Advertisment

Privilege Notice Issued to Cuttack Collector: କଟକ ଜିଲ୍ଲାପାଳଙ୍କ ପାଇଁ ବଢିଲା ଅଡ଼ୁଆ, ସ୍ୱାଧିକାର ଭଙ୍ଗ ନୋଟିସ୍ ଜାରି

କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ୍ ଜାରି କରିଛନ୍ତି ରାଜ୍ୟସଭା ସଚିବାଳୟ ନିର୍ଦ୍ଦେଶକ। ଦେବାଶିଷ ସାମନ୍ତରାୟଙ୍କ ଲିଖିତ ଅଭିଯୋଗକୁ ଗ୍ରହଣ କରି ନୋଟିସ।

author-image
Chinmayee Sahoo
Cuttack Collector

Cuttack Collector Photograph: (OTV)

କଟକ ଜିଲ୍ଲାପାଳଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ୍। ରାଜ୍ୟସଭା ସଚିବାଳୟ ନିର୍ଦ୍ଦେଶକଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି। କେନ୍ଦ୍ର ପର୍ସନେଲ, ପବ୍ଲିକ ଗ୍ରୀଭାନ୍ସ, ପେନସନ ବିଭାଗ ମନ୍ତ୍ରଳାୟ ବିଭାଗ ଜରିଆରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେଙ୍କୁ ନୋଟିସ୍ ଜାରି କରାଯାଇଛି। 

Advertisment

ଦେବାଶିଷ ସାମନ୍ତରାୟଙ୍କ ସହ ଅନ୍ୟ ବିଜେଡି ସାଂସଦଙ୍କ ପକ୍ଷରୁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଦିଆଯାଇଥିବା ଲିଖିତ ଅଭିଯୋଗକୁ ଗ୍ରହଣ କରି ନୋଟିସ ଜାରି କରାଯାଇଛି। ଜାନୁଆରି ୨୩ ତାରିଖରେ କଟକ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଆମନ୍ତ୍ରଣ କରାଯାଇନଥିଲା। 

କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ୍ ମୁଖ ଅତିଥି ଭାବେ ଯୋଗଦେଇଥିଲେ। ଦେବାଶିଷ ଅଭିଯୋଗ କରିଥିଲେ କେଉଁ ଆଧାରରେ ଜିଲ୍ଲାପାଳ ମୋତେ ନିମନ୍ତ୍ରଣ କରିନାହାଁନ୍ତି ଏହା ରାଜ୍ୟସଭା ପାଇଁ ଅପମାନ। କଟକ ଜିଲ୍ଲାପାଳଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଜାରି ପାଇଁ ଦାବି କରିଥିଲେ।

Advertisment

Cuttack Collector Privilege Notice
Advertisment
Related Articles
Advertisment