/odishatv-khabar/media/media_files/2026/02/14/assam-2026-02-14-10-59-59.jpg)
Assam Photograph: (OTV)
ଆଜି ଆସାମ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ୫ ହଜାର ୫୦୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିବେ। ଏଥି ମଧ୍ୟରେ ରହିଛି ବ୍ରହ୍ମପୁତ୍ର ନଦୀ ଉପରେ ୩ ହଜାର କୋଟିରେ ନିର୍ମିତ ୬ ଲେନ୍ ବିଶିଷ୍ଟ ଭାସ୍କର ବର୍ମା ସେତୁ। ଏହି ସେତୁ ଗୌହାଟୀ ଏବଂ ଉତ୍ତର ଗୌହାଟୀ ମଧ୍ୟମରେ ଯାତ୍ରାର ସମୟକୁ କମ କରିବ। ଏକ ଘଣ୍ଟାର ରାସ୍ତା ମାତ୍ର ୧୦ ମିନିଟରେ ପାର କରିପାରିବେ ଯାତ୍ରୀ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଆସାମ ଗସ୍ତ ଐତିହାସିକ। କାରଣ ଦିବ୍ରୁଗଡ଼ ଏମର୍ଜେନସି ଲାଣ୍ଡିଂ ଫାସିଲିଟିରେ ମୋଦିଙ୍କ ବିମାନ ଅବତରଣ କରିଛି। ପ୍ରଥମ ଥର କୌଣସି ପ୍ରଧାନମନ୍ତ୍ରୀଙ୍କ ବିମାନ ବିମାନବନ୍ଦର ପରିବର୍ତ୍ତେ ରାଜମାର୍ଗରେ ଲ୍ୟାଣ୍ଡ କରିଛି। ଏଥିସହ ଏହି ସ୍ଥାନରେ ବାୟୁସେନା ନିଜର ଶକ୍ତି ପ୍ରଦର୍ଶନ କରିଛି। ରାଫେଲ ଏବଂ ସୁଖୋଇ ଲଢ଼ୁଆ ବିମାନ ଏକ ସ୍ୱତନ୍ତ୍ର ଏରିଆଲ୍ ସୋ କରିଛନ୍ତି।
ସେଥିରେ ରାଜମାର୍ଗରେ ବିମାନର ଅବତରଣ ଏବଂ ଟେକଅଫକୁ ପ୍ରଦର୍ଶନ କରାଯାଇଛି। ଏହି ଏରିଆଲ୍ ସୋ ପ୍ରଧାନମନ୍ତ୍ରୀ ନିଜେ ଉପସ୍ଥିତ ରହି ଦେଖିଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ସାମରିକ ଏବଂ ବେସାମରିକ ବିମାନର ଅବତରଣ ଏବଂ ଉଡ଼ାଣ ପାଇଁ ଭାରତୀୟ ବାୟୁସେନା ସହିତ ସମନ୍ୱୟରେ ଏହାକୁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ ଏବଂ ନିର୍ମାଣ କରାଯାଇଛି।
Excise Raid: ବାରରେ ଏକ୍ସପାରୀ ମଦ ବିକ୍ରି, ଅବକାରୀ ବିଭାଗର ରେଡ୍

Sand Mafia Allegedly Attack RI: ବାଲି ମାଫିଆଙ୍କ ବର୍ବରତା; RIଙ୍କୁ ଭୟଙ୍କର ଆକ୍ରମଣ

Youth Stabbed Over Past Enmity: ପୂର୍ବ ଶତ୍ରୁତାରୁ ଛୁରା ମାଡ଼, ପେଟରେ ଆର ପାର ହୋଇଗଲା ଛୁରୀ

Tight Security For Maha Shivratri: ଜାଗର ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)