/odishatv-khabar/media/media_files/2026/02/14/youth-stabbed-2026-02-14-10-23-08.jpg)
Youth Stabbed Photograph: (OTV)
ପୂର୍ବ ଶତ୍ରୁତାରୁ ଛୁରା ମାଡ଼। ପେଟରେ ଆର ପାର ହୋଇଗଲା ଛୁରୀ। ବିଳମ୍ବିତ ରାତିରେ ଉଦ୍ଧାର କଲେ ଗ୍ରାମବାସୀ। ଘରକୁ ରାସନ ସାମଗ୍ରୀ ନେଇ ଫେରୁଥିବା ବେଳେ ଢେଙ୍କାନାଳ ଭୁବନ ଥାନା ରୋଡଙ୍ଗ ଗ୍ରାମର ଯୁବକ ଚନ୍ଦନ ମଳିକଙ୍କୁ କିଛି ଯୁବକ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ ।
Advertisment
ଧାରୁଆ ଛୁରୀ ଏବଂ ଠେଙ୍ଗାରେ ଆକ୍ରମଣ କରିଥିଲେ। ପୁରୁଷୋତ୍ତମପୁର ଓଡିଶା ଆଦର୍ଶ ବିଦ୍ୟାଳୟ ନିକଟରେ ଗୁରୁତର ଅବସ୍ଥାରେ ପଡିରହିଥିଲେ। କିଛି ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ଚନ୍ଦନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟିଥିବା ପୀଡିତଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।
Advertisment
Advertisment



Related Articles
Tight Security For Maha Shivratri: ଜାଗର ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା
POSTED

High-Voltage Clash Tomorrow: ଆସନ୍ତାକାଲି ହାଇଭୋଲଟେଜ୍ ଟକ୍କର, ଭୟ ବଢାଇଛି ଲଘୁଚାପ
POSTED

Pulwama Terror Attack Completes 7 Years: ପୁଲୱାମା ହମଲା, କଳାଦିନ କଥା ମନେ ପଡିଲେ ଆଜି ବି ଥରି ଉଠେ ଛାତି
POSTED

Irregularities in Paddy Procurement: ମିଲର୍ସ ମର୍ଜିରେ ସୋସାଇଟିରେ ଧାନ କିଣା, ମନଇଛା ଚାଷୀଙ୍କଠାରୁ ଧାନ ନେଉଛନ୍ତି
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)