Advertisment

President Launches Multiple Development Initiatives: ରାଇରଙ୍ଗପୁରରେ ୨୮୪ କୋଟିର ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ କଲେ ରାଷ୍ଟ୍ରପତି

ରାଇରଙ୍ଗପୁରରେ ପ୍ରକଳ୍ପର ବର୍ଷା। ୨୮୪ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ସହ ଶୁଭ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କଚେରୀ ପଡିଆରେ ଆୟୋଜିତ ହୋଇଥିଲା ଏକ ସାଧାରଣ ସଭା।

author-image
Chinmayee Sahoo
President Droupadi Murmu

President Droupadi Murmu Photograph: (OTV)

ରାଇରଙ୍ଗପୁରରେ ପ୍ରକଳ୍ପର ବର୍ଷା। ୨୮୪ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ସହ ଶୁଭ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଇରଙ୍ଗପୁରରେ ୮୫ କୋଟି ଟଙ୍କା ବ୍ୟୟରେ ନୂତନ ଆୟୁଷ ହସ୍ପିଟାଲ ସହ ଆୟୁର୍ବେଦିକ ସେଣ୍ଟର, ୧୦୦ କୋଟି ଟଙ୍କାର ଓୟୁଏଟିର ନୂଆ କ୍ୟାମ୍ପସ, ଯୁବ ବର୍ଗଙ୍କ ପାଇଁ ୨୩ କୋଟି ଟଙ୍କାର ଆରଚେରୀ ସେଣ୍ଟର ଏବଂ ୩୫ କୋଟି ଟଙ୍କାରେ ରାଇରଙ୍ଗପୁର ସହରର ସୌନ୍ଦର୍ଯ୍ୟକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। 

Advertisment

ସେହିପରି ରାଇରଙ୍ଗପୁରରେ ୧୦ କୋଟି ଟଙ୍କାର ୩୬୦ ଶଯ୍ୟା ବିଶିଷ୍ଟ ମହିଳା ହଷ୍ଟେଲ, ବ୍ରହ୍ମକୁମାରୀ ନିଶା ନିବାରଣ କେନ୍ଦ୍ର ପାଇଁ ୨ କୋଟି ୫୦ ଲକ୍ଷ ଏବଂ ୨୭ କୋଟି ଟଙ୍କାର ଏକ ବିଶାଳ ଅଡିଟୋରିୟମ ର ଶିଳାନ୍ୟାସ କରାଯାଇଛି। ମହାରାଜା ଶ୍ରୀରାମ ଚନ୍ଦ୍ର ବିଶ୍ୱବିଦ୍ୟାଳୟର ୧ କୋଟି ୭୬ ଲକ୍ଷ ଟଙ୍କାର ଏକ ଆଇଟି କ୍ୟାମ୍ପସ ଶୁଭ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି। ଏହି ଅବସରରେ ରାଇରଙ୍ଗପୁର କଚେରୀ ପଡିଆରେ ଆୟୋଜିତ ହୋଇଥିଲା ଏକ ସାଧାରଣ ସଭା।

Rairangpur President Droupadi Murmu
Advertisment
Related Articles
Advertisment