Advertisment

From Guns to Livelihood: କିଏ ଅଟୋ ଚଳାଇଛି ତ ଆଉ କିଏ ହେଲାଣି ରାଜନେତା , ବଦଳଛି ଆତ୍ମସମର୍ପଣକାରୀ ମାଓବାଦୀଙ୍କ ପରିଚୟ

ଦିନ ଥିଲା ମାଓ ସଂଗଠନର ଡିସିଏମ୍ ଭାବରେ ଜଙ୍ଗଲରେ ଆତଙ୍କ ଖେଳାଉଥିଲେ ରାମ କାବାସୀ। ୨୦୦୨ରୁ ୨୦୧୭ ମସିହା ଯାଏଁ ସକ୍ରିୟ ରହି ସରକାର ବିରୋଧରେ ଲଢୁଥିଲେ। ମହିଳା ମାଓବାଦୀ ଲଳିତାଙ୍କ ପ୍ରେମରେ ପଡିବା ପରେ ୨୦୧୭ ହିଁ ମାଲକାନଗିରି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ।

author-image
Manas Ranjan Mohanty
MALKANGIRI_MAO_SURRENDER

MALKANGIRI_MAO_SURRENDER Photograph: (OTV)

ଦିନେ ବଣ ପାହାଡ଼ରେ ବୁଲୁଥିଲେ, ବନ୍ଧୁକ ସହ ଖେଳୁଥିଲେ। ଆପଣାକୁ ନିଜ ବଇରୀ ଭାବି, ବାଟବଣା ହୋଇ ଯାଇଥିଲେ। ସମୟ ବଦଳିଛି, ସମସ୍ୟା ତୁଟିଛି। ସ୍ୱପ୍ନ,ସମ୍ଭାବନା ଆଗକୁ ନେଉଛି। ଆଉ ନାହିଁ ଭୟ ନା କାହାର ଡର। ମୁଖ୍ୟସ୍ରୋତରେ ସାମିଲ ହେବା ପରେ ବଦଳି ଯାଇଛି ସମ୍ପୂର୍ଣ୍ଣ ସଂସାର...

Advertisment

ଦିନ ଥିଲା ମାଓ ସଂଗଠନର ଡିସିଏମ୍ ଭାବରେ ଜଙ୍ଗଲରେ ଆତଙ୍କ ଖେଳାଉଥିଲେ ରାମ କାବାସୀ। ୨୦୦୨ରୁ ୨୦୧୭ ମସିହା ଯାଏଁ ସକ୍ରିୟ ରହି ସରକାର ବିରୋଧରେ ଲଢୁଥିଲେ। ମହିଳା ମାଓବାଦୀ ଲଳିତାଙ୍କ ପ୍ରେମରେ ପଡିବା ପରେ ୨୦୧୭ ହିଁ ମାଲକାନଗିରି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ସେବେଠୁ ସବୁକିଛି ବଦଳି ଯାଇଛି। ନୂଆ ଜୀବନ ସହ ହସଖୁସୀରେ ପରିବାର ସହ ଦିନ କାଟୁଛନ୍ତି। ହାତରେ ବନ୍ଧୁକ ବଦଳରେ ରହିଛି ଅଟୋ ଷ୍ଟେରିଂ। ରାମ ଅଟୋ ଚଳାଇ ଅତ୍ମନିର୍ଭଶୀଳ ହୋଇଥିବା ବେଳେ ପତ୍ନୀ ଛାତ୍ରାବାସରେ ରୋଷେୟା ଭାବେ କାମ କରୁଛନ୍ତି।

ମାଓ ନେତା ସୁକଦେବ। ଯାହାଙ୍କ ନାଁ ଶୁଣିଲେ ମାଲକାନଗିରିରୁ କୋରାପୁଟ ଲୋକଙ୍କ ମନରେ ଛନକା ପଶୁଥିଲା। ଏବେ ପରିଚୟ ବଦଳି ଯାଇଛି। ମାଓନେତା ନୁହଁ, ଆତ୍ମସମର୍ପଣ ପରେ ପାଲଟି ଯାଇଛନ୍ତି ରାଜନେତା। କାଲିମେଳା ଲ୍ୟାମ୍ପସରେ ସଭାପତି ଭାବେ ଦାୟିତ୍ୱ ତୁଳାଉଛନ୍ତି। ସେହିଭଳି ୬ ଜଣ ମହିଳା ମାଓବାଦୀ ଜିଲ୍ଲା ଆଦିବାସୀ ଉନ୍ନୟନ ବିଭାଗର ଅନ୍ୱେଷା ଛାତ୍ରାବାସରେ କରୁଛନ୍ତି ରୋଷେଇ। ଦିନେ ଜଙ୍ଗଲରେ ସାଥି ମାଓବାଦୀଙ୍କ ପାଇଁ ଖାଦ୍ୟ ରାନ୍ଧୁଥିବା ବେଳେ କିନ୍ତୁ ଏବେ କୁନି କୁନି ପିଲାଙ୍କ ପାଇଁ ରୋଷେଇ କରୁଛନ୍ତି। ପାରିଶ୍ରମିକ ମିଳୁଛି, ପ୍ରଶଂସା ବି ପାଉଛନ୍ତି। ଅନ୍ୟପଟେ ଏବେ ବି କିଛି ଓଡିଶା କ୍ୟାଡର ମାଓବାଦୀ ଛତିଶଗଡରେ ସକ୍ରିୟ ରହିଥିବା ବେଳେ ସେମାନଙ୍କୁ ଆତ୍ମସମର୍ପଣ ପାଇଁ ଅପିଲ କରିଛନ୍ତି ମାଲାକନଗିରି ଏସପି ବିନୋଦ ପାଟିଲ।

Advertisment

ମାଲକାନଗିରି ଜିଲ୍ଲାରେ ୨୦୦୩ରୁ ୨୦୨୪ ଭିତରେ ୧୦୪ ଜଣ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ସମସ୍ତଙ୍କୁ ସ୍ୱାବଲମ୍ବୀ ପାଇଁ ତାଲିମ ଦେବା ସହ ଥଇଥାନ କରାଯାଇଛି। ଛତିଶଗଡରେ ମାଓବାଦୀ ଶେଷ ନିଶ୍ୱାସ ନେଉଥିବା ବେଳେ ପ୍ରତ୍ୟେକ ଦିନ ପୋଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି ।

Advertisment