/odishatv-khabar/media/media_files/2025/11/28/blg-dadangare-mantri-2025-11-28-08-13-02.jpg)
BLG-DADANGARE-MANTRI Photograph: (OTV)
ମନ୍ତ୍ରୀ କହିଲେ....କୋଉଠି ନା କୋଉଠି ତ ଭୁଲ ଅଛି ! ସେଇଥି ପାଇଁ ଲୋକେ ଦାଦନ ଯାଉଛନ୍ତି ! ଗଣମାଧ୍ୟମରେ ଖୋଲା ଖୋଲି ଶ୍ରମିକ ଚାଲାଣର ଖବର ଦେଖି, ଗ୍ରାଉଣ୍ଡ ଜିରୋରେ ଘର ଘର ବୁଲି ଯାଂଚ କଲେ ମନ୍ତ୍ରୀ। ଘଟଣାସ୍ଥଳରେ ଉପସ୍ଥିତ ସବ କଲେକ୍ଟର, ବି.ଡି.ଓ ଓ ଶ୍ରମ ଅଧିକାରୀଙ୍କୁ ବାର ବାର ତାଗିଦ କରିଛନ୍ତି ମନ୍ତ୍ରୀ । ବଲାଙ୍ଗିର ଜିଲ୍ଳାର ଦାଦନଗଡ ଖପ୍ରାଖୋଲ ବ୍ଳକ ଭାନପୁର ପଂଚାୟତ। ସାଂସଦ ସଂଗୀତା କୁମାରୀ ସିଂଦେଓଙ୍କ ସହିତ ମନ୍ତ୍ରୀ ରବି ନାଏକ, ପହଞ୍ଚିଥିଲେ ଗ୍ରାଉଣ୍ଡ ଜିରୋ ଖପ୍ରାଖୋଲ ବ୍ଳକର ଭାନପୁର ଓ ତୁରେକେଲା ବ୍ଳକର ଘୁନେଶ ପଚଂୟତରେ। ଉପସ୍ଥିତ ଥିଲେ ତଳୁ ଉପର ସଂପୃକ୍ତ ବିଭାଗର ସବୁ ଅଧିକାରୀ। କାମ ନପାଇ ଦାଦନ ଯିବା ଅଭିଯୋଗ ଶୁଣିଲା ପରେ, ତାଜୁବ ହୋଇ ଅଧିକାରୀଙ୍କୁ ତାଗିଦ କରିଛନ୍ତି ମନ୍ତ୍ରୀ।
ହଜାର ହଜାର ସଂଖ୍ୟାରେ ଶ୍ରମିକ ରେଳ ଯୋଗେ, ବେଆଇନ ଭାବରେ ଚାଲାଣ ହୁଅନ୍ତି । ସବୁ ଦେଖି ଓ ସବୁ ଜାଣି ବି ଅଜଣା ହୁଏ ପୋଲିସ ଓ ପ୍ରଶାସନ । ତେଣୁ ସରକାର ବଦଳିବା ପରେ, ନୂଆ ସରକାର ତିଆରି କଲେ ଟାକ୍ସଫୋର୍ସ। ବର୍ଷ ତମାମ ମନରେଗାରେ କାମ ଦେବାକୁ ନିଷ୍ପତ୍ତି ହେଲା। କିନ୍ତୁ ତଥାପି କାମ ନପାଇ, ଦାଦନ ଗଲେଣି ହଜାର ହଜାର ଶ୍ରମିକ। ଶ୍ରମିକ ଚାଲାଣର ଖବର ଦେଖି, ଗ୍ରାଉଣ୍ତ ଜିରୋରେ ପହଞ୍ଚିଥିଲେ ସ୍ଥାନୀୟ ସାଂସଦ ଓ ବିଭାଗୀୟ ମନ୍ତ୍ରୀ । ଅପହଂଚ ସରକାରୀ ଯୋଜନା ପାଇଁ, ସଂପୃକ୍ତ ଅଧିକାରୀଙ୍କୁ ଦାୟୀ କଲେ ମନ୍ତ୍ରୀ , ତାହା ପୁଣି ଖୋଲାଖୋଲି। କିନ୍ତୁ ମନ୍ତ୍ରୀଙ୍କ ଏଭଳି ଆଚରଣ ଓ ଉଚ୍ଚାରଣକୁ ବିରୋଧି କହିଛି ବିଧାନସଭା ପୂର୍ବରୁ ଏହା ମନ୍ତ୍ରୀଙ୍କ ଷ୍ଟଣ୍ଟ ସୋ ।
NIT Rourkela Scientists: ରାଉରକେଲା NIT ତିଆରି କଲା କ୍ୟାନସର ମେଡିସିନ , ସଫଳ ହେଲା ଦୁଇ ବର୍ଷର ଗବେଷଣା

Illegal Multi Storey Buildings : ଛତୁ ଫୁଟିଲା ଭଳି ବେଆଇନ କୋଠା ନିର୍ମାଣ , ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ

Digha Tensions: ଦୀଘାରେ ଏବେ ଦାଦାଗିରି ମନା, ନରମିଲେ ଦିଦି...ଓଡ଼ିଆ ଖୁସ୍

Massive Hong Kong Fire: ଭୟଙ୍କର ଅଗ୍ନିକାଣ୍ଡ...ଚାହୁଁଚାହୁଁ ଜଳିଗଲା ୭ଟି ଆପାର୍ଟମେଣ୍ଟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)