି ଯାହା ବିରୋଧରେ ଆନ୍ଦୋଳନ କରୁଛନ୍ତି, ତାହାର ସ୍ରଷ୍ଟା ହେଉଛି ବିଜେଡି ଓ ନିଜେ ନବୀନ ପଟ୍ଟନାୟକ । କେବଳ ରାଜନୀତି କରିବାକୁ ବିରୋଧୀ ଦଳ ବିକ୍ଷୋଭ କରୁଛି ।
ଅତିରିକ୍ତ ସୁରକ୍ଷା ଜମା ଓ ସ୍ମାର୍ଟ ମିଟରକୁ ନେଇ ରାଜ୍ୟ ଜଳୁଥିବା ବେଳେ ନିଜ ଉପରୁ କିନ୍ତୁ ଦୋଷ ଛଡାଇ ଦେଇଚି ଟାଟା ପାୱାର। ଆଜି 4 ଟି ଡିସ୍କମ ର ଅଧିକାରୀମାନେ ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟୀକରଣ ଦେଇଛନ୍ତି। ଟାଟା ପକ୍ଷରୁ କୁହାଯାଇଛି, ଆଡିସିନାଲ ସିକ୍ୟୁରିଟି ଡିପୋଜିଟ କିଛି ନୂଆ କଥା ନୁହେଁ, ଏହା ପୂର୍ବରୁ ମଧ୍ୟ ଥିଲା । ଇଲେକଟ୍ରିସିଟି ଆକ୍ଟ 2003 ନିୟମ ଅନୁସାରେ ଆମେ ସବୁ କାମ କରୁଛୁ, ଏହା ଏକ ରେଗୁଲେଟେଡ ବିଜନେସ, ବିଦ୍ୟୁତ ବିଲ ,କନେକ୍ସନ, ଚାର୍ଜେସ ସବୁ ରେଗୁଲେଟେଡ। ଯେଉଁ ସିକ୍ୟୁରିଟି ଡିପୋଜିଟ ନିଆ ଯାଉଛି ତାହା ଉପରେ କ୍ରେଡିଟ ଇଣ୍ଟରେଷ୍ଟ ମଧ୍ୟ ଦିଆ ଯାଉଛି। ସ୍ମାର୍ଟ ମିଟର ସମ୍ପୂର୍ଣ ସଠିକ ରିଡିଙ୍ଗ ନେଉଛି। ଯାହା ପୁରୁଣା ମିଟର ରିଡିଙ୍ଗ ନେଉଥିଲା ସ୍ମାର୍ଟ ମିଟର ସମାନ ଢଙ୍ଗରେ କାମ କରୁଛି । ଅଧିକ ଟଙ୍କା ଆସିବା ଏକ ଭ୍ରମ।
ଏବେ ଦେଖିବାର କଥା ବିଦ୍ୟୁତ ଉପଭୋକ୍ତାଙ୍କ ଅସନ୍ତୋଷ ତୀବ୍ର ହେଉଥିବାରୁ OERC ଏବାବଦରେ କି ଠୋସ ନିଷ୍ପତି ନେଉଛନ୍ତି।
PF Withdrawal Goes Easy: କର୍ମଚାରୀଙ୍କ ପାଇଁ ଖୁସି ଖବର, ଏଣିକି ଏଟିଏମ୍ରୁ ଉଠିବ ପିଏଫ୍ ଟଙ୍କା

How Rural Workers Get Paid: ୧୨୫ ଦିନ କାମ ଦେବାକୁ ଗ୍ୟାରେଣ୍ଟି , ବେକାରୀ ଭତ୍ତା ମିଳିବା ନେଇ ପ୍ରସ୍ତାବ

Mastermind Joker Happy: ପୋଲିସ କବଜାରେ ଜହ୍ଲାଦ , ଧଉଳି ଦୟାନଦୀ ପଠାରେ ଗଣଦୁଷ୍କର୍ମର ମୁଖ୍ୟ ଖଳନାୟକ

Migrant Labour Horror: ଦାଦନ ଖଟିବାକୁ ଯାଇ ଅଖିବୁଜିଲା ଭେଣ୍ଡିଆ ପୁଅ, ପରିବାର ଲୋକଙ୍କ ଆଖିରୁ ଶୁଖୁନି ଲୁହ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)